ବାଡିରେ ରଖିଥିଲେ ୧୦୦ ବସ୍ତା ଧାନ, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଦ୍ରକ ୧୯।୦୧ : ଜାଳିଦେଲେ ଧାନ ବସ୍ତା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ରଣଜିତ ଗାଁର ଚାଷୀ ପ୍ରଦୀପ କୁମାର ଜେନାଙ୍କ ୧୦୦ ବସ୍ତା ଧାନ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ପ୍ରଦୀପ କୁମାର ଜେନା ଧାନ ଅମଳ କରି ନିଜ ବାଡିରେ ରଖିଥିଲେ । ସକାଳୁ ଦେଖିଲା ବେଳକୁ ନିଜ ବାଡିରେ ଥିବା ତାଙ୍କ ଧାନ ହୁତୁ ହୁତୁ ହୋଇ ଜଳୁଥିଲେ । ସେ ତୁରନ୍ତ ଧାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଧାନ ବସ୍ତାରେ ରଖି ଜରିପାଲ ଢାଙ୍କି ରଖିଥିଲେ । ହେଲେ କେହି ଦୁର୍ବୃତ୍ତ ଏହି ସବୁ ଧାନରେ ନିଆଁ ଲଗାଇ ଦେଇଥିଲା । ଡିଜେଲା ଡବା ପାଖରେ ପଡିଥିବାର ଦେଖିବାକୁ ମିଳିଥିଲା । ଏଥିରୁ ଅନୁମାନ କରାଯାଉଛି ଯେ, ଡିଜେଲ୍‌ ଢାଳି ନିଆଁ ଲଗାଯାଇଛି । ସେପଟେ ପ୍ରଦୀପ ଜେନା ଏନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ବାଡିରେ ରଖିଥିଲେ ୧୦୦ ବସ୍ତା ଧାନ, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଭଦ୍ରକ ୧୯।୦୧ : ଜାଳିଦେଲେ ଧାନ ବସ୍ତା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ରଣଜିତ ଗାଁର ଚାଷୀ ପ୍ରଦୀପ କୁମାର ଜେନାଙ୍କ ୧୦୦ ବସ୍ତା ଧାନ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । 

ଖବର ଅନୁଯାୟୀ, ପ୍ରଦୀପ କୁମାର ଜେନା ଧାନ ଅମଳ କରି ନିଜ ବାଡିରେ ରଖିଥିଲେ । ସକାଳୁ ଦେଖିଲା ବେଳକୁ ନିଜ ବାଡିରେ ଥିବା ତାଙ୍କ ଧାନ ହୁତୁ ହୁତୁ ହୋଇ ଜଳୁଥିଲେ । ସେ ତୁରନ୍ତ ଧାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଧାନ ବସ୍ତାରେ ରଖି ଜରିପାଲ ଢାଙ୍କି ରଖିଥିଲେ । ହେଲେ କେହି ଦୁର୍ବୃତ୍ତ ଏହି ସବୁ ଧାନରେ ନିଆଁ ଲଗାଇ ଦେଇଥିଲା । ଡିଜେଲା ଡବା ପାଖରେ ପଡିଥିବାର ଦେଖିବାକୁ ମିଳିଥିଲା । ଏଥିରୁ ଅନୁମାନ କରାଯାଉଛି ଯେ, ଡିଜେଲ୍‌ ଢାଳି ନିଆଁ ଲଗାଯାଇଛି । ସେପଟେ ପ୍ରଦୀପ ଜେନା ଏନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।