କିଏ ହେବେ ଟିମ୍ ଇଣ୍ଡିଆର ବୋଲିଂ କୋଚ: ରେସ୍ରେ ଅଛନ୍ତି ଏହି ୩ ବୋଲର
ନୂଆଦିଲ୍ଲୀ,୧୦।୭: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହୋଇଛନ୍ତି। କେବଳ ଦ୍ରାବିଡ ନୁହଁନ୍ତି, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, ବୋଲିଂ କୋଚ ପାରାସ ମାମ୍ବ୍ରେ ଏବଂ ଫିଲ୍ଡିଂ କୋଚ ଟି ଦିଲୀପ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କୋଚ ହେବା ପୂର୍ବରୁ ଗମ୍ଭୀର ଏକ ସର୍ତ୍ତ ରଖିଥିଲେ ଯେ, ସେ ନିଜର ଷ୍ଟାଫ୍ ବାଛିବେ। ଗମ୍ଭୀର ବିସିସିଆଇକୁ କିଛି ନାମ ଦେଇଛନ୍ତି। ତେବେ ନିଜେ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ […] The post କିଏ ହେବେ ଟିମ୍ ଇଣ୍ଡିଆର ବୋଲିଂ କୋଚ: ରେସ୍ରେ ଅଛନ୍ତି ଏହି ୩ ବୋଲର appeared first on Dharitri Odia News.
ନୂଆଦିଲ୍ଲୀ,୧୦।୭: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହୋଇଛନ୍ତି। କେବଳ ଦ୍ରାବିଡ ନୁହଁନ୍ତି, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, ବୋଲିଂ କୋଚ ପାରାସ ମାମ୍ବ୍ରେ ଏବଂ ଫିଲ୍ଡିଂ କୋଚ ଟି ଦିଲୀପ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କୋଚ ହେବା ପୂର୍ବରୁ ଗମ୍ଭୀର ଏକ ସର୍ତ୍ତ ରଖିଥିଲେ ଯେ, ସେ ନିଜର ଷ୍ଟାଫ୍ ବାଛିବେ। ଗମ୍ଭୀର ବିସିସିଆଇକୁ କିଛି ନାମ ଦେଇଛନ୍ତି। ତେବେ ନିଜେ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ହୋଇଥିବାରୁ ଗମ୍ଭୀରଙ୍କୁ ବ୍ୟାଟିଂ କୋଚ ଭାବରେ ନିଯୁକ୍ତ ହେବାର କମ ସମ୍ଭାବନା ରହିଛି। ବୋଲିଂ କୋଚକୁ ନେଇ ତିନୋଟି ନାମ ବିଷୟରେ ଅନେକ ଆଲୋଚନା ହେଉଛି। ସେମାନଙ୍କ ମଧ୍ୟରୁ ଜଣେ ୨୦୧୧ରେ ଗମ୍ଭୀରଙ୍କ ସହ ଦିନିକିଆ ବିଶ୍ୱକପ ଜିତିଥିଲେ।
ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ଏବଂ ଲକ୍ଷ୍ମୀପତି ବାଲାଜୀଙ୍କୁ ଜାତୀୟ ଦଳର ବୋଲିଂ କୋଚ ରେସ୍ରେ ଆଗରେ ଅଛନ୍ତି। ଏହାସହ ବିନୟ କୁମାର ମଧ୍ୟ ରେସ୍ରେ ଅଛନ୍ତି। ବିସିସିଆଇ ବିନୟ କୁମାରଙ୍କ ନାମରେ ଆଗ୍ରହୀ ନୁହେଁ। ଏହା ବ୍ୟତୀତ ଗମ୍ଭୀର ସହକାରୀ କୋଚ ପାଇଁ ଅଭିଷେକ ନାୟାରଙ୍କ ନାମ ମଧ୍ୟ ସୁପାରିଶ କରିଛନ୍ତି।
The post କିଏ ହେବେ ଟିମ୍ ଇଣ୍ଡିଆର ବୋଲିଂ କୋଚ: ରେସ୍ରେ ଅଛନ୍ତି ଏହି ୩ ବୋଲର appeared first on Dharitri Odia News.