ବିଧାୟକଙ୍କ ଫେସ୍ବୁକ୍ ପୋଷ୍ଟ ନେଇ ଜୋର୍ଦାର ଚର୍ଚ୍ଚା
ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍ବୁକ୍ ପୋଷ୍ଟକୁ ନେଇ ଜୋର୍ଦାର ଚର୍ଚ୍ଚା ଚାଲିଛି। ସଦର ବ୍ଲକ ଅଉଖମାଠାରେ ଶନିବାର ରାତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କେତେଜଣ ଲୋକଙ୍କୁ ନୂତନ ସାଇକେଲ ବଣ୍ଟନ କରିଥିବା ସମ୍ପର୍କରେ ବିଧାୟକ ତାଙ୍କ ଫେସ୍ବୁକ୍ରେ ପୋଷ୍ଟ କରିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ କିଭଳି ଏକ କାର୍ଯ୍ୟକ୍ରମରେ ବିଧାୟକ ସାଇକେଲ […] The post ବିଧାୟକଙ୍କ ଫେସ୍ବୁକ୍ ପୋଷ୍ଟ ନେଇ ଜୋର୍ଦାର ଚର୍ଚ୍ଚା appeared first on Dharitri Odia News.
ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍ବୁକ୍ ପୋଷ୍ଟକୁ ନେଇ ଜୋର୍ଦାର ଚର୍ଚ୍ଚା ଚାଲିଛି। ସଦର ବ୍ଲକ ଅଉଖମାଠାରେ ଶନିବାର ରାତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କେତେଜଣ ଲୋକଙ୍କୁ ନୂତନ ସାଇକେଲ ବଣ୍ଟନ କରିଥିବା ସମ୍ପର୍କରେ ବିଧାୟକ ତାଙ୍କ ଫେସ୍ବୁକ୍ରେ ପୋଷ୍ଟ କରିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ କିଭଳି ଏକ କାର୍ଯ୍ୟକ୍ରମରେ ବିଧାୟକ ସାଇକେଲ ବଣ୍ଟନ କଲେ, ତାହାକୁ ନେଇ ଭାଜପା ସମର୍ଥକମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ବିଧାୟକ କହିଛନ୍ତି, ଅଉଖମା ଠାରେ ତୈଳିକ ବୈଶ୍ୟ ସମାଜର ୧୦୩ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହେଉଥିଲା। ସେଠାରେ ତାଙ୍କୁ ଅତିଥି ଭାବରେ ଡକାଯିବା ସହ ଅନୁଷ୍ଠାନ ପକ୍ଷରୁ କେତେଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ହୋଇଥିବାରୁ ସେ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଉଥିବା ସାଇକେଲ ବଣ୍ଟନ କରିଥିଲେ ବୋଲି ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ତଥା ଜିଲା ବିଜେଡି କୃଷକ ସଙ୍ଗଠନ ସଭାପତି ନରୋତ୍ତମ ସାହୁ ମଧ୍ୟ ଉପସ୍ଥିତ ଥିଲେ।
The post ବିଧାୟକଙ୍କ ଫେସ୍ବୁକ୍ ପୋଷ୍ଟ ନେଇ ଜୋର୍ଦାର ଚର୍ଚ୍ଚା appeared first on Dharitri Odia News.