ବାଟରେ ବସ୍‌ ନ ରଖିବାରୁ କାଚ ଭାଙ୍ଗିଲେ ଯୁବକ

ଜୁନାଗଡ଼,୨୩ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ତଲମଲା ପଞ୍ଚାୟତକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌ ସେବା ଉପରେ ଶୁକ୍ରବାର ଜଣେ ଯୁବକ ଆକ୍ରମଣ କରିଛନ୍ତି। ବାଟରେ ବସ୍‌ ନ ରଖିବାରୁ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ କାଠ ଫାଳିଆରେ ବସ୍‌ର ଆଗପଟ ଓ ଝରକା କାଚ ଭାଙ୍ଗିଦେଇଛନ୍ତି। ଏହି ସମୟରେ ବସ୍‌ରେ ଥିବା ଛାତ୍ରୀଛାତ୍ର ଓ ଯାତ୍ରୀ ଭୟଭୀତ ହୋଇପଡିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି […] The post ବାଟରେ ବସ୍‌ ନ ରଖିବାରୁ କାଚ ଭାଙ୍ଗିଲେ ଯୁବକ appeared first on Dharitri Odia News.

ବାଟରେ ବସ୍‌ ନ ରଖିବାରୁ କାଚ ଭାଙ୍ଗିଲେ ଯୁବକ

ଜୁନାଗଡ଼,୨୩ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ତଲମଲା ପଞ୍ଚାୟତକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌ ସେବା ଉପରେ ଶୁକ୍ରବାର ଜଣେ ଯୁବକ ଆକ୍ରମଣ କରିଛନ୍ତି। ବାଟରେ ବସ୍‌ ନ ରଖିବାରୁ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ କାଠ ଫାଳିଆରେ ବସ୍‌ର ଆଗପଟ ଓ ଝରକା କାଚ ଭାଙ୍ଗିଦେଇଛନ୍ତି।

ଏହି ସମୟରେ ବସ୍‌ରେ ଥିବା ଛାତ୍ରୀଛାତ୍ର ଓ ଯାତ୍ରୀ ଭୟଭୀତ ହୋଇପଡିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି।

The post ବାଟରେ ବସ୍‌ ନ ରଖିବାରୁ କାଚ ଭାଙ୍ଗିଲେ ଯୁବକ appeared first on Dharitri Odia News.