ରତ୍ନଭଣ୍ଡାର ନେଇ ପୁଣି ଏମିତି କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୨।୭: ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଦିନେ ଦୁଇଦିନ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସ୍‌ଆଇ। ଯାଞ୍ଚ କଲା ପରେ ଭିତର ଭଣ୍ଡାର ମରାମତି ନେଇ ନିଷ୍ପତ୍ତି ହେବ। ତେବେ ଲେଜର ସ୍କାନିଂ ହେବ କି ନାହିଁ ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ୪୬ ବର୍ଷ ପରେ ମହାପ୍ରଭୁଙ୍କର ରତ୍ନଭଣ୍ତାର ଖୋଲିଛି । ପ୍ରଥମ ଥର ପାଇଁ […] The post ରତ୍ନଭଣ୍ଡାର ନେଇ ପୁଣି ଏମିତି କହିଲେ ଆଇନ ମନ୍ତ୍ରୀ appeared first on Dharitri Odia News.

ରତ୍ନଭଣ୍ଡାର ନେଇ ପୁଣି ଏମିତି କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୨।୭: ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଦିନେ ଦୁଇଦିନ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସ୍‌ଆଇ। ଯାଞ୍ଚ କଲା ପରେ ଭିତର ଭଣ୍ଡାର ମରାମତି ନେଇ ନିଷ୍ପତ୍ତି ହେବ। ତେବେ ଲେଜର ସ୍କାନିଂ ହେବ କି ନାହିଁ ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
୪୬ ବର୍ଷ ପରେ ମହାପ୍ରଭୁଙ୍କର ରତ୍ନଭଣ୍ତାର ଖୋଲିଛି । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରତ୍ନଭଣ୍ତାରକୁ ନେଇ ଅନେକ ଲୋକ ବିଶ୍ୱାସ ଥିଲା। କିଏ କହୁଥିଲେ ଏହାକୁ ଲୋକନାଥ ଜଗି ରହିଛନ୍ତି ତ କିଏ କହୁଥିଲେ ସାଆନ୍ତ ନାହାନ୍ତି ତାଙ୍କ ଘର ଫିଟାନା।
ତେବେ ଅତ୍ୟନ୍ତ ସମର୍ପଣ ଭାବ ପାଇଁ ଏସବୁ ସମ୍ଭବପର ହୋଇପାରିଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଥିଲେ। ମହାପ୍ରଭୁଙ୍କ ଲୀଳା ଅପାର । ତେବେ ରତ୍ନଭଣ୍ତାର ଖୋଲିବା ସେ ମଧ୍ୟରେ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ ବିଷୟ ବୋଲି ସେ କହିଥିଲେ ।
ଦୀର୍ଘ ୯ରୁ ୧୦ ଘଣ୍ଟା ରତ୍ନଭଣ୍ତାର ଭିତରେ ରହିବା, ଭୋକ ଶୋଷ ଭୁଲି ପ୍ରଭୁଙ୍କର କାର୍ଯ୍ୟ କରିବା, ଏସବୁ କେବଳ ଜଗନ୍ନାଥଙ୍କର କୃପା ବୋଲି ଜଷ୍ଟିସ ରଥ କହିଥିଲେ। ଏହା ଭିତରେ କୌଣସି କାର୍ଯ୍ୟକର୍ତ୍ତାଙ୍କୁ କିଛି ମଧ୍ୟ ଅସୁବିଧା ହୋଇ ନ ଥିଲା । ବିନା ଖିଆ ପିଆରେ ଏତେ ଏତେ ଘଣ୍ଟା ଧରି ପ୍ରଭୁଙ୍କ କାର୍ଯ୍ୟ କରିବା ନିହାତି ଏକ ଅଲୌକିକ କଥା ବୋଲି ରଥ କହିଥିଲେ।

The post ରତ୍ନଭଣ୍ଡାର ନେଇ ପୁଣି ଏମିତି କହିଲେ ଆଇନ ମନ୍ତ୍ରୀ appeared first on Dharitri Odia News.