ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି
ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପ୍ରଭାବରେ ୩ଦିନ ଧରି ଲଗାଣ ବର୍ଷା ହୋଇଛି। ଯାହାଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଗାଁକୁ ବର୍ଷାପାଣି ପ୍ରବେଶ କରିଛି। ଗୁଆମାଳ ପଞ୍ଚାୟତର ଇଶାଣପୁର ଗାଁଦାଣ୍ତରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଏଥିଯୋଗୁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ପାଣି ନିଷ୍କାସନ ହୋଇପାରି ନ ଥିବାରୁ ଏ ପ୍ରକାର ସମସ୍ୟା ଉପୁଜିଥିବା ଜଣାଯାଇଛି। ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ତା ସେହି ଗ୍ରାମ ବୁଲିବା ପରେ ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଛନ୍ତି। […] The post ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି appeared first on Dharitri Odia News.
ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପ୍ରଭାବରେ ୩ଦିନ ଧରି ଲଗାଣ ବର୍ଷା ହୋଇଛି। ଯାହାଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଗାଁକୁ ବର୍ଷାପାଣି ପ୍ରବେଶ କରିଛି। ଗୁଆମାଳ ପଞ୍ଚାୟତର ଇଶାଣପୁର ଗାଁଦାଣ୍ତରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଏଥିଯୋଗୁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ପାଣି ନିଷ୍କାସନ ହୋଇପାରି ନ ଥିବାରୁ ଏ ପ୍ରକାର ସମସ୍ୟା ଉପୁଜିଥିବା ଜଣାଯାଇଛି। ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ତା ସେହି ଗ୍ରାମ ବୁଲିବା ପରେ ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଛନ୍ତି।
ସେହିପରି ବ୍ଲକ ଅଧୀନ ତଳଗୋପବିନ୍ଧା ରାସ୍ତାରେ ବର୍ଷାପାଣିର ସୁଅ ଛୁଟିଥିବା ସରପଞ୍ଚ ସଞ୍ଜୀବ ବେହେରା ସୂଚନା ଦେଇଛନ୍ତି। ଏହାଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ସେହିପରି ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାପାଣି ଗ୍ରାମରେ ପ୍ରବେଶ କରିଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସେ ଦାବି ଜଣାଇଛନ୍ତି।
The post ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି appeared first on Dharitri Odia News.