ବାଡମେରରେ ଅଭାବନୀୟ ଘଟଣା,୪ ପିଲାଙ୍କୁ ଟାଙ୍କିରେ ଫୋପାଡି ମାଆ ନେଲେ ଚରମ ନିଷ୍ପତ୍ତି

ଜୟପୁର ୦୩/୦୬: ରାଜସ୍ଥାନର ବାଡମେରରେ ଅଭାବନୀୟ ଘଟଣା । ୪ ପିଲାଙ୍କୁ ପାଣି ଟାଙ୍କିରେ ଫୋପାଡି ମାଆର ଆତ୍ମହତ୍ୟା ଉଦ୍ୟମ । ତେବେ ସୌଭାଗ୍ୟ ବଶତଃ ଆତ୍ମହତ୍ୟା ଉଦ୍ୟମ ପରେ ମାଆ ବର୍ତ୍ତିଯାଇଛନ୍ତି । ତାଙ୍କ ଅବସ୍ଥା ଏବେ ଗୁରୁତର, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହା ପାରିବାରିକ କଳହ । ପୋଲିସ ସୂଚନା ମୁତାବକ, ବାଡମେରରେ ଜଣେ ମା ନିଜ ଚାରି ପିଲାଙ୍କ ସହ ପାଣି ଟାଙ୍କି ଫୋପାଡି ମାରିବା ପରେ ନିଜେ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । ଏହି ଦୁର୍ଘଟଣାରେ ମହିଳା ଜଣକ ଉଦ୍ଧାର ହୋଇଥିବାବେଳେ ବୁଡ଼ିଯିବା କାରଣରୁ ସମସ୍ତ ଚାରି ପିଲାଙ୍କର ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିଛି ଯେ ରବିବାର ଦିନ ଜିଲ୍ଲାର ସଦର ଅଞ୍ଚଳର ଧାନ କା ତାଲା ଗ୍ରାମରେ ଜଣେ ମହିଳା ତାଙ୍କ ଚାରି ପିଲାଙ୍କୁ ପାଣି ଟାଙ୍କିରେ ଫିଙ୍ଗି ଦେଇ ନିଜେ ଡେଇଁପଡିଥିଲେ । ତେବେ ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ପାରିବାରିକ କଳହରୁ ମହିଳା ଜଣକ ଅସୁବିଧାରେ ପଡ଼ିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବାଡମେର ଏସ୍‌ପି ନରେନ୍ଦ୍ର ସିଂ ମୀନା । ଏହି ପଦକ୍ଷେପ ପଛର କାରଣ ଜାଣିବା ପାଇଁ ପୋଲିସ ତାଙ୍କୁ ପଚରାଉଚରା କରିବ। ଟ୍ୟାଙ୍କରେ ବୁଡ଼ିଯାଇଥିବା ସମସ୍ତ ପିଲାଙ୍କ ବୟସ ୫ରୁ ୧୧ ବର୍ଷ ହେ

ବାଡମେରରେ ଅଭାବନୀୟ ଘଟଣା,୪ ପିଲାଙ୍କୁ ଟାଙ୍କିରେ ଫୋପାଡି ମାଆ ନେଲେ ଚରମ ନିଷ୍ପତ୍ତି

ଜୟପୁର ୦୩/୦୬: ରାଜସ୍ଥାନର ବାଡମେରରେ ଅଭାବନୀୟ ଘଟଣା । ୪ ପିଲାଙ୍କୁ ପାଣି ଟାଙ୍କିରେ ଫୋପାଡି ମାଆର ଆତ୍ମହତ୍ୟା ଉଦ୍ୟମ । ତେବେ ସୌଭାଗ୍ୟ ବଶତଃ ଆତ୍ମହତ୍ୟା ଉଦ୍ୟମ ପରେ ମାଆ ବର୍ତ୍ତିଯାଇଛନ୍ତି । ତାଙ୍କ ଅବସ୍ଥା ଏବେ ଗୁରୁତର, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହା ପାରିବାରିକ କଳହ । ପୋଲିସ ସୂଚନା ମୁତାବକ, ବାଡମେରରେ ଜଣେ ମା ନିଜ ଚାରି ପିଲାଙ୍କ ସହ ପାଣି ଟାଙ୍କି ଫୋପାଡି ମାରିବା ପରେ ନିଜେ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । ଏହି ଦୁର୍ଘଟଣାରେ ମହିଳା ଜଣକ ଉଦ୍ଧାର ହୋଇଥିବାବେଳେ ବୁଡ଼ିଯିବା କାରଣରୁ ସମସ୍ତ ଚାରି ପିଲାଙ୍କର ମୃତ୍ୟୁ ହୋଇଛି । 

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିଛି ଯେ ରବିବାର ଦିନ ଜିଲ୍ଲାର ସଦର ଅଞ୍ଚଳର ଧାନ କା ତାଲା ଗ୍ରାମରେ ଜଣେ ମହିଳା ତାଙ୍କ ଚାରି ପିଲାଙ୍କୁ ପାଣି ଟାଙ୍କିରେ ଫିଙ୍ଗି ଦେଇ ନିଜେ ଡେଇଁପଡିଥିଲେ । ତେବେ ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ପାରିବାରିକ କଳହରୁ ମହିଳା ଜଣକ ଅସୁବିଧାରେ ପଡ଼ିଛନ୍ତି । 

ଏନେଇ ସୂଚନା ଦେଇଛନ୍ତି ବାଡମେର ଏସ୍‌ପି ନରେନ୍ଦ୍ର ସିଂ ମୀନା । ଏହି ପଦକ୍ଷେପ ପଛର କାରଣ ଜାଣିବା ପାଇଁ ପୋଲିସ ତାଙ୍କୁ ପଚରାଉଚରା କରିବ। ଟ୍ୟାଙ୍କରେ ବୁଡ଼ିଯାଇଥିବା ସମସ୍ତ ପିଲାଙ୍କ ବୟସ ୫ରୁ ୧୧ ବର୍ଷ ହେବ । ପୋଲିସର ସୂଚନାନୁସାରେ, ମହିଳାଙ୍କ ସ୍ୱାମୀ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି।