ବାଙ୍ଗଲାଦେଶରେ ମହିଳା ସାମ୍ବାଦିକଙ୍କୁ ଭାରତର ଏଜେଣ୍ଟ କହି ଗାଳି ଦେଲେ: ଭୟରେ ଅସୁସ୍ଥ ହେଲେ ସାମ୍ବାଦିକା

ଢାକା: ବାଂଲାଦେଶରେ ଶେଖ ହିସନାଙ୍କ ସରକାରଙ୍କ ପତ୍ତନ ପରେ ସେଠାରେ ଭାରତ ଓ ହିନ୍ଦୁ ବିରୋଧୀ ହାୱା ବୋହୁଛି। ଇସ୍‌ଲାମିକ ଚରମପନ୍ଥୀମାନେ ସଂଖ୍ୟାଲଘୁଙ୍କୁ ତ ଯାହା ହଇରାଣ ହରକତ କରୁଛନ୍ତି, ଉଗ୍ରମାନସିକତା ବିରୋଧରେ ଯିଏ ସ୍ୱର ଉଠାଇଲେ ତାଙ୍କୁ ବି ଛାଡ଼ୁ ନାହାନ୍ତି। ସେ ମହିଳା ହୁଅନ୍ତୁ ବି ପୁରୁଷ ଉଗ୍ରଭିଡ଼ ସମସ୍ତଙ୍କୁ ଘେରି ଯାଇ ଆଟାକ କରୁଛି।ଶନିବାର ଏଭଳି ହିଂସକ ଭିଡ଼ ହାବୁଡ଼ରେ ପଡ଼ି ଯାଇଥିଲେ ବାଂଲାଦେଶର ବରିଷ୍ଠ ସାମ୍ବାଦିକା ମୁନ୍ନୀ ଶାହ। ରାଜଧାନୀ ଢାକାରେ ଇସ୍ଲାମିକ ଉଗ୍ରମାନସିକଧାରୀ କିଛି ଲୋକ ମୁନ୍ନୀଙ୍କୁ ଘେରି ଯାଇ ଯାଛାତା କହିଥିଲେ। ତାଙ୍କୁ ଏତେ ଗାଳିଗୁଲଜ କରିଥିଲେ ଯେ ସେ ଭୟରେ ଅସୁସ୍ଥ ହୋଇଯାଇଥିଲେ।  ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ସାମ୍ବାଦିକା ମୁନ୍ନୀ କରୱନ ଅଞ୍ଚଳର ଏକ ଗଣମାଧ୍ୟମ ସଂସ୍ଥାରୁ ବାହାରି ନିଜ କାର ଯୋଗେ ଘରକୁ ଫେରୁଥିଲେ। ହଠାତ କଛି ଉଗ୍ରମାନସିକଧାରୀ ତାଙ୍କୁ ଘେରିଯାଇ ଗାଳିଗୁଲଜ କରିଥିଲେ। ମିଛତଥ୍ୟର ପ୍ରଚାର ପ୍ରସାର କରି ବାଙ୍ଗଲାଦେଶକୁ ଭାରତର ଅଂଶ ଭାବେ ଦେଖେଇବାକୁ ଚେଷ୍ଟା କରୁଛ ବୋଲି କହି ଗାଳି କରିଥିଲେ। ଶେଖ ହସିନାଙ୍କ ସମର୍ଥନରେ ଅଛ। ତୁମ ହାତରେ ଛାତ୍ରଙ୍କ ରକ୍ତ ଲାଗିଛି ବୋଲି କହି ଅପବାଦ ଦେଇଥିଲେ। ଏତେ ଗାଳି ଗୁଲଜ କରିଥିଲେ ଯେ ମହିଳା ସାମ୍ବାଦିକ ଜଣଙ୍କ ଭୟରେ ଅସୁସ୍ଥ ହୋଇପଡ଼ିଥିଲେ। ଖବର ମିଳିବା ପରେ ବାଙ୍ଗଲାଦେଶ ମେଟ୍ରୋପଲିଟିଆନ ପୁଲିସ ଘଟଣାସ୍ଥଳରେ ପହଞ୍ଚ

ବାଙ୍ଗଲାଦେଶରେ ମହିଳା ସାମ୍ବାଦିକଙ୍କୁ ଭାରତର ଏଜେଣ୍ଟ କହି ଗାଳି ଦେଲେ: ଭୟରେ ଅସୁସ୍ଥ ହେଲେ ସାମ୍ବାଦିକା

ଢାକା: ବାଂଲାଦେଶରେ ଶେଖ ହିସନାଙ୍କ ସରକାରଙ୍କ ପତ୍ତନ ପରେ ସେଠାରେ ଭାରତ ଓ ହିନ୍ଦୁ ବିରୋଧୀ ହାୱା ବୋହୁଛି। ଇସ୍‌ଲାମିକ ଚରମପନ୍ଥୀମାନେ ସଂଖ୍ୟାଲଘୁଙ୍କୁ ତ ଯାହା ହଇରାଣ ହରକତ କରୁଛନ୍ତି, ଉଗ୍ରମାନସିକତା ବିରୋଧରେ ଯିଏ ସ୍ୱର ଉଠାଇଲେ ତାଙ୍କୁ ବି ଛାଡ଼ୁ ନାହାନ୍ତି। ସେ ମହିଳା ହୁଅନ୍ତୁ ବି ପୁରୁଷ ଉଗ୍ରଭିଡ଼ ସମସ୍ତଙ୍କୁ ଘେରି ଯାଇ ଆଟାକ କରୁଛି।

ଶନିବାର ଏଭଳି ହିଂସକ ଭିଡ଼ ହାବୁଡ଼ରେ ପଡ଼ି ଯାଇଥିଲେ ବାଂଲାଦେଶର ବରିଷ୍ଠ ସାମ୍ବାଦିକା ମୁନ୍ନୀ ଶାହ। ରାଜଧାନୀ ଢାକାରେ ଇସ୍ଲାମିକ ଉଗ୍ରମାନସିକଧାରୀ କିଛି ଲୋକ ମୁନ୍ନୀଙ୍କୁ ଘେରି ଯାଇ ଯାଛାତା କହିଥିଲେ। ତାଙ୍କୁ ଏତେ ଗାଳିଗୁଲଜ କରିଥିଲେ ଯେ ସେ ଭୟରେ ଅସୁସ୍ଥ ହୋଇଯାଇଥିଲେ।  

ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ସାମ୍ବାଦିକା ମୁନ୍ନୀ କରୱନ ଅଞ୍ଚଳର ଏକ ଗଣମାଧ୍ୟମ ସଂସ୍ଥାରୁ ବାହାରି ନିଜ କାର ଯୋଗେ ଘରକୁ ଫେରୁଥିଲେ। ହଠାତ କଛି ଉଗ୍ରମାନସିକଧାରୀ ତାଙ୍କୁ ଘେରିଯାଇ ଗାଳିଗୁଲଜ କରିଥିଲେ। ମିଛତଥ୍ୟର ପ୍ରଚାର ପ୍ରସାର କରି ବାଙ୍ଗଲାଦେଶକୁ ଭାରତର ଅଂଶ ଭାବେ ଦେଖେଇବାକୁ ଚେଷ୍ଟା କରୁଛ ବୋଲି କହି ଗାଳି କରିଥିଲେ। ଶେଖ ହସିନାଙ୍କ ସମର୍ଥନରେ ଅଛ। ତୁମ ହାତରେ ଛାତ୍ରଙ୍କ ରକ୍ତ ଲାଗିଛି ବୋଲି କହି ଅପବାଦ ଦେଇଥିଲେ। ଏତେ ଗାଳି ଗୁଲଜ କରିଥିଲେ ଯେ ମହିଳା ସାମ୍ବାଦିକ ଜଣଙ୍କ ଭୟରେ ଅସୁସ୍ଥ ହୋଇପଡ଼ିଥିଲେ। 

ଖବର ମିଳିବା ପରେ ବାଙ୍ଗଲାଦେଶ ମେଟ୍ରୋପଲିଟିଆନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା। ଗାଡ଼ିରେ ବସାଇ ନେଇ ଯାଉଥିବା ବେଳେ ହିଂସକଭିଡ଼ ତାଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ପ୍ରଥମେ ପୁଲିସ ମୁନ୍ନୀଙ୍କୁ ଗିରଫ କଲା ବୋଲି ଖବର ଆସିଥିଲା। ହେଲେ ରବିବାର ସକାଳେ ତାଙ୍କୁ ଛାଡ଼ି ଦିଆ ଯାଇଥିବା ସୂଚନା ମିଳିଛି। ତେବେ ମହମ୍ମଦ ୟୁନୁସଙ୍କ ଇସ୍ଲାମିକ ମାନସିକତାଧାରୀ ସରକାରରେ ମୁନ୍ନୀଙ୍କୁ ଗାଳିଗୁଲଜ କରିଥିବା ଲୋକଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। 

ଏଭଳି ଘଟଣା ନୂଆ ନୁହେଁ, ବାଙ୍ଗଲାଦେଶରେ ଅନେକ ସମ୍ବାଦିକଙ୍କୁ ଏମିତି ହଇରାଣ କରାଯାଉଛି। ମହମ୍ମଦ ୟୁନୁସଙ୍କ କାମଚଳା ସରକାରରେ ସାମ୍ବାଦିକଙ୍କୁ ବିରୋଧରେ ପକ୍ଷପାତ ଅଭିଯୋଗ ଲଗାଯାଇ ମିଛ ମାମଲାରେ ଫସାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।ଅନେକ ସାମ୍ବାଦିକଙ୍କ ସ୍ୱିକୃତି ରଦ୍ଧ କରାଯାଇଛି।