ବାଜିଲା ୨୪ ପାଇଁ ବିଗୁଲ୍, ୭ଟି ପର୍ଯ୍ୟାୟରେ ସାରା ଦେଶରେ ହେବ ମତଦାନ, ଜୁନ୍ ୪ରେ ଭୋଟ ଗଣତି
ନୂଆଦିଲ୍ଲୀ: ଲୋକସଭା ଏବଂ ଚାରି ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟିଂ ହେବ । ଚଳିତଥର ମଧ୍ୟ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଜୁନ ୪ରେ ଭୋଟ୍ ଗଣତି ହେବ ।ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଜୁନ ୪ରେ ରେଜଲ୍ଟ ଘୋଷଣା ହେବ ।ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁସାରେ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ହେବ ଏବଂ ଏଥିରେ ମୋଟ ୧୦୨ଆସନରେ ଭୋଟିଂ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ୮୯ ଆସନ ପାଇଁ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟରେ ମେ ୭ରେ ୯୪ ଆସନରେ ତମଦାନ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ ୯୬ ଆସନ ପାଇଁ ଭୋଟିଂ ହେବ । ପଞ୍ଚମ ପର୍ଯ୍ୟାୟରେ ମେ ୨୦ରେ ୪୯, ଷଷ୍ଠ ପର୍ଯ୍ୟାରେ ମେ ୨୫ରେ ୫୭ ଏବଂ ସପ୍ତମ ପର୍ଯ୍ୟାୟରେ ଜୁନ ୧ରେ ୫୭ ଆସନ ପାଇଁ ମତଦାନ ହେବ ।ନିର୍ବାଚନ ଆୟୋଗ କହିଛନ୍ତି, ଦେଶରେ ମୋଟ ୯୭ କୋଟିରୁ ଅଧିକ ଭୋଟର
ନୂଆଦିଲ୍ଲୀ: ଲୋକସଭା ଏବଂ ଚାରି ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟିଂ ହେବ । ଚଳିତଥର ମଧ୍ୟ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଜୁନ ୪ରେ ଭୋଟ୍ ଗଣତି ହେବ ।

ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଜୁନ ୪ରେ ରେଜଲ୍ଟ ଘୋଷଣା ହେବ ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁସାରେ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ହେବ ଏବଂ ଏଥିରେ ମୋଟ ୧୦୨ଆସନରେ ଭୋଟିଂ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ୮୯ ଆସନ ପାଇଁ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟରେ ମେ ୭ରେ ୯୪ ଆସନରେ ତମଦାନ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ ୯୬ ଆସନ ପାଇଁ ଭୋଟିଂ ହେବ । ପଞ୍ଚମ ପର୍ଯ୍ୟାୟରେ ମେ ୨୦ରେ ୪୯, ଷଷ୍ଠ ପର୍ଯ୍ୟାରେ ମେ ୨୫ରେ ୫୭ ଏବଂ ସପ୍ତମ ପର୍ଯ୍ୟାୟରେ ଜୁନ ୧ରେ ୫୭ ଆସନ ପାଇଁ ମତଦାନ ହେବ ।
ନିର୍ବାଚନ ଆୟୋଗ କହିଛନ୍ତି, ଦେଶରେ ମୋଟ ୯୭ କୋଟିରୁ ଅଧିକ ଭୋଟର ଅଛନ୍ତି । ୧୦.୫ ଲକ୍ଷ ପୋଲିଂ ଷ୍ଟେସନ ଏବଂ ୧.୫ କୋଟି ଅଫିସିଆଲ୍ ଏହାକୁ ନିୟନ୍ତ୍ରଣ କରିବେ । ଏହାସହ ସେ ସୂଚନା ଦେଇ କହିଛନ୍ତି ଯେ ୪୮.୭ କୋଟି ପୁରୁଷ, ୪୭.୧ କୋଟି ମହିଳା, ୪୮ ହଜାର ଟ୍ରାନ୍ସ ଜେଣ୍ଡର, ୧୯.୭୪ କୋଟି ଯୁବ ବର୍ଗ ଏବଂ ୮୨ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନଙ୍କ ବୟସ ୮୫ ବର୍ଷ ଉପରେ । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ନିର୍ବାଚନରେ ମୋଟ ୫୫ ଲକ୍ଷ ଇଭିଏମ ବ୍ୟବହାର କରାଯିବ । ଏଥିପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ କରାଯିବ ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ‘ଆମ ପାଖରେ ୯୭ କୋଟିରୁ ଅଧିକ ପଞ୍ଜିକୃତ ଭୋଟର, ୧୦.୫ ଲକ୍ଷ ମତଦାନ କେନ୍ଦ୍ର, ୧.୫ କୋଟି ପୋଲିଂ ଅଧିକାରୀ ଏବଂ ସୁରକ୍ଷା କର୍ମଚାରୀ, ୫୫ ଲକ୍ଷ ଇଭିଏମ, ୪ ଲକ୍ଷ ଗାଡ଼ି ଅଛି’।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯଦି କେଉଁଠି ଟଙ୍କା ବଣ୍ଟା ଯିବାର କେସ୍ ଆସେ ତେବେ ଫଟୋ ଉଠାଇ ଆମକୁ ପଠାଇବେ । ଆମେ ଆପଣଙ୍କ ଲୋକେସନ ଟ୍ରେସ୍ କରି ସୁନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବୁ । ସିଇସି କହିଛନ୍ତି ଯେ ସମସ୍ତ ପ୍ରକାର ସନ୍ଦିଗ୍ଧ ଟ୍ରାଞ୍ଜେକ୍ସନ ଉପରେ ନଜର ରଖାଯିବ । ଶାଢି, କୁକର, ଆଦି ବଣ୍ଟନ ଉପରେ ନଜର ରଖାଯିବ । ଧନବଳର ଦୁରୁପଯୋଗକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ଭୁଲ ସୂଚନା ଅର୍ଥାତ୍ ଫେକ୍ ନ୍ୟୁଜ୍ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଫେକନ୍ୟୁଜ୍ ପ୍ରସାରଣ କଲେ ଆକ୍ସନ ହେବ । ଆଟି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସବୁ ଜିଲ୍ଲାରେ ଲୋକଙ୍କୁ ଟ୍ରେନିଂ ଦିଆଯିବ ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଭୋଟର୍ସଙ୍କ ପାଇଁ ଜରୁରୀ ସୁବିଧା ରହିବ । ପିଇବା ପାଇଁ ପାଣି, ପୁରୁଷ-ମହିଳାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ରାପ୍, ହ୍ୱିଲଚେୟାର ରହିବ । ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି, ନିର୍ବାଚନ ସମୟରେ ପରିବେଶର ଧ୍ୟାନ ରଖାଯିବ । ବୁଥରେ ୱେଷ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା ରହିବ । କମରୁ କମ କାଗଜ ବ୍ୟବହାର କରାଯିବ ।
ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଭୋଟର୍ସଙ୍କ ପାଇଁ ଜରୁରୀ ସୁବିଧା ରହିବ । ପିଇବା ପାଇଁ ପାଣି, ପୁରୁଷ-ମହିଳାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ରାପ୍, ହ୍ୱିଲଚେୟାର ରହିବ । ରାଜୀବ କୁମାର କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଯୁବ ବର୍ଗ ଏବଂ ଇଫ୍ଲୁଏନର୍ସ ବହୁ ସଂଖ୍ୟାରେ ଭୋଟ ଦେବାକୁ ଆସନ୍ତୁ ଏବଂ ନିଜ ସାଙ୍ଗକୁ ସାଥିରେ ଆଣନ୍ତୁ।