ବାତ୍ୟା ଛନକା: ପୁରୀ ଛାଡୁଛନ୍ତି ପର୍ଯ୍ୟଟକ
ପୁରୀ,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏଭଳିସ୍ଥିତିରେ ବୁଳିବାକୁ ଆସିଥିବା ପର୍ଯ୍ୟଟକ ମଙ୍ଗଳବାର ପୁରୀ ଛାଡି ପଳାଉଥିବା ଦେଖିବାକୁ ମିଳିଛି। ଏନେଇ ବସ୍ଷ୍ଟାଣ୍ଡ ସାଙ୍ଗକୁ ବିଭିନ୍ନ ଛକରେ ଲୋକ ଠିଆ ହୋଇ ଗାଡିକୁ ଅପେକ୍ଷା କରିଛନ୍ତି। ମଙ୍ଗଳବାରଠାରୁ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନ ଆସିବେ ସେନେଇ ପଦକ୍ଷେପ ନେବାକୁ ସରକାର ଜିଲା ପ୍ରଶାସନକୁ କୁହାଯାଇଛି। ଅନ୍ୟପକ୍ଷେ ଯେଉଁମାନେ ପୁରୀ ବାସିନ୍ଦା ନୁହନ୍ତି ଓ ରହିବାର ଆବଶ୍ୟକତା […] The post ବାତ୍ୟା ଛନକା: ପୁରୀ ଛାଡୁଛନ୍ତି ପର୍ଯ୍ୟଟକ appeared first on Dharitri Odia News.
ପୁରୀ,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏଭଳିସ୍ଥିତିରେ ବୁଳିବାକୁ ଆସିଥିବା ପର୍ଯ୍ୟଟକ ମଙ୍ଗଳବାର ପୁରୀ ଛାଡି ପଳାଉଥିବା ଦେଖିବାକୁ ମିଳିଛି। ଏନେଇ ବସ୍ଷ୍ଟାଣ୍ଡ ସାଙ୍ଗକୁ ବିଭିନ୍ନ ଛକରେ ଲୋକ ଠିଆ ହୋଇ ଗାଡିକୁ ଅପେକ୍ଷା କରିଛନ୍ତି।
ମଙ୍ଗଳବାରଠାରୁ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନ ଆସିବେ ସେନେଇ ପଦକ୍ଷେପ ନେବାକୁ ସରକାର ଜିଲା ପ୍ରଶାସନକୁ କୁହାଯାଇଛି। ଅନ୍ୟପକ୍ଷେ ଯେଉଁମାନେ ପୁରୀ ବାସିନ୍ଦା ନୁହନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷେ, ପୁରୀରେ ଥିବା ହବିଷିଆଳିଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସୋମବାରଠାରୁ ଓଡ୍ରାଫ ଟିମ୍କୁ ସମ୍ଭାବ୍ୟ ପ୍ରଭାବିତ ଜିଲାକୁ ପଠାଇ ଦିଆଯାଇଛି। ସେମାନେ ଜିଲା ମୁଖ୍ୟାଳୟ ଓ ପ୍ରମୁଖ ସ୍ଥାନମାନଙ୍କରେ ଆଲର୍ଟ ରହିବେ। ସେହିପରି ଓଡ଼ିଶାରେ ଥିବା ଏନ୍ଡିଆର୍ଏଫ୍ ଟିମ୍କୁ ମଧ୍ୟ ମଙ୍ଗଳବାରଠାରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ପଠାଯିବ। ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଅଧିକ ଏନ୍ଡିଆର୍ଏଫ୍ ଟିମ୍ ଓ ହେଲିକପ୍ଟର ଯୋଗାଇ ଦେବାକୁ କେନ୍ଦ୍ର ସରକାର ସମ୍ମତି ଦେଇଛନ୍ତି। ୨୩ତାରିଖ ସୁଦ୍ଧା ଓଡ଼ିଶାକୁ ଏହା ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଯେଉଁ ଜିଲାପାଳମାନଙ୍କର ଅଭିଜ୍ଞତା ରହିଛି ସେମାନଙ୍କୁ ନିଜ ନିଜର ପୂର୍ବ ସ୍ଥାନକୁ ଯାଇ କାର୍ଯ୍ୟ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି। ବାତ୍ୟା ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଜିଲାପାଳମାନେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍ ଖୋଲି ପରିସ୍ଥିତି ଉପରେ ନଜର ରଖିବେ।
The post ବାତ୍ୟା ଛନକା: ପୁରୀ ଛାଡୁଛନ୍ତି ପର୍ଯ୍ୟଟକ appeared first on Dharitri Odia News.