କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ଓଡ଼ିଶାବାସୀଙ୍କ ସ୍ୱର ବିଧାନସଭାରେ ଉଠାଇବ ବିଜେଡି…

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି। କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ। ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି । ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ  । ଏନେଇ ଶଙ୍ଖ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆାଚାର୍ଯ୍ୟ। ସେ କହିଛନ୍ତି, ଗୃହରେ ଉଠିବ ଲୋକଙ୍କ ସମସ୍ୟା ।  ଏ ସରକାରର ଲକ୍ଷଣ ସବୁ କ୍ଷେତ୍ରରେ ନିମ୍ନଗାମୀ। ଆଇନ ଶୃଙ୍ଖଳା ରକ୍ଷାରେ ସରକାରଙ୍କ […]

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ଓଡ଼ିଶାବାସୀଙ୍କ ସ୍ୱର ବିଧାନସଭାରେ ଉଠାଇବ ବିଜେଡି…
Untitled 1 37

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି। କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ। ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି । ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ  । ଏନେଇ ଶଙ୍ଖ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆାଚାର୍ଯ୍ୟ। ସେ କହିଛନ୍ତି, ଗୃହରେ ଉଠିବ ଲୋକଙ୍କ ସମସ୍ୟା ।  ଏ ସରକାରର ଲକ୍ଷଣ ସବୁ କ୍ଷେତ୍ରରେ ନିମ୍ନଗାମୀ। ଆଇନ ଶୃଙ୍ଖଳା ରକ୍ଷାରେ ସରକାରଙ୍କ ଚରମ ବିଫଳତା । ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲେ। ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି । ବିଭାଗ ମଧ୍ୟରେ ସମନ୍ୱୟ ନାହିଁ କି ମନ୍ତ୍ରୀଙ୍କ ଉପରେ ସରକାରଙ୍କ ଲଗାମ ନାହିଁ । ଓଡ଼ିଶାବାସୀଙ୍କ ସ୍ୱର ବିଧାନସଭାରେ ଉଠାଇବ ବିଜେଡି  । ଭୁବନେଶ୍ୱରରେ ପ୍ରଶାସନ ସାମ୍ନାରେ ଯାହା ଘଟୁଛି ସମସ୍ତେ ଦେଖୁଛନ୍ତି  । ହତ୍ୟା, ଲୁଟ୍, ଛିନତାଇ, ନାରୀ ନିର୍ଯାତନା ବଢ଼ିଛି । ୯ ମାସରେ ଅର୍ଥ ବ୍ୟବସ୍ଥାର ବିଫଳ ପରିଚାଳନା। ଏହା ବିଧାନସଭାରେ ଉଠାଇବ ବିଜେଡି। ଡବଲ ଇଞ୍ଜିନ ସରକାରରେ ସବୁ ଡବଲ ପ୍ରତିଶୃତି ମିଳିଥିଲା  । କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅବହେଳା ବିଧାନସଭାରେ ଉଠିବ ବୋଲି କହିଛନ୍ତି ପ୍ରସନ୍ନ । ଆଇନଶୃଙ୍ଖଳା, ଧାନମଣ୍ଡି ସମସ୍ୟା ସହ ସାରା ଓଡ଼ିଶାରେ ବିଷାଦମୟ ପରିସ୍ଥିତି ସୃଷ୍ଟି ହୋଇଛି  । ବିଧାନସଭାରେ ଲୋକଧର୍ମ ବିଜେଡି ପାଳନ କରିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।