ଓଡ଼ିଶାରୁ ଯିବେ ୨ ହଜାର BSF ଯବାନ; ଜମ୍ମୁରେ ସକ୍ରିୟ ୧୦୦ ବିଦେଶୀ ଆତଙ୍କୀ
ନୂଆଦିଲ୍ଲୀ, ୨୮।୭: ଭାରତ-ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ଜମ୍ମୁ ଅଞ୍ଚଳରେ ସୁରକ୍ଷା ବଢାଇବା ପାଇଁ ଓଡ଼ିଶାରୁ ୨,୦୦୦ ରୁ ଅଧିକ କର୍ମଚାରୀଙ୍କୁ ନେଇ ଦୁଇଟି ବିଏସଏଫ ବାଟାଲିୟନ ବାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ହେଲା ଆତଙ୍କୀ ତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି। ତେଣୁ ଏହାକୁ ମୁକାବିଲା କରିବା ଲାଗି ସରକାର ସୁରକ୍ଷା ବାହିନୀକୁ ନିୟୋଜିତ କରିବା ଲାଗି ଲାଗି ନିଷ୍ପଭି ନେଇଛନ୍ତି। ଏହି କ୍ରମରେ ଓଡ଼ିଶାରୁ ୨ ହଜାର ଯବାନ ଯିବେ। ଓଡ଼ିଶାରେ ମାଓବାଦୀ […] The post ଓଡ଼ିଶାରୁ ଯିବେ ୨ ହଜାର BSF ଯବାନ; ଜମ୍ମୁରେ ସକ୍ରିୟ ୧୦୦ ବିଦେଶୀ ଆତଙ୍କୀ appeared first on Dharitri Odia News.
ନୂଆଦିଲ୍ଲୀ, ୨୮।୭: ଭାରତ-ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ଜମ୍ମୁ ଅଞ୍ଚଳରେ ସୁରକ୍ଷା ବଢାଇବା ପାଇଁ ଓଡ଼ିଶାରୁ ୨,୦୦୦ ରୁ ଅଧିକ କର୍ମଚାରୀଙ୍କୁ ନେଇ ଦୁଇଟି ବିଏସଏଫ ବାଟାଲିୟନ ବାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ହେଲା ଆତଙ୍କୀ ତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି। ତେଣୁ ଏହାକୁ ମୁକାବିଲା କରିବା ଲାଗି ସରକାର ସୁରକ୍ଷା ବାହିନୀକୁ ନିୟୋଜିତ କରିବା ଲାଗି ଲାଗି ନିଷ୍ପଭି ନେଇଛନ୍ତି।
ଏହି କ୍ରମରେ ଓଡ଼ିଶାରୁ ୨ ହଜାର ଯବାନ ଯିବେ। ଓଡ଼ିଶାରେ ମାଓବାଦୀ ଦମନ ଅଭିଯାନରେ ସାମିଲ ଥିବା ବିଏସ୍ଏଫର ୨ଟି ବାଟାଲିୟନ (୨ ହଜାର) ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଏସ୍ଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ମାଓବାଦୀ ମୁକାବିଲାରେ ଏହି ୨ ବାଟାଲିୟନ ବିଏସ୍ଏଫ ଯବାନ ନିୟୋଜିତ ଅଛନ୍ତି।
ତେବେ ତୁରନ୍ତ ସେମାନଙ୍କୁ ମାଓ ଦମନ ଅଭିଯାନ ଗ୍ରୀଡରୁ ପ୍ରତ୍ୟାହାର କରି ଜମ୍ମୁକୁ ପଠାଇବା ଲାଗି ନିର୍ଦ୍ଦେଶ ମିଳିଛି । ନିକଟରେ ଦିଲ୍ଲୀ ଓ ଜମ୍ମୁରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଜମ୍ମୁରେ ସେଥିରେ ଜମ୍ମୁରେ ବିଏସ୍ଏଫ ଯବାନଙ୍କୁ ମୁତୟନ କରି କରିବା ଲାଗି ନିଷ୍ପରି ନିଆଯାଇଛି। ଓଡ଼ିଶାରେ ମାଓହିଂସା କମିଥିବାରୁ ସେଠାରୁ ୧ ବାଟାଲିୟନ ବିଏସ୍ଏଫ ଯବାନଙ୍କୁ ପ୍ରତ୍ୟାହାର କରି ଛତିଶଗଡରେ ମୁତୟନ କରିବା ଲାଗି ପ୍ରସ୍ତାବ ରହିଥିଲା। କିଛିଦିନ ହେଲା ଛତିଶଗଡରେ ମାଓବାଦୀଙ୍କ ସକ୍ରିୟତା ବୃଦ୍ଧି ପାଇଥିଲା । କିନ୍ତୁ ଏବେ ସେହି ଦୁଇ ବାଟାଲିୟନର ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବାକୁ କୁହାଯାଇଛି। ଜମ୍ମୁ ସ୍ଥିତି ଭଲ ନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ବର୍ତମାନ ୧୦୦ ବିଦେଶୀ ଆତଙ୍କବାଦୀ ଜମ୍ମୁରେ ସକ୍ରିୟ ଅଛନ୍ତି। ସେମାନଙ୍କ ସହ କିଛି ସ୍ଥାନୀୟ ଯୁବକ ମଧ୍ୟ ସାମିଲ ଅଛନ୍ତି। ଜମ୍ମୁ-କାଶ୍ମୀର ପୁଲିସର ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରରେ ୭୦-୮୦ ବିଦେଶୀ ବିଦେଶ ଆତଙ୍କବାଦୀ ସକ୍ରିୟ ଅଛନ୍ତି ଏବଂ ଆହୁରି ଅନୁପ୍ରବେଶ କରିପାରନ୍ତି। କିଛି ବର୍ଷ ପୂର୍ବରୁ କାଶ୍ମୀରକୁ ଆତଙ୍କବାଦୀମାନେ ସେମାନଙ୍କ ଭୂସ୍ବର୍ଗ କରିଥିଲେ। ସେଠାରେ ହିଂସାକାଣ୍ଡ ଘଟାଉଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ତାଙ୍କର ଯୋଜନା ବଦଳାଇଛନ୍ତି।
The post ଓଡ଼ିଶାରୁ ଯିବେ ୨ ହଜାର BSF ଯବାନ; ଜମ୍ମୁରେ ସକ୍ରିୟ ୧୦୦ ବିଦେଶୀ ଆତଙ୍କୀ appeared first on Dharitri Odia News.