ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବିଗୁଲ, ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ ୧୫/୧୦: ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ । ଆଜି ଘୋଷଣା ହେବ ତାରିଖ । ଭାରତୀୟ ନିର୍ବାଚନ କମିଶନର ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ । ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପ୍ରେସ୍‌ କନ୍‌ଫରେନ୍ସ ହେବ । ଏନେଇ ଇସିଆଇ ଖୋଦ୍‌ ଏକ ଚିଠି ଜାରି କରି କହିଛନ୍ତି।ସୂଚନାଥାଉକି, ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ।ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ସୂଚନାନୁସାରେ, ମହାରାଷ୍ଟ୍ରରେ ନଭେମ୍ବର ୨୬ ଓ ଝାଡ଼ଖଣ୍ଡରେ ଡିସେମ୍ବର ୨୯ରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ। ପ୍ରତ୍ୟେକ ଥର ନିର୍ବାଚନ ଆୟୋଗ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାର ୪୫ ଦିନ ପୂର୍ବରୁ ନିର୍ବାଚନ ଆଚରଣ ବିଧି ଲାଗୁ କରନ୍ତି। ତଥାପି, ଯଦି ଆମେ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟକାଳକୁ ଦେଖିବା, ତେବେ ବର୍ତ୍ତମାନ କେବଳ ୪୦ ଦିନ ବାକି ଅଛି।

ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବିଗୁଲ, ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ ୧୫/୧୦: ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ । ଆଜି ଘୋଷଣା ହେବ ତାରିଖ । ଭାରତୀୟ ନିର୍ବାଚନ କମିଶନର ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ । ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପ୍ରେସ୍‌ କନ୍‌ଫରେନ୍ସ ହେବ । ଏନେଇ ଇସିଆଇ ଖୋଦ୍‌ ଏକ ଚିଠି ଜାରି କରି କହିଛନ୍ତି।

ସୂଚନାଥାଉକି, ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ।

ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ସୂଚନାନୁସାରେ, ମହାରାଷ୍ଟ୍ରରେ ନଭେମ୍ବର ୨୬ ଓ ଝାଡ଼ଖଣ୍ଡରେ ଡିସେମ୍ବର ୨୯ରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ। ପ୍ରତ୍ୟେକ ଥର ନିର୍ବାଚନ ଆୟୋଗ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାର ୪୫ ଦିନ ପୂର୍ବରୁ ନିର୍ବାଚନ ଆଚରଣ ବିଧି ଲାଗୁ କରନ୍ତି। ତଥାପି, ଯଦି ଆମେ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟକାଳକୁ ଦେଖିବା, ତେବେ ବର୍ତ୍ତମାନ କେବଳ ୪୦ ଦିନ ବାକି ଅଛି।