ବାଟ ବଣା କଲା ଗୁଗଲ ମ୍ୟାପ, ନଦୀ ଭିତରକୁ ଖସିପଡିଲା କାର

ନୂଆଦିଲ୍ଲୀ ୦୧।୦୭: ଆଜିକାଲି କୌଣସି ନୂଆ  ସ୍ଥାନକୁ ଯାଉଥିବା ସମୟରେ  ରାସ୍ତା ଖୋଜିବା ଲାଗି ଗୁଗଲ  ମ୍ୟାପ୍‌ର ସହାୟତା ନେବା ଏକ  ସ । ଧ । ର ଣ କଥା ହୋଇଗଲାଣି । ତେବେ ଗୁଗଲ ମ୍ୟାପ୍‌  ଜରିଆରେ ରାସ୍ତା ଖୋଜିବା କେରଳର ଦୁଇଜଣ ଯୁବକଙ୍କୁ ମହଙ୍ଗା ପଡି଼ଛି । କାସରଗୋଡ୍‌ ଜିଲ୍ଲାର ପଲାନଚି ନିକଟରେ ସେମାନଙ୍କର  ଗାଡି଼ ଏକ ବନ୍ୟା ପ୍ଲାବିତ ନଦୀ ମଧ୍ୟକୁ ପଶିଯାଇଥିବାବେଳେ  ଅଳ୍ପକେ ଯୁବକମାନଙ୍କର ଜୀବନରକ୍ଷା ହୋଇଛି । ଘଟଣାଟି   ଗୁରୁବାର ଘଟିଥିବାବେଳେ ତାର ଭିଡିଓ ଆଜି ସୋସିଆଲ୍‌  ମିଡିଆରେ ଭାଇରାଲ୍‌ ହେଉଛି ।  ସେଦିନ ଭୋର୍‌ରୁ ଅବଦୁଲ୍‌ ରସିଦ୍‌ ଓ  ଏ ତଶରିଫ୍‌ କର୍ଣ୍ଣାଟକର ଏକ ହସ୍ପିଟାଲ  ଅଭିମୁଖେ ବାହାରିଥିଲେ । ରସିଦ୍‌ ଗୁଗଲ  ମାପ୍‌ ଦେଖି ଗାଡ଼ି ଚଳାଉଥିଲେ । ତାଙ୍କ ଅନୁସାରେ, ଗୁଗଲ୍‌ ମ୍ୟାପ୍‌   ଆମକୁ ଏକ ଅଣଓସାରିଆ ରାସ୍ତା  ଦେଖାଇଲା । ଆମେ ତା’ ମଧ୍ୟରେ  ଗାଡି଼ ପୂରାଇଦେଲୁ। ତେବେ ପରବର୍ତ୍ତୀ  ସମୟରେ କାର୍‌ର ହେଡ୍‌ଲାଇଟ୍‌ ଯୋଗେ  ଆଗରେ ପାଣି ଥିବା ଦେଖିବାକୁ ପାଇଲୁ ।  ପ୍ରକୃତରେ ତାହା ଏକ ନଦୀ ମଧ୍ୟରେ ନିର୍ମିତ ପୁରୁଣା ପୋଲ  ଥିଲା । ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ି ପୋଲ  ଉପରେ ପାଣି ଚାଲୁଥିଲା । ପୋଲର ଦୁଇ ପାଶ୍ୱର୍ରେ କୌଣସି  ରେଲିଂ ନଥିଲା । ଅନ୍ଧାର ଅଧିକ ଥିବାରୁ କେତେବେଳେ ଆମର  କାର୍‌ ନଦୀ ଗର୍ଭକୁ ଖସି ପଡ଼ିଲା ତାହା ଆମେ ଜାଣିପାରିଲୁ ନାହିଁ। ଏହାପରେ ପାଣି ସୁଅରେ ଆମ କାର୍‌ ଭାସ

ବାଟ ବଣା କଲା ଗୁଗଲ ମ୍ୟାପ, ନଦୀ ଭିତରକୁ ଖସିପଡିଲା କାର

ନୂଆଦିଲ୍ଲୀ ୦୧।୦୭: ଆଜିକାଲି କୌଣସି ନୂଆ  ସ୍ଥାନକୁ ଯାଉଥିବା ସମୟରେ  ରାସ୍ତା ଖୋଜିବା ଲାଗି ଗୁଗଲ  ମ୍ୟାପ୍‌ର ସହାୟତା ନେବା ଏକ  ସ । ଧ । ର ଣ କଥା ହୋଇଗଲାଣି । ତେବେ ଗୁଗଲ ମ୍ୟାପ୍‌  ଜରିଆରେ ରାସ୍ତା ଖୋଜିବା କେରଳର ଦୁଇଜଣ ଯୁବକଙ୍କୁ ମହଙ୍ଗା ପଡି଼ଛି । କାସରଗୋଡ୍‌ ଜିଲ୍ଲାର ପଲାନଚି ନିକଟରେ ସେମାନଙ୍କର  ଗାଡି଼ ଏକ ବନ୍ୟା ପ୍ଲାବିତ ନଦୀ ମଧ୍ୟକୁ ପଶିଯାଇଥିବାବେଳେ  ଅଳ୍ପକେ ଯୁବକମାନଙ୍କର ଜୀବନରକ୍ଷା ହୋଇଛି । ଘଟଣାଟି   ଗୁରୁବାର ଘଟିଥିବାବେଳେ ତାର ଭିଡିଓ ଆଜି ସୋସିଆଲ୍‌  ମିଡିଆରେ ଭାଇରାଲ୍‌ ହେଉଛି ।  ସେଦିନ ଭୋର୍‌ରୁ ଅବଦୁଲ୍‌ ରସିଦ୍‌ ଓ  ଏ ତଶରିଫ୍‌ କର୍ଣ୍ଣାଟକର ଏକ ହସ୍ପିଟାଲ  ଅଭିମୁଖେ ବାହାରିଥିଲେ । ରସିଦ୍‌ ଗୁଗଲ  ମାପ୍‌ ଦେଖି ଗାଡ଼ି ଚଳାଉଥିଲେ । 

ତାଙ୍କ ଅନୁସାରେ, ଗୁଗଲ୍‌ ମ୍ୟାପ୍‌   ଆମକୁ ଏକ ଅଣଓସାରିଆ ରାସ୍ତା  ଦେଖାଇଲା । ଆମେ ତା’ ମଧ୍ୟରେ  ଗାଡି଼ ପୂରାଇଦେଲୁ। ତେବେ ପରବର୍ତ୍ତୀ  ସମୟରେ କାର୍‌ର ହେଡ୍‌ଲାଇଟ୍‌ ଯୋଗେ  ଆଗରେ ପାଣି ଥିବା ଦେଖିବାକୁ ପାଇଲୁ ।  ପ୍ରକୃତରେ ତାହା ଏକ ନଦୀ ମଧ୍ୟରେ ନିର୍ମିତ ପୁରୁଣା ପୋଲ  ଥିଲା । ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ି ପୋଲ  ଉପରେ ପାଣି ଚାଲୁଥିଲା । ପୋଲର ଦୁଇ ପାଶ୍ୱର୍ରେ କୌଣସି  ରେଲିଂ ନଥିଲା । ଅନ୍ଧାର ଅଧିକ ଥିବାରୁ କେତେବେଳେ ଆମର  କାର୍‌ ନଦୀ ଗର୍ଭକୁ ଖସି ପଡ଼ିଲା ତାହା ଆମେ ଜାଣିପାରିଲୁ ନାହିଁ। ଏହାପରେ ପାଣି ସୁଅରେ ଆମ କାର୍‌ ଭାସିବା ଆରମ୍ଭ କଲା ।  ପରବର୍ତ୍ତୀ ସମୟରେ ସୌଭାଗ୍ୟକୁ ତାହା ନଦୀ କୂଳରେ ଥିବା ଏକ ଗଛରେ ଫସିଗଲା । ଏହାପରେ ଆମେ ଗାଡ଼ିର ଝରକା ଦେଇ  କୌଣସି ମତେ ବାହାରି ଆସିଲୁ । ସଂପର୍କୀୟମାନଙ୍କୁ ଫୋନ୍‌ରେ  ଏ ସଂପର୍କରେ କହିବା ପରେ ସେମାନେ ଅଗ୍ନିଶମ ବାହିନୀକୁ  ସୂଚନା ଦେଲେ ।

ଅଗ୍ନିଶମ ବାହିନୀର ଅଧିକାରୀମାନେ ଦଉଡି଼  ସାହାଯ୍ୟରେ ଆମକୁ ଉଦ୍ଧାର କଲେ । ଆମେ କେବେହେଲେ  ବଞ୍ଚିବୁ ବୋଲି ଭାବିନଥିଲୁ । ଏହା ଆମ ପାଇଁ ପ୍ରକୃତ ଅର୍ଥରେ   ପୁନର୍ଜନ୍ମ । ସୂଚନାଥାଉକି, ଦୁର୍ଘଟଣା ଘଟିଥିବା  ସ୍ଥାନଠାରୁ ୫୦୦ ମିଟର ଦୂରରେ ଏକ  ନୂଆ ପୋଲ ୪ ବର୍ଷ ତଳୁ ତିଆରି  ହୋଇଛି । କିନ୍ତୁ ଗୁଗଲ ମ୍ୟାପ୍‌ ସେହି  ପୁରୁଣା ପୋଲକୁ ଦର୍ଶାଉଛି । ଅନ୍ୟପଟେ  ଗୁଗଲ ମ୍ୟାପ୍‌ ଯୋଗୁ ଲୋକେ ଭ୍ରମିତ ହେବାର  ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଗତମାସରେ  ହାଇଦ୍ରାବାଦର କିଛି ପର୍ଯ୍ୟଟକ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର  କରି କୋଟ୍ଟାୟମ୍‌ ନିକଟରେ ଏକ ନଦୀ  ମଧ୍ୟରେ ପଶିଯାଇଥିଲେ ।