ବାଣ ଦୋକାନରେ ବିସ୍ଫୋରଣ ଘଟି ଲାଗିଲା ନିଆଁ: ୨ ମୃତ, ୭ ଆହତ
ବାସୁଦେବପୁର,୬।୫(କାଲିପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ବାଇପାସ୍ ଚାନ୍ଦବାଲି ରାସ୍ତା ହଳଦିଡ଼ିହି ଛକରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ ଊଦ୍ଧର୍ବ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ […] The post ବାଣ ଦୋକାନରେ ବିସ୍ଫୋରଣ ଘଟି ଲାଗିଲା ନିଆଁ: ୨ ମୃତ, ୭ ଆହତ appeared first on Dharitri Odia News.
ବାସୁଦେବପୁର,୬।୫(କାଲିପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ବାଇପାସ୍ ଚାନ୍ଦବାଲି ରାସ୍ତା ହଳଦିଡ଼ିହି ଛକରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ ଊଦ୍ଧର୍ବ ଆହତ ହୋଇଥିବା ସୂଚନା ମିଳିଛି।
ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ବିସ୍ଫୋରଣର କାରଣ ଜଣାପଡି ନାହିଁ। ଏନେଇ ଅଗ୍ନିଶମ ବାହିନୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
The post ବାଣ ଦୋକାନରେ ବିସ୍ଫୋରଣ ଘଟି ଲାଗିଲା ନିଆଁ: ୨ ମୃତ, ୭ ଆହତ appeared first on Dharitri Odia News.