୫.୮ ତୀବ୍ରତା ସହ ଥରିଲା ଆଫଗାନିସ୍ତାନ; ଦିଲ୍ଲୀ-ଏନସିଆର୍ ଯାଏଁ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ଭୂକମ୍ପ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ଏହାର ତୀବ୍ରତା ଏତେ ଭୀଷଣ ଥିଲା ଯେ ଦିଲ୍ଲୀ-ଏନସିଆର୍ ପର୍ଯ୍ୟନ୍ତ ଝଟକା ଲାଗିଛି । ତେବେ ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ନ୍ୟାଶନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଶନିବାର ମଧ୍ୟାହ୍ଣ ପ୍ରାୟ ୧୨ଟା ୧୭ ମିନିଟ୍ ଭୂମିକମ୍ପ ଝଟକା ଲାଗିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ୩୬.୧୦ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୭୧.୨୦ ଡିଗ୍ରି ପୂର୍ବ ଦ୍ରାଘିମାରେ ଏବଂ ଭୂପୃଷ୍ଠରୁ ପ୍ରାୟ ୧୩୦ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପର ଝଟକା ଭାରତରେ ମଧ୍ୟ ଅନୁଭୂତ ହୋଇଛି । ଜାମ୍ମୁ-କାଶ୍ମୀର ଓ ଦିଲ୍ଲୀ-ଏନସିଆର ଝଟକା ଲଗିଛି । ଗତ ସପ୍ତାହରେ ମଧ୍ୟ ଆଫଗାନିସ୍ତନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଗତ ବୁଧବାର ୫.୬ ତୀବ୍ରତା ସହିତ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିଲେ । ଏହାର କେନ୍ଦ୍ରସ୍ଥଳ ପୂର୍ବ ବାଘଲାନରୁ ୧୬୪ କିଲୋମିଟର ଗଭୀରତାରେ ରହିଛି । ଦି ୟୁରୋପିଆନ୍-ମେଡିଟେରିନାନ୍ ସିସ୍ମୋଲୋଜିକାଲ୍ ସେଣ୍ଟର ପ୍ରଥମେ ୬.୪ ତ୍ରୀବତା ବିଶିଷ୍ଟ ଭୂମିକମ୍ପ ବୋଲି ଘୋଷଣା କରିଥିଲା । ପରେ ଏହାକୁ ପରିବର୍ତ୍ତନ କରି ୫.୬ ତୀବ୍ରତା ବୋଲି କହିଥିଲା । ଆଫଗାନିସ୍ତାନରେ ଭୂମିକମ୍ପ, ଭୂସ୍ଖଳନ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ଭୂକମ୍ପ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ଏହାର ତୀବ୍ରତା ଏତେ ଭୀଷଣ ଥିଲା ଯେ ଦିଲ୍ଲୀ-ଏନସିଆର୍ ପର୍ଯ୍ୟନ୍ତ ଝଟକା ଲାଗିଛି । ତେବେ ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।
ନ୍ୟାଶନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଶନିବାର ମଧ୍ୟାହ୍ଣ ପ୍ରାୟ ୧୨ଟା ୧୭ ମିନିଟ୍ ଭୂମିକମ୍ପ ଝଟକା ଲାଗିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ୩୬.୧୦ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୭୧.୨୦ ଡିଗ୍ରି ପୂର୍ବ ଦ୍ରାଘିମାରେ ଏବଂ ଭୂପୃଷ୍ଠରୁ ପ୍ରାୟ ୧୩୦ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପର ଝଟକା ଭାରତରେ ମଧ୍ୟ ଅନୁଭୂତ ହୋଇଛି । ଜାମ୍ମୁ-କାଶ୍ମୀର ଓ ଦିଲ୍ଲୀ-ଏନସିଆର ଝଟକା ଲଗିଛି ।
ଗତ ସପ୍ତାହରେ ମଧ୍ୟ ଆଫଗାନିସ୍ତନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଗତ ବୁଧବାର ୫.୬ ତୀବ୍ରତା ସହିତ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିଲେ । ଏହାର କେନ୍ଦ୍ରସ୍ଥଳ ପୂର୍ବ ବାଘଲାନରୁ ୧୬୪ କିଲୋମିଟର ଗଭୀରତାରେ ରହିଛି । ଦି ୟୁରୋପିଆନ୍-ମେଡିଟେରିନାନ୍ ସିସ୍ମୋଲୋଜିକାଲ୍ ସେଣ୍ଟର ପ୍ରଥମେ ୬.୪ ତ୍ରୀବତା ବିଶିଷ୍ଟ ଭୂମିକମ୍ପ ବୋଲି ଘୋଷଣା କରିଥିଲା । ପରେ ଏହାକୁ ପରିବର୍ତ୍ତନ କରି ୫.୬ ତୀବ୍ରତା ବୋଲି କହିଥିଲା ।
ଆଫଗାନିସ୍ତାନରେ ଭୂମିକମ୍ପ, ଭୂସ୍ଖଳନ ଓ ଋତୁକଳୀନ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହୁଥିବାରୁ ଜାତିସଂଘର ମାନବ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ ଏହି ସ୍ଥାନକୁ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ବୋଲି ଘୋଷଣା କରିଛି । ବାରମ୍ବାର ଭୂମିକମ୍ପ ଯୋଗୁ ଦୁର୍ବଳ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବର୍ଷ ବର୍ଷ ଧରି ଜୀବନ ସହିତ ସଂଘର୍ଷ କରୁଛନ୍ତି । ରେଡକ୍ରସ୍ ଅନୁଯାୟୀ, ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ହେବାର ଏକ ଲମ୍ବା ଇତିହାସ ରହିଛି । ବିଶେଷକରି ହିନ୍ଦୁକୁଶ ପାର୍ବତ୍ୟ ଅଞ୍ଚଳରେ ବାରମ୍ବାର ଭୂତାତ୍ତ୍ୱିକ କାର୍ଯ୍ୟକଳାପ ଓ କମ୍ପନ ସୃଷ୍ଟି ହେଉଛି । ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ୟୁରେସିଆନ୍ ପ୍ଲେଟ୍କୁ ଧକ୍କା ଦେଉଥିବାରୁ ଭୂମିକମ୍ପ ବିପଦ ବୃଦ୍ଧି ପାଉଛି ।