ବାଙ୍ଗାଲୋରର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି Aamir Khan, ପରିବାରରୁ ମିଳିଛି ଗ୍ରିନ୍‌ ସିଗ୍‌ନାଲ

ମୁମ୍ବାଇ: ଦୁଇ ଦୁଇ ଥର ବୈବାହିକ ଜୀବନରେ ଝଡ଼। ପରେ ଛାଡ଼ପତ୍ର। ଏମିତିରେ ଏକାକି ଜୀବନ ବିତାଉଥିଲେ ବଲିଉଡର ପ୍ରଫେକ୍ସନାଲିଷ୍ଟ ଆମିର ଖାନ୍‌। ହେଲେ ଏବେ ସବୁକିଛି ବଦଳିଛି। ସେ ପୁଣି ପ୍ରେମରେ ପଡ଼ିଛନ୍ତି। କଥାଟା ଅରୁଚି ଲାଗିଲେ ବି ବୋଧହୁଏ ସତ। ଏମିତିରେ ମନକୁ ଆସୁଥିବ କିଏ ସେହି ଯୁବତୀ, ଯିଏ ଆମିରଙ୍କ ମନକୁ ଚୋରି କରିଛନ୍ତି। ତେବେ ବାଙ୍ଗାଲୋରର ଜଣେ ଯୁବତୀ ଆମିରଙ୍କୁ ଡେଟ୍‌ କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଦ୍ୱିତୀୟ […] The post ବାଙ୍ଗାଲୋରର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି Aamir Khan, ପରିବାରରୁ ମିଳିଛି ଗ୍ରିନ୍‌ ସିଗ୍‌ନାଲ appeared first on Dharitri Odia News.

ବାଙ୍ଗାଲୋରର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି Aamir Khan, ପରିବାରରୁ ମିଳିଛି ଗ୍ରିନ୍‌ ସିଗ୍‌ନାଲ
ମୁମ୍ବାଇ: ଦୁଇ ଦୁଇ ଥର ବୈବାହିକ ଜୀବନରେ ଝଡ଼। ପରେ ଛାଡ଼ପତ୍ର। ଏମିତିରେ ଏକାକି ଜୀବନ ବିତାଉଥିଲେ ବଲିଉଡର ପ୍ରଫେକ୍ସନାଲିଷ୍ଟ ଆମିର ଖାନ୍‌। ହେଲେ ଏବେ ସବୁକିଛି ବଦଳିଛି। ସେ ପୁଣି ପ୍ରେମରେ ପଡ଼ିଛନ୍ତି। କଥାଟା ଅରୁଚି ଲାଗିଲେ ବି ବୋଧହୁଏ ସତ। ଏମିତିରେ ମନକୁ ଆସୁଥିବ କିଏ ସେହି ଯୁବତୀ, ଯିଏ ଆମିରଙ୍କ ମନକୁ ଚୋରି କରିଛନ୍ତି। ତେବେ ବାଙ୍ଗାଲୋରର ଜଣେ ଯୁବତୀ ଆମିରଙ୍କୁ ଡେଟ୍‌ କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
Aamir Khan Movies
ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡ଼ପତ୍ର ଦେବା ପରେ ଆମିର ଏକା ହୋଇଯାଇଥିଲେ। ହେଲେ ଏବେ ଆଉ ସେ ଏକା ନାହାନ୍ତି। ବାଙ୍ଗାଲୋରର ଯୁବତୀଙ୍କୁ ସେ ପସନ୍ଦ କରିବା ପରେ ନିକଟରେ ତାଙ୍କୁ ନିଜ ପରିବାର ସହ ଭେଟ କରାଇଛନ୍ତି। ପରିବାରଲୋକେ ଦୁହିଁଙ୍କ ସମ୍ପର୍କରେ ଖୁସି ଅଛନ୍ତି। ଅର୍ଥାତ ସେମାନଙ୍କ ତରଫରୁ ତାଙ୍କୁ ଗ୍ରିନ୍‌ ସିଗ୍‌ନାଲ ମିଳିସାରିଛି। ଏଣୁ ସେ ଆଗାମୀ ଦିନରେ ପ୍ରଶଂସକଙ୍କ ସହ ନିଜ ଖୁସି ବାଣ୍ଟିବେ ବୋଲି ଆଶା କରାଯାଉଛି।
Aamir Khan Opens Up On His "Extremist" Habits, Reveals He Would "Drink All Night" At One Point
ଅଭିନୟ ବିଷୟରେ କହିଲେ ସେ ‘ସିତାରେ ଜମିନ୍‌ ପର୍‌’ ଲାଗି ବ୍ୟସ୍ତ ରହୁଛନ୍ତି। ଏବେ ଏହାର ଶୁଟିଂ ଚାଲିଛି। ‘ଲାଲ ସିଂ ଚଢ୍ଢା’ ଫ୍ଲପ୍‌ ହେବା ପରେ ସେ ଅଭିନୟରୁ ବିରତି ନେଇଥିଲେ। ହେଲେ ପୁଣିଥରେ ସେ ବଡ଼ପରଦାକୁ ଫେରିବାକୁ ଯାଉଛନ୍ତି।

The post ବାଙ୍ଗାଲୋରର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି Aamir Khan, ପରିବାରରୁ ମିଳିଛି ଗ୍ରିନ୍‌ ସିଗ୍‌ନାଲ appeared first on Dharitri Odia News.