ଏଆଇଇସି ସହ ଆଇସିସିର ବୁଝାମଣା
ଭୁବନେଶ୍ୱର,୧୧।୧: ଏସିଆନ ଇଣ୍ଡିଆ ଇକୋନୋମିକ କାଉନସିଲ (ଏଆଇଇସି) ଏବଂ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହି ବୁଝାମଣା ଉଭୟ ପକ୍ଷର କମ୍ପାନୀ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଲାଗି ଏକ ବୃହତ୍ ପ୍ଲାଟ୍ଫର୍ମ (ଫୋରମ) ସୃଷ୍ଟି କରିବା ଦିଗରେ ବେଶ୍ ସହାୟକ ହେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଭୁବନେଶ୍ୱରଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ-୨୦୨୫ ଅବସରରେ ଏହି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ଏହି ପରିପ୍ରେକ୍ଷୀରେ […] The post ଏଆଇଇସି ସହ ଆଇସିସିର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୧୧।୧: ଏସିଆନ ଇଣ୍ଡିଆ ଇକୋନୋମିକ କାଉନସିଲ (ଏଆଇଇସି) ଏବଂ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହି ବୁଝାମଣା ଉଭୟ ପକ୍ଷର କମ୍ପାନୀ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଲାଗି ଏକ ବୃହତ୍ ପ୍ଲାଟ୍ଫର୍ମ (ଫୋରମ) ସୃଷ୍ଟି କରିବା ଦିଗରେ ବେଶ୍ ସହାୟକ ହେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଭୁବନେଶ୍ୱରଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ-୨୦୨୫ ଅବସରରେ ଏହି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଇସିସି ଓଡ଼ିଶା ଅଧ୍ୟକ୍ଷ ରାଜୀବ ଶେଖର ସାହୁ, ଏଆଇଇସି ମାଲେସିଆ ଅଧ୍ୟକ୍ଷ ଡାଟୋ ରମେଶ କୋଡାମାଳ, ଏଆଇଇସି ଫିଲିପାଇନ୍ସ ସହ ଅଧ୍ୟକ୍ଷ ଜୋନି ଛୋଟରାଣୀ, ଇନ୍ଭେସିଫାଏ କମ୍ପାନୀ ଲିମିଟେଡ୍ ହାନୋଇ ଭିଏଟ୍ନାମର ସିଇଓ ଇନ୍ଦ୍ରନିଲ ସେନ୍ଗୁପ୍ତା, ଓକାକ୍ର ପରିଚାଳନା ନିର୍ଦ୍ଦେଶକ (ସୂଚନା ପ୍ରଯୁକ୍ତିବିଦ୍ୟା) ବିଭାଗର ମାନସ ପଣ୍ଡା ଏବଂ ଆଇସିସି ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପାଲଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।
ସେହିଭଳି ଏହି ଚୁକ୍ତିନାମା ଅନୁଯାୟୀ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ, ଭାବର ଆଦାନ ପ୍ରଦାନ ଏବଂ ନିୟାମକ କ୍ଷେତ୍ରରେ ଏସିଆନ ଦେଶଗୁଡିକ ମିଳିତ ହୋଇ କାର୍ଯ୍ୟ କରିବେ। ପରିଶେଷରେ ଆଇସିସି ରାଜ୍ୟ ପରିଷଦର ଉପାଧ୍ୟକ୍ଷ ନୀଲଞ୍ଜନା ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।
The post ଏଆଇଇସି ସହ ଆଇସିସିର ବୁଝାମଣା appeared first on Dharitri Odia News.