ବାଚସ୍ପତିଙ୍କୁ ଭେଟିଲେ ରାହୁଲ ଗାନ୍ଧି, କହିଲେ- ଏମର୍ଜେନ୍ସି ଉପରେ ବୟାନ ‘ସଂପୂର୍ଣ୍ଣ ରାଜନୀତିକ’
ରାହୁଲ ଗାନ୍ଧି ଭେଟଘାଟ ସମୟରେ ବିର୍ଲାଙ୍କୁ କହିଛନ୍ତି ଯେ ଏପରି ବୟାନ ସଂପୂର୍ଣ୍ଣ ରାଜନୀତିକ ଥିଲା। ଏହାକୁ ଅଣଦେଖା କରାଯାଇ ପାରିଥାଆନ୍ତା। ରାହୁଲ ଏକଥା ବିର୍ଲାଙ୍କୁ ଅବଗତ କରାଇଥିବା କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ସୂଚନା ଦେଇଛନ୍ତି।
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ବାଚସ୍ପତି ଓମ ବିର୍ଲାଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିଛନ୍ତି। ଏହି ସମୟରେ ଶ୍ରୀ ବିର୍ଲା ଲୋକସଭା ମଧ୍ୟରେ ଏମର୍ଜେନ୍ସି ସମ୍ପର୍କରେ ଦେଇଥିବା ବୟାନକୁ ନେଇ ସେ ତାଙ୍କ ଆଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାହୁଲ ଗାନ୍ଧି ଭେଟଘାଟ ସମୟରେ ବିର୍ଲାଙ୍କୁ କହିଛନ୍ତି ଯେ ଏପରି ବୟାନ ସଂପୂର୍ଣ୍ଣ ରାଜନୀତିକ ଥିଲା। ଏହାକୁ ଅଣଦେଖା କରାଯାଇ ପାରିଥାଆନ୍ତା। ରାହୁଲ ଏକଥା ବିର୍ଲାଙ୍କୁ ଅବଗତ କରାଇଥିବା କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ସୂଚନା ଦେଇଛନ୍ତି।
ରାହୁଲ ଗାନ୍ଧିଙ୍କ ବ୍ୟତୀତ ସମାଜବାଦୀ ପାର୍ଟି ଡିମ୍ପଲ ଯାଦବ, ଆରଜେଡି ସାଂସଦ ମିଶା ଭାରତୀ ଓ ଶରଦ ପାୱାରଙ୍କ ଏନସିପିର ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିଛନ୍ତି।
ଭେନୁଗୋପାଲ କହିଛନ୍ତି, “ସୌଜନ୍ୟମୂଳକ ସାକ୍ଷାତ ସମୟରେ ରାହୁଲ ଗାନ୍ଧି ଏମ୍ସର୍ଜେନ୍ସି ଲଦି ଦିଆଯାଇଥିବା ନେଇ ବାଚସ୍ପତି ଦେଇଥିବା ବୟାନକୁ ରାହୁଲ ଗାନ୍ଧି ଉଠାଇଥିଲେ। ଆଜି ବାଚସ୍ପତି ଓମ ବିର୍ଲା ବିଧିବଦ୍ଧ ଭାବେ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା ଭାବେ ଘୋଷଣା କରରିଥିଲେ। ଏହାପରେ ଇଣ୍ଡିଆ ବ୍ଲକର ସଦସ୍ୟଙ୍କ ସହ ସେ ବାଚସ୍ପତିଙ୍କୁ ଭେଟିଥିଲେ।”
ବୁଧବାର ଓମ ବିର୍ଲା ବାଚସ୍ପତି ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବା ପରେ ସରକାରଙ୍କ ପକ୍ଷରୁ ଆଗତ ଗୋଟିଏ ସଂକଳ୍ପକୁ ପଢ଼ିଥିଲେ। ୧୯୭୫ ମସିହା ଜୁନ ୨୫ ଓ ୨୬ ତାରିଖ ରାତିରେ ଲାଗୁ ହୋଇଥିବା ଏମର୍ଜେନ୍ସିକୁ ସେ ନିନ୍ଦା କରିଥିଲେ।
ଏଥିସହ ଏମର୍ଜେନ୍ସି ବିରୋଧରେ ଗୃହରେ ୨ ମିନିଟ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା। ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବାକ ସ୍ୱାଧୀନତାର ଗଳାକୁ ଏମର୍ଜେନ୍ସି ସମୟରେ ଚିପି ଦିଆଯାଇଥିଲା ବୋଲି ମଧ୍ୟ ବାଚସ୍ପତି କହିଥିଲେ।
ଶ୍ରୀ ବିର୍ଲା ସଂକଳ୍ପକୁ ପଢ଼ୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଯାଇ ହୋହାଲ୍ଲା କରିଥିଲେ। ଫଳରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।