OCA ନୁହେଁ ବାରବାଟୀ ମ୍ୟାଚ୍‌ର ଦାୟିତ୍ବ ବିଜେପି ନେଇଥିଲା : ଜୟଦେବ ଜେନା

ଭୁବନେଶ୍ବର : ବାରବାଟୀରେ ଅର୍ନ୍ତଜାତୀୟ ମ୍ୟାଚ୍ ବେଳେ ଲାଇଟ୍‌ ବନ୍ଦ ହେବା ଘଟଣା ପାଇଁ ଓଡ଼ିଶା ସାରା ବିଶ୍ବରେ ବଦ୍‌ନାମ ହେଉଛି। ଗତକାଲି ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର ମ୍ୟାଚ୍‌ ସମୟରେ ଦୀର୍ଘ ସମୟ ଧରି ଫ୍ଲଡ୍‌ ଲାଇଟ୍‌ ବନ୍ଦ ହୋଇଯିବା ଯୋଗୁଁ ପ୍ରାୟ ଅଧ ଘଣ୍ଟାଏ ଖେଳକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏକ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଏହି ଘଟଣା ସାରା ଦେଶରେ ବାରବାଟୀର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଦେଶବିଦେଶର କ୍ରିକେଟପ୍ରେମୀମାନେ ଏହି […]

OCA ନୁହେଁ ବାରବାଟୀ ମ୍ୟାଚ୍‌ର ଦାୟିତ୍ବ ବିଜେପି ନେଇଥିଲା : ଜୟଦେବ ଜେନା
BJP took responsibility for Barabati match, not OCA: Jayadev Jena

ଭୁବନେଶ୍ବର : ବାରବାଟୀରେ ଅର୍ନ୍ତଜାତୀୟ ମ୍ୟାଚ୍ ବେଳେ ଲାଇଟ୍‌ ବନ୍ଦ ହେବା ଘଟଣା ପାଇଁ ଓଡ଼ିଶା ସାରା ବିଶ୍ବରେ ବଦ୍‌ନାମ ହେଉଛି। ଗତକାଲି ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର ମ୍ୟାଚ୍‌ ସମୟରେ ଦୀର୍ଘ ସମୟ ଧରି ଫ୍ଲଡ୍‌ ଲାଇଟ୍‌ ବନ୍ଦ ହୋଇଯିବା ଯୋଗୁଁ ପ୍ରାୟ ଅଧ ଘଣ୍ଟାଏ ଖେଳକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏକ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଏହି ଘଟଣା ସାରା ଦେଶରେ ବାରବାଟୀର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଦେଶବିଦେଶର କ୍ରିକେଟପ୍ରେମୀମାନେ ଏହି ଘଟଣାକୁ ଅତ୍ୟନ୍ତ କଠୋର ଶବ୍ଦରେ କଟୁ ସମାଲୋଚନା କରି ବାରବାଟୀକୁ ଆନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୂଚୀରୁ ବାଦ ଦେବାକୁ ଦାବି କରିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ରାଜ୍ୟର ବିଜେପି ସରକାର ମ୍ୟାଚ୍‌କୁ ସବୁ ପ୍ରକାର ପସ୍ତୁତି କରୁଥିବା ନେଇ କହୁଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଯାଇ ସମୀକ୍ଷା କରି କହିଥିଲେ ମ୍ୟାଚର ସଫଳ ଆୟୋଜନ ଆମ ପାଇଁ ସମ୍ମାନର କଥା। କିନ୍ତୁ ‘ବହୁ ଆଡ଼ମ୍ବରେ ଲଘୁକ୍ରିୟା’ ସଦୃଶ ଫ୍ଲଡ ଲାଇଟ ଲଜ୍ଜା ରାଜ୍ୟର ସମ୍ମାନକୁ ମାଟିରେ ମିଶେଇ ଦେଇଛି। ଯାହାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବାରବାଟୀ ଲାଇନ୍ କଟିବା ଓଡିଆ ଅସ୍ମିତାକୁ ଅଭିଶାପ । ପୁରା ବିଶ୍ୱରେ ଓଡିଆ ଲଜ୍ଜିତ ହେଲା । ବିଶ୍ଵ ଦେଖିଲା ଖେଳ ଚାଲୁଥିବା ବେଳେ ବାରବାଟୀ ଅନ୍ଧାର । ଆଉ ବାରବାଟୀକୁ ଖେଳ ଆସିବ କି ନାହିଁ ସନ୍ଦେହ । ଏପରି କାହିଁକି ହେଲା ଏହାର ତଦନ୍ତ ହେବା ଆବଶ୍ୟକ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଏହି ଘଟଣାକୁ ନେଇ କହିଛନ୍ତି ବାରବାଟୀ ଅବ୍ୟବସ୍ଥା ପରେ ପୁରା ବିଶ୍ୱ ଦେଖିଲା ଓଡିଶା ସରକାରଙ୍କ ଅପାରଗତା । ମ୍ୟାଚ୍ ଚାଲିଥିବା ବେଳେ ୨୬ ମିନିଟ୍ ଫ୍ଲଡ ଲାଇଟ୍ କଟିଗଲା । ଭାରତ ବର୍ଷରେ କେବେ ଏପରି ଦେଖା ଦେଇନଥିଲା । ବାରବାଟୀ ମ୍ୟାଚ୍‌ ଦାୟିତ୍ୱ OCA ନୁହେଁ, ବିଜେପି ମ୍ୟାଚ୍ ଦାୟିତ୍ୱ ନେଇଥିଲା । ଯେଉଁଠି ପାଇଁ ଟିକେଟ ବିକ୍ରି ଠାରୁ ଆରମ୍ଭ କରି ଖେଳ ଯାଏ ବିଭ୍ରାଟ ଘଟିଲା । ବିଜେପି OCAକୁ ସୀମିତ କରିଦେଲା । ଯେଉଁଥି ପାଇଁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଲା । ଓଡ଼ିଶା ପୁରା ବିଶ୍ୱରେ ଲଜ୍ଜିତ ହେଲା । ସରକାର ଓ କ୍ରୀଡ଼ା ମନ୍ତ୍ରୀ ଅପାରଗତାକୁ ବି ବିଶ୍ବ ଦେଖିଲା । ଆଗରୁ ବହୁତ ଥର ଖେଳ ହୋଇଛି, ହେଲେ ଏତେ ଅବ୍ୟବସ୍ତା ଦେଖାଯାଇ ନଥିଲା ।

ସେହିପରି ବାରବାଟୀ ଅବ୍ୟବସ୍ଥାକୁ ନେଇ କ୍ରୀଡାମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା। ସେ କହିଛନ୍ତି କ୍ରୀଡାମନ୍ତ୍ରିଙ୍କ ମନ୍ତବ୍ୟରୁ ଜଣା ପଡୁଛି ଯେମିତି ଗାଁ କ୍ରିକେଟ ମ୍ୟାଚ୍ ହେଉଥିଲା । ସବୁବେଳେ ଭିଆଇପି ଓ ପାସ ଦିଆଯାଏ । ଏଥିରେ କିଛି ନୂଆ ନୁହେଁ । ବିଜେପି OCAର ଦାୟିତ୍ୱ ସୀମିତ କରି ନିଜେ ସବୁ କରିବାକୁ ଚାହିଁଲା, ଗାଁ ମ୍ୟାଚ୍ ପରି। ଯାହା ଓଡ଼ିଶାକୁ ଆଜି ବିଶ୍ଵ ଦରବାରରେ ବଦନାମ କଲା ।