୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ ଅମିନ। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା କିରମିରା ତହସିଲଦାରଙ୍କ ଅଫିସର ଅମିନ ଭାସ୍କର ମେହେର। ଭାସ୍କରଙ୍କୁ ଅଟକ କରାଯାଇଥିବାବେଳେ ତାଙ୍କ ନିକଟରୁ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ତାଙ୍କ କିରମିରା ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଖୋଲତାଡ଼ ଜାରିଥିବା ଝାରସୁଗୁଡା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତଙ୍କ ଜମିର ଫିଲଡ […]

୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ
Kirmira Tehsil Amin Arrested By Vigilance For Bribery

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ ଅମିନ। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା କିରମିରା ତହସିଲଦାରଙ୍କ ଅଫିସର ଅମିନ ଭାସ୍କର ମେହେର। ଭାସ୍କରଙ୍କୁ ଅଟକ କରାଯାଇଥିବାବେଳେ ତାଙ୍କ ନିକଟରୁ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ତାଙ୍କ କିରମିରା ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଖୋଲତାଡ଼ ଜାରିଥିବା ଝାରସୁଗୁଡା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତଙ୍କ ଜମିର ଫିଲଡ ଭେରିଫିକେସନ ରିପୋର୍ଟ ଦେବା ପାଇଁ ଅମିନ ଭାସ୍କର ମେହେର ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ବ୍ୟକ୍ତି ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ୧୫ ହଜାର ଟଙ୍କା ଦେଲେ ରିପୋର୍ଟ ପ୍ରଦାନ କରିବେ ବୋଲି ଭାସ୍କର କହିଥିଲେ । ଏନେଇ ସେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିବାରୁ ଭାସ୍କରଙ୍କୁ ଧରିବା ପାଇଁ ଯୋଜନା କରିଥିଲା ଭିଜିଲାନ୍ସ ବିଭାଗ । ଆଜି ଅପରାହ୍ନ ପ୍ରାୟ ୪ ଟା ୨୦ ରେ ଅଭିଯୋଗକାରୀ ପୂର୍ବ ଯୋଜନା ମୁତାବକ ଭାସ୍କରଙ୍କୁ ସେ ମାଗିଥିବା ଲାଞ୍ଚ ଟଙ୍କା ଦେଇଥିଲେ । ଠିକ ଏହି ସମୟରେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ମିଳିତ ଭାବରେ ଚଢାଉ କରି ଭାସ୍କରଙ୍କୁ ଧରିବାସହ ତାଙ୍କ ନିକଟରୁ ୧୫ ହଜାର ଟଙ୍କା ଜବତ କରିଛି । ଏହାସହ ରାଉରକେଲା ଭିଜିଲାନ୍ସ PSକେସ୍ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଝାରସୁଗୁଡା ଭିଜିଲାନ୍ସ DSP କଳାବତି ବାଗ ସୂଚନା ଦେଇଛନ୍ତି । ଆଜିର ଚଢାଉରେ ଝାରସୁଗୁଡା ଭିଜିଲାନ୍ସ ଡିଏସପି କଳାବତି ବାଗ, ଇନ୍ସପେକ୍ଟର ସୁସ୍ମିତା ରଙ୍ଗୋଲି ଏବଂ ଝାରସୁଗୁଡା ଭିଜିଲାନ୍ସ ବିଭଗ ସହ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।