ବାନ୍ଧ ଦିବସ:ଡ଼ଃ. ଶ୍ୟାମ ସୁନ୍ଦର ଓ କମଳ ଲୋଚନ ସମ୍ମାନିତ
ସମ୍ବଲପୁର: ଏବିସିଡି ଚାରିଟେବଲ ଟ୍ରଷ୍ଟ ତରଫରୁ ଓଡିଶାର ଗୌରବ, ବାନ୍ଧକଲାର ଯୁଗ ସ୍ରଷ୍ଟା ରାଧାଶ୍ୟାମ ମେହେରଙ୍କ ୧୧୬ତମ ଜୟନ୍ତୀ ଓ ବାନ୍ଧ ଦିବସ ସମ୍ବଲପୁର ସଂସ୍କୃତି ସମାଜରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ସମ୍ବଲପୁର ବିଧାୟକ ଜୟନାରାୟ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡା. ଅତୁଳ କୁମାର ପ୍ରଧାନ ଉପସ୍ଥିତ ଥିଲେ। ସମ୍ମାନିତ ଅଥିତିମାନଙ୍କ ମଧ୍ୟରେ କାର୍ତିକ କଲେତ, ଡାକ୍ତର ଶ୍ୟାମସୁନ୍ଦର ଧର, […] The post ବାନ୍ଧ ଦିବସ:ଡ଼ଃ. ଶ୍ୟାମ ସୁନ୍ଦର ଓ କମଳ ଲୋଚନ ସମ୍ମାନିତ appeared first on Odisha.News.

ସମ୍ବଲପୁର: ଏବିସିଡି ଚାରିଟେବଲ ଟ୍ରଷ୍ଟ ତରଫରୁ ଓଡିଶାର ଗୌରବ, ବାନ୍ଧକଲାର ଯୁଗ ସ୍ରଷ୍ଟା ରାଧାଶ୍ୟାମ ମେହେରଙ୍କ ୧୧୬ତମ ଜୟନ୍ତୀ ଓ ବାନ୍ଧ ଦିବସ ସମ୍ବଲପୁର ସଂସ୍କୃତି ସମାଜରେ ପାଳିତ ହୋଇଛି।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ସମ୍ବଲପୁର ବିଧାୟକ ଜୟନାରାୟ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡା. ଅତୁଳ କୁମାର ପ୍ରଧାନ ଉପସ୍ଥିତ ଥିଲେ। ସମ୍ମାନିତ ଅଥିତିମାନଙ୍କ ମଧ୍ୟରେ କାର୍ତିକ କଲେତ, ଡାକ୍ତର ଶ୍ୟାମସୁନ୍ଦର ଧର, କମଳଚନ ପଣ୍ଡା, ରାଧାଶ୍ୟାମ ମେହେରଙ୍କ ନାତି ପ୍ରଦୀପ କୁମାର ମେହେର, ଓ ପ୍ରଶାନ୍ତ ମେହେର,ମାନଭଜନ ମେହେର ଯୋଗ ଦେଇଥିଲେ।
ଏବିସିଡି ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ ମଞ୍ଚସିନ ଥିଲେ। ଏହି ଉତ୍ସବରେ ଡାକ୍ତର ଶ୍ୟାମସୁନ୍ଦର ଧର ଓ କୋମଳଚନ ପଣ୍ଡାଙ୍କୁ ରାଧାଶ୍ୟାମ ମେହେର ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଅନେକ ବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନେ ଯୋଗଦେଇଥିଲେ। ପରେ ସଂସ୍କୃତି କାର୍ଯ୍ୟକ୍ରମ ଓ ସମ୍ବଲପୁରୀ କୌତୁକିଆ ପୋଷାକ ପ୍ରତିଯୋଗିତା ଆୟୋଜିତ ହୋଇଥିଲାଏଥିରେ ସୁନୀଲ ସାଗର, ମୁକେଶ ମେହେର, ପ୍ରାକ୍ଷିତ ମେହେର, ଆୟୁଷି ମେହେର, ଓ ପିୟୁଷ ମେହେର, ରୁଦ୍ରଂଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ।
The post ବାନ୍ଧ ଦିବସ:ଡ଼ଃ. ଶ୍ୟାମ ସୁନ୍ଦର ଓ କମଳ ଲୋଚନ ସମ୍ମାନିତ appeared first on Odisha.News.