ସ୍ପାମ୍‌ କଲ୍‌ ଉପରେ ଟ୍ରାଇର କଡ଼ା କାର୍ଯ୍ୟାନୁଷ୍ଠାନ : କଟିଲା ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବର

ନୂଆଦିଲ୍ଲୀ : ସ୍ପାମ୍‌ କଲ୍‌କୁ ନେଇ ବଢ଼ିଛି ଚିନ୍ତା। ଏଥିପାଇଁ ଅବାଞ୍ଛିତ କଲ୍‌ ଏବଂ ଅଣ-ପଞ୍ଜୀକୃତ ଟେଲି ମାର୍କେଟିଂ କମ୍ପାନୀଗୁଡିକ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ଟେଲିକମ୍‌ ନିୟାମ କର୍ତ୍ତୃପକ୍ଷ (ଟ୍ରାଇ)। ଏହି ଅନୁଯାୟୀ, ଟ୍ରାଇ ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବରର ସଂଯୋଗ ବିଚ୍ଛିନ୍ନ କରିଛି। ଯାହାଫଳରେ ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବର କଟିଯାଇଛି। ଏହାଛଡା ୫୦ଟି କମ୍ପାନୀର ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଟ୍ରାଇ ଦ୍ୱାରା ନିକଟରେ ଗ୍ରହଣ କରାଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନର […]

ସ୍ପାମ୍‌ କଲ୍‌ ଉପରେ ଟ୍ରାଇର କଡ଼ା କାର୍ଯ୍ୟାନୁଷ୍ଠାନ : କଟିଲା ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବର
TRAI takes strong action against fake calls

ନୂଆଦିଲ୍ଲୀ : ସ୍ପାମ୍‌ କଲ୍‌କୁ ନେଇ ବଢ଼ିଛି ଚିନ୍ତା। ଏଥିପାଇଁ ଅବାଞ୍ଛିତ କଲ୍‌ ଏବଂ ଅଣ-ପଞ୍ଜୀକୃତ ଟେଲି ମାର୍କେଟିଂ କମ୍ପାନୀଗୁଡିକ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ଟେଲିକମ୍‌ ନିୟାମ କର୍ତ୍ତୃପକ୍ଷ (ଟ୍ରାଇ)। ଏହି ଅନୁଯାୟୀ, ଟ୍ରାଇ ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବରର ସଂଯୋଗ ବିଚ୍ଛିନ୍ନ କରିଛି। ଯାହାଫଳରେ ୨.୭୫ ଲକ୍ଷ ଟେଲିଫୋନ୍ ନମ୍ବର କଟିଯାଇଛି। ଏହାଛଡା ୫୦ଟି କମ୍ପାନୀର ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଟ୍ରାଇ ଦ୍ୱାରା ନିକଟରେ ଗ୍ରହଣ କରାଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଆଜି ଏହି ପଦକ୍ଷେପ ନିଆଯାଇଛି।

ଟେଲିକମ୍ ନିୟାମକ ପଞ୍ଜୀକୃତ ହୋଇ ନ ଥିବା ଟେଲି ମାର୍କେଟିଂ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଏବଂ ସେମାନଙ୍କରେ ଟଲିଫୋନ୍‌ ନମ୍ବରକୁ ବ୍ଲକ୍‌ କରିବାକୁ ନିର୍ଦ୍ଦେଶ ଟ୍ରାଇ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ,ସମ୍ପ୍ରତି ଦେଶରେ ସ୍ପାମ୍‌ କଲ୍‌ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୨୪ର ପ୍ରଥମାର୍ଦ୍ଧରେ ପଞ୍ଜୀକୃତ ହୋଇ ନ ଥିବା ଟେଲି ମାର୍କେଟିଂ ସଂସ୍ଥାଗୁଡିକର ବିରୋଧରେ ୭.୯ ଲକ୍ଷରୁ ଅଧିକ ଅଭିଯୋଗ ଦାଖଲ ହୋଇଥିଲା। ଟେଲିକମ୍ ନିୟାମକ କହିଛନ୍ତି ଯେ ଏହାକୁ ରୋକିବା ପାଇଁ ଚଳିତବର୍ଷ ଅଗଷ୍ଟ ୧୩ରେ ସମସ୍ତ ସେବା ପ୍ରଦାନକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି।

ଅଣ-ପଞ୍ଜୀକୃତ ଟେଲି ମାର୍କେଟିଂ ସଂସ୍ଥାଗୁଡ଼ିକୁ ତୁରନ୍ତ ସେବା ବନ୍ଦ କରିବାକୁ କୁହାଯାଇଥିଲା। ଟ୍ରାଇ କହିଛି ଏହି ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀଗୁଡିକ ସ୍ପାମ୍‌ କଲ୍‌ ପାଇଁ ଟେଲିକମ୍ ଉତ୍ସଗୁଡିକର ଅପବ୍ୟବହାରକୁ ରୋକିବା ପାଇଁ କଡା ପଦକ୍ଷେପ ନେଇଛନ୍ତି। ସେମାନେ ୫୦ରୁ ଅଧିକ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛନ୍ତି। ୨.୭୫ ଲକ୍ଷରୁ ଅଧିକ ଏସ୍‌ଆଇପି ଡିଆଇଡି/ମୋବାଇଲ୍ ନମ୍ବର/ଟେଲିକମ୍ ଉତ୍ସଗୁଡିକ ଅବରୋଧ କରାଯାଇଛି। ଏହି ପଦକ୍ଷେପଗୁଡିକ ସ୍ପାମ୍‌ କଲ୍ ସଂଖ୍ୟାରେ ହ୍ରାସ ଘଟାଇବା ସହ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଏକ ସ୍ୱଚ୍ଛ ଏବଂ ଅଧିକ ଦକ୍ଷ ଟେଲିକମ୍ ଇକୋସିଷ୍ଟମରେ ସହଯୋଗ କରିବାକୁ ଟ୍ରାଇ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରିଛି। ଟେଲିକମ୍ ନିୟାମକଙ୍କ କଠୋର ଆଭିମୁଖ୍ୟ ଏହା ଦର୍ଶାଉଛି ଯେ ଅବାଞ୍ଛିତ କଲ୍ ଏବଂ ପଞ୍ଜୀକୃତ ହୋଇ ନ ଥିବା ଟେଲି ମାର୍କେଟିଂ କମ୍ପାନୀଗୁଡିକ ଉପରେ ଏହା କେତେ ଶକ୍ତ। ଏହି ପ୍ରସଙ୍ଗରେ କୌଣସି ଆପୋଷ ବୁଝାମଣା ସପକ୍ଷରେ ଟ୍ରାଇ ନ ଥିବା ଜଣାପଡ଼ିଛି।