ବାଣ ଫୁଟା କେନ୍ଦ୍ର କରି ଭସାଣି ବେଳେ ମାର ପିଟ୍।

ହାଟଡିହି ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ଭସାଣି ସମୟରେ ବାଣ ଫୁଟାକୁ ବିରୋଧ କରି ମାର ପିଟ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାଇ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ ସ୍ଥାନ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ଅର୍ଚ୍ଚନା ହୋଇଥିଲା । ଶୁକ୍ରବାର ସନ୍ଧ୍ୟା ରେ ଡିଜେ ସାଙ୍ଗକୁ ଭସାଣି ଆୟୋଜନ କରାଯାଇ ଥିଲା। ସାସଙ୍ଗ ଗ୍ରାମ ର ଜୈନିକ ବ୍ୟକ୍ତି ଭସାଣି […] The post ବାଣ ଫୁଟା କେନ୍ଦ୍ର କରି ଭସାଣି ବେଳେ ମାର ପିଟ୍। appeared first on Odisha.News.

ବାଣ ଫୁଟା କେନ୍ଦ୍ର କରି ଭସାଣି ବେଳେ ମାର ପିଟ୍।

ହାଟଡିହି ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ଭସାଣି ସମୟରେ ବାଣ ଫୁଟାକୁ ବିରୋଧ କରି ମାର ପିଟ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାଇ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ ସ୍ଥାନ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ଅର୍ଚ୍ଚନା ହୋଇଥିଲା । ଶୁକ୍ରବାର ସନ୍ଧ୍ୟା ରେ ଡିଜେ ସାଙ୍ଗକୁ ଭସାଣି ଆୟୋଜନ କରାଯାଇ ଥିଲା। ସାସଙ୍ଗ ଗ୍ରାମ ର ଜୈନିକ ବ୍ୟକ୍ତି ଭସାଣି ସମୟରେ ବାଣ ଫୁଟାଉ ଥିଲେ। ସେହି ରାସ୍ତା ଦେଇ ବାଇକ ଚାରି ଚକିଆ ଆରୋହୀ ମାନେ ଯାତାୟାତ କରୁଥିବା ଦେଖି ବଞ୍ଚୋ ଗ୍ରାମ ର ଜଣେ ବ୍ୟକ୍ତି ଏହାକୁ ବାରଣ କରିଥିଲେ। ଏହି ବାରଣ କୁ ବିରୋଧ କରି ବାଣ ଫୁଟାଳି ଉତ୍କ୍ଷପିତ ହୋଇ ପ୍ରଥମେ ପରସ୍ପର ମଧ୍ୟରେ ବାକ୍ ବିତଣ୍ଡା ହୋଇଥିଲା ପରେ ଏହା ଉଗ୍ର ରୂପ ଧାରଣ କରିଥିଲା ଫଳରେ ଭାଷଣି ଆୟୋଜନ କାରୀ ଙ୍କ ମଧ୍ୟରେ ମାରପିଟ୍ ହେବାରୁ ଆହତ ଙ୍କୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ଏହାକୁ ନେଇ ଘଟଣା ସ୍ଥଳରେ ଦୀର୍ଘ ସମୟ ଉତ୍ତେଜନା ଲାଗି ରହିବା ସହିତ ନିଶାସକ୍ତ କାରଣ ରୁ ଏପରି ଅଘଟଣ ଘଟିଥିବା ସବୁ ମହଲ ରେ ଚର୍ଚା ହେଉଛି।

The post ବାଣ ଫୁଟା କେନ୍ଦ୍ର କରି ଭସାଣି ବେଳେ ମାର ପିଟ୍। appeared first on Odisha.News.