କମିବ ତାପମାତ୍ରା-ବଢିବ ଶୀତ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର : ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। କ୍ରମେ ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ। […]

କମିବ ତାପମାତ୍ରା-ବଢିବ ଶୀତ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ
rain

ଭୁବନେଶ୍ବର : ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। କ୍ରମେ ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ। ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେବ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇନି।

ଅନ୍ୟପଟେ ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ଛୁଇଁଛି ଶୀତ। ତଳମୁହାଁ ରାତି ତାପମାତ୍ରା। ଖସୁଛି ପାରଦ,ବଢ଼ୁଛି ଶୀତ। ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରି। ଘରୁ ବାହାରକୁ ବାହାରିଲେ କୋହଲା ପବନ ଦେହ, ହାତ ଥରାଇ ଦେଉଛି। ରାତି ଯେତେ ଯେତେ ବଢୁଛି ତାପମାତ୍ରା ସେତେ ଖସିବାରେ ଲାଗିଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।

ଆଗାମୀ ୫ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ବଡ ପରିବର୍ତ୍ତନ ହେବନାହିଁ । କିଛି ସ୍ଥାନରେ ୪୮ ଘଣ୍ଟା ପରେ ୨ ରୁ ୪ ଡିଗ୍ରୀ ଯାଏ ତାପାମାତ୍ର କମିବାର ସମ୍ଭାବନା ରହିଛି । ତାପମାତ୍ରା ହ୍ରାସ ସହ ରାଜ୍ୟରେ ପଡିବ ଶୀତ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ଅନ୍ୟ ଅଞ୍ଚଳରେ ଅନୁଭବ ହେଉଛି ଶୀତ । ଦିନର ତାପମାତ୍ରା ସ୍ୱାଭାବିକକୁ ଫେରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି .ଉଦୟଗିରିରେ ୬.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ୧୬.୧ ଓ କଟକରେ ତାପମାତ୍ରା ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣା ଓ ଫୁଲବାଣୀ ରେ ଘନ କୁହୁଡି ଦେଖା ଦେଇଛି । ଏହା ସହିତ ଆଗାମୀ ୩ ଦିନ ପର୍ୟ୍ୟନ୍ତ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି ର କିଛି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।