ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ୍, ଦୁର୍ଘଟଣା ପରେ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର
ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।
ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜିଅନ୍ତା ଜଳିଗଲେ ଡ୍ରାଇଭର। ଆଜି ସକାଳୁ ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏକ ତୈଳ ବୋଝେଇ ଟ୍ୟାଙ୍କର ଏବଂ ଏକ କଣ୍ଟେନର ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଛି। ଫଳରେ ଟ୍ରକ୍ ଦୁଇଟିକୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ତେବେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଏବଂ ବିଶୋଇ ପଟୁ ଦୁଇ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।