ବାଟବଣା ହୋଇ କୂଅରେ ପଡ଼ିଲା ଭାଲୁ

ଦିଗପହଣ୍ଡି,୨୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ସାଗର ସାହିର ବଳରାମ ପ୍ରଧାନଙ୍କ କୂଅରେ ଗଳି ପଡ଼ିଥିବା ଏକ ବିରଳ ପ୍ରଜାତିର ଗଡ଼ ଭାଲୁ ( ହନି ବ୍ରିଜଡେର)କୁ ଶୁକ୍ରବାର ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଗଡ଼ଭାଲୁଟି ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ଜଙ୍ଗଲରୁ ଜନବସତିକୁ ଚାଲିଆସିଥିଲା। ପରେ ଗଡ଼ଭାଲୁଟି ଅନ୍ଧକାର ରାତିରେ ବାଟବଣା ହୋଇ କୂଅ ଭିତରେ ଗଳି ପଡ଼ିଥିଲା। ଭୋରରେ କିଛି ବ୍ୟକ୍ତି କୂଅରୁ ପାଣି […] The post ବାଟବଣା ହୋଇ କୂଅରେ ପଡ଼ିଲା ଭାଲୁ appeared first on Dharitri Odia News.

ବାଟବଣା ହୋଇ କୂଅରେ ପଡ଼ିଲା ଭାଲୁ

ଦିଗପହଣ୍ଡି,୨୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ସାଗର ସାହିର ବଳରାମ ପ୍ରଧାନଙ୍କ କୂଅରେ ଗଳି ପଡ଼ିଥିବା ଏକ ବିରଳ ପ୍ରଜାତିର ଗଡ଼ ଭାଲୁ ( ହନି ବ୍ରିଜଡେର)କୁ ଶୁକ୍ରବାର ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଗଡ଼ଭାଲୁଟି ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ଜଙ୍ଗଲରୁ ଜନବସତିକୁ ଚାଲିଆସିଥିଲା। ପରେ ଗଡ଼ଭାଲୁଟି ଅନ୍ଧକାର ରାତିରେ ବାଟବଣା ହୋଇ କୂଅ ଭିତରେ ଗଳି ପଡ଼ିଥିଲା। ଭୋରରେ କିଛି ବ୍ୟକ୍ତି କୂଅରୁ ପାଣି ସଂଗ୍ରହ ପାଇଁ ଯାଇଥିବା ବେଳେ ଭାଲୁଟିକୁ ଦେଖିଥିଲେ। ଖବର ଗାଁ ସାରା ପ୍ରଚାରିତ ହେବା ପରେ ଭାଲୁ ଦେଖିବାକୁ ଜନଗହଳି ହୋଇଥିଲା। ଖବରପାଇ ସାନଖେମୁଣ୍ଡି ଦମକଳ ବାହିନୀ ଏବଂ ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନ ବନପାଳ ଦେବାଶିଷ ଶତପଥୀ, ପୋଡ଼ାମାରି ଡେପୁଟି ରେଞ୍ଜର ରୂପକ କୁମାର ପ୍ରଧାନ, ବନପାଳ ସୁନୀଲ ମଣ୍ଡଳ ଏବଂ ବନବିଭାଗ ରାପିଡ ଆକ୍ସନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କୌଶଳକ୍ରମେ ଗଡ଼ଭାଲୁଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ଗଡ଼ଭାଲୁଟିକୁ ବନବିଭାଗ କର୍ମଚାରୀ ଯନ୍ତାରେ ରଖି ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ଆବଶ୍ୟକ ଚିକିତ୍ସା ପରେ ଗଡ଼ଭାଲୁଟିକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଡେପୁଟି ରେଞ୍ଜର କହିଛନ୍ତି।

The post ବାଟବଣା ହୋଇ କୂଅରେ ପଡ଼ିଲା ଭାଲୁ appeared first on Dharitri Odia News.