ବାଚସ୍ପତି ନିର୍ବାଚନରେ ବିରୋଧୀଙ୍କୁ ମିଳିଲା ବଡ଼ ଫାଇଦା, ଜାଣନ୍ତୁ…
ନୂଆଦିଲ୍ଲୀ,୨୬।୬: ଇତିହାସରେ ପ୍ରଥମ ଥର ଲୋକ ସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ଏନଡିଏ ପୁଣିଥରେ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନରେ କେ ସୁରେଶଙ୍କୁ ହରାଇ ଓମ ବିର୍ଲା ଲୋକ ସଭାର ବାଚସ୍ପତି ହୋଇଛନ୍ତି। ତେବେ ପରମ୍ପରା ଅନୁଯାୟୀ, ସରକାର ଓ ବିରୋଧୀଙ୍କ ସହମତିରେ ସ୍ପିକର ପଦରେ କ୍ଷମତାସୀନ ସରକାରଙ୍କ ପ୍ରାର୍ଥୀ ମନୋନୀତ ହେଉଥିବାବେଳେ ଡେପୁଟି ସ୍ପିକରରେ ବିରୋଧୀଙ୍କ […] The post ବାଚସ୍ପତି ନିର୍ବାଚନରେ ବିରୋଧୀଙ୍କୁ ମିଳିଲା ବଡ଼ ଫାଇଦା, ଜାଣନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬: ଇତିହାସରେ ପ୍ରଥମ ଥର ଲୋକ ସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ଏନଡିଏ ପୁଣିଥରେ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନରେ କେ ସୁରେଶଙ୍କୁ ହରାଇ ଓମ ବିର୍ଲା ଲୋକ ସଭାର ବାଚସ୍ପତି ହୋଇଛନ୍ତି।
ତେବେ ପରମ୍ପରା ଅନୁଯାୟୀ, ସରକାର ଓ ବିରୋଧୀଙ୍କ ସହମତିରେ ସ୍ପିକର ପଦରେ କ୍ଷମତାସୀନ ସରକାରଙ୍କ ପ୍ରାର୍ଥୀ ମନୋନୀତ ହେଉଥିବାବେଳେ ଡେପୁଟି ସ୍ପିକରରେ ବିରୋଧୀଙ୍କ ପ୍ରାର୍ଥୀ ମନୋନୀତ ହୋଇଥାନ୍ତି। କିନ୍ତୁ ସରକାର ଏଥିରେ ଅରାଜି ହେବାରୁ ବାଚସ୍ପତି ନିର୍ବାଚନ ଅନଚଷ୍ଠିତ ହୋଇଥିଲା।
ଆମେ ନମ୍ବର ଗେମ୍କୁ ଦେଖି ଜାଣିପାରିବା ଯେ, ଏନଡିଏର ସଂଖ୍ୟା ଗରିଷ୍ଠତା ଅଧିକ ଥିବାରୁ ଓମ ବିର୍ଲା ସହଜରେ ଏହି ନିର୍ବାଚନ ଜିତିଗଲେ। ଏନଡିଏ ପାଖରେ ଲୋକ ସଭାରେ ୨୯୩ ଏମପି ରହିଛନ୍ତି। ଏଥିସହ ଆନ୍ଧ୍ର ପ୍ରଦେଶର ଜଗମୋହନ ରେଡ୍ଡୀ ମଧ୍ୟ ଏନଡିଏକୁ ସମର୍ଥନ ଦେଇଛନ୍ତି। ଯାହାଦ୍ୱାରା ସଂଖ୍ୟା ୨୯୭ ଛୁଇଁଥିଲା। ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟ ପାଖରେ ୨୩୬ ଏମପି ରହିଛନ୍ତି। ଏଥିସହ କିଛି ଛୋଟ ଓ ନିର୍ଦ୍ଦଳୀୟ ପାର୍ଟି ମଧ୍ୟ ଏନେଇ ସମର୍ଥନ ଜଣାଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ନିର୍ବାଚନ ବିରୋଧୀଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ।
ଏହି ନିର୍ବାଚନର ବଡ଼ ପ୍ରଭାବ ଜାତୀୟ ରାଜନୀତିରେ ପଡିବାକୁ ଯାଉଛି। ବିରୋଧୀଙ୍କ ପାଖରେ ନମ୍ବର ନାହିଁ କିନ୍ତୁ ଦେଶକୁ ଏକ ବଡ଼ ବାର୍ତ୍ତା ପହଞ୍ଚିବ। କୁହାଯାଉଛି କି, ଦେଶରେ ଏବେ ସରକାରଙ୍କ ବିରୋଧରେ ସଶକ୍ତ ବିରୋଧୀ ଉଭା ହୋଇଛନ୍ତି ବୋଲି ଚର୍ଚ୍ଚା ହେବ। ନିଜର ୨ଟି ଟର୍ମରେ ଭାଜପା ଯେମିତି ଥିଲା ଏବେ ସେଭଳି ନାହିଁ। ଏବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିରୋଧୀଙ୍କ ସହ ଆଲୋଚନା କରିବାକୁ ପଡିବ। ଏବେ ପ୍ରତିଟି ପସଙ୍ଗ ଉଠାଇବାକୁ ବିରୋଧୀଙ୍କ ପାଖରେ ଦଳ ସହ ବଳ ମଧ୍ୟ ରହିଛି। ଏହାର ବଡ଼ ଉଦାହରଣ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହୋଇ ପ୍ରତିପାଦନ କରିଛନ୍ତି।
The post ବାଚସ୍ପତି ନିର୍ବାଚନରେ ବିରୋଧୀଙ୍କୁ ମିଳିଲା ବଡ଼ ଫାଇଦା, ଜାଣନ୍ତୁ… appeared first on Dharitri Odia News.