ବାଚସ୍ପତି ନିଜ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ : ପ୍ରମିଳା ମଲ୍ଲିକ
ଭୁବନେଶ୍ୱର : ବିରୋଧୀ ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ରଖିଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିଜୁ ଜନତା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବର୍ତ୍ତମାନର ବାଚସ୍ପତି ପଦ ମର୍ଯ୍ୟାଦା ରଖୁ ନାହାନ୍ତି। ବାଚସ୍ପତି ପଦର ଗାରିମା ରହିଛି। ଏହି ପଦରେ ବସିଥିବା ବ୍ୟକ୍ତି କୌଣସି ଦଳର ପ୍ରତିନିଧିତ୍ୱ […]

ଭୁବନେଶ୍ୱର : ବିରୋଧୀ ବିଶୃଙ୍ଖଳିତ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ରଖିଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିଜୁ ଜନତା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବର୍ତ୍ତମାନର ବାଚସ୍ପତି ପଦ ମର୍ଯ୍ୟାଦା ରଖୁ ନାହାନ୍ତି।
ବାଚସ୍ପତି ପଦର ଗାରିମା ରହିଛି। ଏହି ପଦରେ ବସିଥିବା ବ୍ୟକ୍ତି କୌଣସି ଦଳର ପ୍ରତିନିଧିତ୍ୱ କରନ୍ତି ନାହିଁ। କିନ୍ତୁ ତାଙ୍କର ଏହି ମନ୍ତବ୍ୟ ବିଜେପି ଦଳର ମନ୍ତବ୍ୟ ପରି ମନେ ହେଉଛି। ତାଙ୍କ ମନ୍ତବ୍ୟରେ ସେ ବିରୋଧୀ ଦଳକୁ ଧମକ ଦେବା ପରି ମନେ ହେଉଛି। ତାଙ୍କ ଧମକ ବିରୋଧୀ ଦଳ ଉପରେ ପ୍ରଭାବ ପଡିବ ନାହିଁ ଓଲଟା ବିରୋଧୀ ଦଳର ସ୍ୱର ଅଧିକ ଶାଣିତ ହେବ। ସାମ୍ୱାଦିକ ମାନଙ୍କୁ ଅନୁରୋଧ, ସେ କେଉଁ ଦଳର ବୋଲି ବାଚସ୍ପତିଙ୍କୁ ପଚାରନ୍ତୁ। ବାଚସ୍ପତି ନିଜେ ସ୍ପଷ୍ଟ କରନ୍ତୁ ସେ କେଉଁ ଦଳର। ଆମେ ଦେଖିଥିଲୁ, ସେ ବିଜେପି ଅଫିସରେ ହେଉଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଁ ଦୀର୍ଘ ନଅ ମାସ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ଶଙ୍ଖଭବନ କି ନବୀନ ନିବାସ ଯାଇ ନାହିଁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।
ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ନିକଟରେ ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବୋଲି ଦେଇଥିବା ମନ୍ତବ୍ୟ ଉପରେ ଶ୍ରୀମତୀ ମଲ୍ଲିକ କଡା ପ୍ରତିକ୍ରିୟା ଦେଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାରଙ୍କ ସିଷ୍ଟମ ଠିକ କାମ କରୁନାହିଁ। ଆଧାର କାର୍ଡକୁ ଲିଙ୍କ କରାଯାଇ ଆବେଦନ କରାଯାଉଥିବା ବେଳେ ଏଭଳି ତ୍ରୁଟି କିପରି ସମ୍ଭବ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଆମେ ଜାଣିବାରେ, ଅନ୍ୟୁନ୍ୟ ପାଞ୍ଚ ହଜାର ପୁରୁଷ ବିଜେପି କର୍ମୀ ସୁଭଦ୍ରା ଯୋଜନାରେ, ସରକାରଙ୍କ ଜାଣତରେ ଆବେଦନ କରିଛନ୍ତି। ତଦନ୍ତ ହେଲେ, ଏହା ଧରାପଡିବ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।