ଜଣାପଡିଲା ପ୍ରିନ୍ସ ୱିଲିୟମ ଓ ହ୍ୟାରିଙ୍କ ସମ୍ପର୍କ ଏବେ ଖଟା, ଏକାଠି ଆସିଲେ ହେଲେ କଥା ହେଲେନି
ନରଫୋକ: ବ୍ରିଟେନ ରାଜକୁମାର ପ୍ରିନ୍ସ ୱିଲିୟମ ଓ ହ୍ୟାରିଙ୍କ ସମ୍ପର୍କ ଏବେ ଆଉ ଏତେ ଭଲ ନାହିଁ। ଡ୍ୟୁକ୍ ଅଫ ୱେଲସ୍ ୱିଲିୟମ ଓ ଡ୍ୟୁକ୍ ଅଫ ସସେକ୍ସ ହ୍ୟାରି ନିକଟରେ ତାଙ୍କ ମଉସାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇଥିଲେ। ସେମାନେ ଚର୍ଚ୍ଚରେ ଅଲଗା ଅଲଗା ବସିଥିଲେ ଓ ପରସ୍ପର ସହ କଥା ହୋଇ ନହେବା ଏବେ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନେ ଚର୍ଚ୍ଚରେ ପରସ୍ପରଠାରୁ ଦୂରତା ଅବଲମ୍ବନ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଡ୍ୟୁକ୍ ଅଫ ସସେକ୍ସ ହ୍ୟାରି ତାଙ୍କ ମାଙ୍କ ବଡ଼ ଭିଣୋଇ ଲର୍ଡ ରବର୍ଟ ଫେଲୋଜଙ୍କ ସ୍ମୃତି ସଭାରେ ଯୋଗ ଦେବାକୁ ଗୁରୁବାର ନରଫକର ସ୍ନେଟିସମସ୍ଥିତ ସେଣ୍ଟ ମେରି ଚର୍ଚ୍ଚରେ ଡ୍ୟୁକ୍ ଅଫ ୱେଲସଙ୍କ ସହିତ ସାମିଲ ହେବା ପାଇଁ ଆମେରିକାରୁ ଆସିଥିଲେ। ଜନୈକ ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇ ଭାଇ ଚୁପଚାପ ଚର୍ଚ୍ଚର ପଛଧାଡିରେ ବସିଥିଲେ ଓ ଜଣେ ଜଣକଠାରୁ ଦୂରତା ରକ୍ଷା କରିଥିଲେ। ଏହା ଛଡା ସେମାନେ ପରସ୍ପର ସହ ପଦଟିଏ ବି କଥା ହୋଇନଥିଲେ ଓ ଅଲଗା ଅଲଗା ଫେରିଯାଇଥିଲେ। ୮୨ ବର୍ଷ ବୟଷ୍କ ଲର୍ଡ ଫେଲୋଜଙ୍କ ଜୁଲାଇ ୨୯ରେ ପରଲୋକ ହୋଇଥିଲା। ସେ ରାଜକୁମାରୀ ଡାୟେନାଙ୍କ ବଡ଼ ଭଉଣୀଙ୍କୁ ବିବାହ କରିଥିଲେ ଓ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଗତ ବର୍ଷ ମେ ମାସରେ ରାଜା ଚାର୍ଲସଙ୍କ ରାଜ୍ୟାଭିଷେକ ପରେ ପ୍ରଥମ ଥର ଦୁଇ ଭାଇଙ୍କୁ ସାର୍
ନରଫୋକ: ବ୍ରିଟେନ ରାଜକୁମାର ପ୍ରିନ୍ସ ୱିଲିୟମ ଓ ହ୍ୟାରିଙ୍କ ସମ୍ପର୍କ ଏବେ ଆଉ ଏତେ ଭଲ ନାହିଁ। ଡ୍ୟୁକ୍ ଅଫ ୱେଲସ୍ ୱିଲିୟମ ଓ ଡ୍ୟୁକ୍ ଅଫ ସସେକ୍ସ ହ୍ୟାରି ନିକଟରେ ତାଙ୍କ ମଉସାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇଥିଲେ। ସେମାନେ ଚର୍ଚ୍ଚରେ ଅଲଗା ଅଲଗା ବସିଥିଲେ ଓ ପରସ୍ପର ସହ କଥା ହୋଇ ନହେବା ଏବେ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନେ ଚର୍ଚ୍ଚରେ ପରସ୍ପରଠାରୁ ଦୂରତା ଅବଲମ୍ବନ କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଡ୍ୟୁକ୍ ଅଫ ସସେକ୍ସ ହ୍ୟାରି ତାଙ୍କ ମାଙ୍କ ବଡ଼ ଭିଣୋଇ ଲର୍ଡ ରବର୍ଟ ଫେଲୋଜଙ୍କ ସ୍ମୃତି ସଭାରେ ଯୋଗ ଦେବାକୁ ଗୁରୁବାର ନରଫକର ସ୍ନେଟିସମସ୍ଥିତ ସେଣ୍ଟ ମେରି ଚର୍ଚ୍ଚରେ ଡ୍ୟୁକ୍ ଅଫ ୱେଲସଙ୍କ ସହିତ ସାମିଲ ହେବା ପାଇଁ ଆମେରିକାରୁ ଆସିଥିଲେ। ଜନୈକ ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇ ଭାଇ ଚୁପଚାପ ଚର୍ଚ୍ଚର ପଛଧାଡିରେ ବସିଥିଲେ ଓ ଜଣେ ଜଣକଠାରୁ ଦୂରତା ରକ୍ଷା କରିଥିଲେ। ଏହା ଛଡା ସେମାନେ ପରସ୍ପର ସହ ପଦଟିଏ ବି କଥା ହୋଇନଥିଲେ ଓ ଅଲଗା ଅଲଗା ଫେରିଯାଇଥିଲେ।

୮୨ ବର୍ଷ ବୟଷ୍କ ଲର୍ଡ ଫେଲୋଜଙ୍କ ଜୁଲାଇ ୨୯ରେ ପରଲୋକ ହୋଇଥିଲା। ସେ ରାଜକୁମାରୀ ଡାୟେନାଙ୍କ ବଡ଼ ଭଉଣୀଙ୍କୁ ବିବାହ କରିଥିଲେ ଓ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଗତ ବର୍ଷ ମେ ମାସରେ ରାଜା ଚାର୍ଲସଙ୍କ ରାଜ୍ୟାଭିଷେକ ପରେ ପ୍ରଥମ ଥର ଦୁଇ ଭାଇଙ୍କୁ ସାର୍ବଜନିକ କାର୍ଯ୍ୟକ୍ରମରେ ଦେଖାଯାଇଛି। ଏହି ସାକ୍ଷାତ ଏପରି ଏକ ସମୟରେ ହୋଇଛି ଯେତେବେଳେ ୱିଲିୟମ ୫ ସେପ୍ଟେମ୍ବରରେ ଡ୍ୟୁଟିକୁ ଫେରିବାର ଅଛି।
ଲର୍ଡ ରବର୍ଟ ଫେଲୋଜଙ୍କ ସଭା ଆୟୋଜକ ରେଭରେଣ୍ଡ ଟେନ୍ସି କହିଛନ୍ତି ଯେ ସେ ପ୍ରିନ୍ସ ୱିଲିୟମ ଓ ହ୍ୟାରିଙ୍କୁ କଥା ହୋଇଥିବାର ଦେଖି ନାହାନ୍ତି। ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଯେବେ ମୁଁ ବାହାରକୁ ବାହାରିବା ବେଳେ ଲୋକଙ୍କୁ ଅଭିବାଦନ କରୁଥିଲି ସେତେବେଳେ ପ୍ରିନ୍ସ ୱିଲିୟମ ମୋ ସହିତ ହାତ ମିଳାଇଥିଲେ। ପଛେ ପଛେ ହ୍ୟାରି ମଧ୍ୟ ହାତ ମିଳାଇଥିଲେ। ସେ ସ୍ମୃତି ସଭା କାଳରେ ରାଜପରିବାରଙ୍କ ମଧ୍ୟରେ କଥାବାର୍ତ୍ତାର ସ୍ପଷ୍ଟ ଅନୁପସ୍ଥିତି ଧ୍ୟାନ ଦେଇଥିଲେ। ତେବେ ୱିଲିୟମ ଓ ହ୍ୟାରି କଥା ହୋଇଥିଲେ କି ନା ତାହା ମୁଁ ମନେ ପକାଇ ପାରୁନଥିବା କହିଛନ୍ତି। ତେବେ ରାଜ ପରିବାରର ଅନ୍ୟ ସଦସ୍ୟଙ୍କ ସହ ସେମାନେ କଥା ହେଉଥିବା ଦେଖିଛନ୍ତି ବୋଲି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ପରେ ହ୍ୟାରିଙ୍କୁ ଏକ କଳା ରଙ୍ଗର ରେଞ୍ଜ ରୋଭରରେ ଯାଉଥିବା ଦେଖାଯାଇଛନ୍ତି। ପ୍ରିନ୍ସ ହ୍ୟାରି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କାଲିଫର୍ଣ୍ଣିଆସ୍ଥିତ ନିଜ ଘରୁ ଆସିଥିଲେ। ତେବେ ପୂର୍ବରୁ ସେ ବ୍ରିଟେନ ଯାତ୍ରା ପାଇଁ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ।