ବାତ୍ୟା ପରେ ଲଗାଣ ବର୍ଷାରେ ବେହାଲ ସ୍ଥିତି, ସୋନନଦୀରେ ଆସିଲା ବନ୍ୟପାଣି
ନୀଳଗିରି ୨୬/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟପାଣି । ବାତ୍ୟା ଦାନା ପ୍ରଭାବରେ ଶୁକ୍ରବାର ଦିନ ସାରା ବର୍ଷା ଲାଗିରହିଥିଲା । ମୟୁରଭଞ୍ଜ ଜିଲ୍ଲା କାଳଡ୍ୟାମ ପାଣି ଛାଡିବା ପରେ ଏଭଳି ବନ୍ୟା ପରିସ୍ଥିତି ଆସିଥିବା ଜଣାପଡିଛି । ବନ୍ୟାପାଣି ଆସିବା ପରେ ନଈକୁଳିଆ ଆତଙ୍କିତ ହୋଇପଡିଛନ୍ତି। ବେଗୁନିଆ ଅଞ୍ଚଳରେ ନଦୀରୁ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି । ବନ୍ୟାପାଣି ଆସିବା ନେଇ ସୋନନଦୀ ଉପକୂଳ ଅଞ୍ଚଳ ବାଡ଼ିଆ,ଜୁଣକୋଇଲି,ଖସାପଡିଆ,ମଛୁଆ,ସିଙ୍ଗିରୀ, ବେଗୁନିଆ, ତୁଟାପଡା ଗାଁ ପ୍ରଭାଭିତ ହେବ ବୋଲି ଜଣାପଡିଛି । ସୂଚନା ଥାଉକି, ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବାତ୍ୟାରୁ ଏହା ଗଭୀର ଅବପାତରେ ପରିଣତ ହୋଇଥିବାରୁ ଲଗାଣ ବର୍ଷା ଜାରି ରହିବ। ସମ୍ଭାବ୍ୟ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଏହାକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ନୀଳଗିରି ୨୬/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟପାଣି । ବାତ୍ୟା ଦାନା ପ୍ରଭାବରେ ଶୁକ୍ରବାର ଦିନ ସାରା ବର୍ଷା ଲାଗିରହିଥିଲା । ମୟୁରଭଞ୍ଜ ଜିଲ୍ଲା କାଳଡ୍ୟାମ ପାଣି ଛାଡିବା ପରେ ଏଭଳି ବନ୍ୟା ପରିସ୍ଥିତି ଆସିଥିବା ଜଣାପଡିଛି । ବନ୍ୟାପାଣି ଆସିବା ପରେ ନଈକୁଳିଆ ଆତଙ୍କିତ ହୋଇପଡିଛନ୍ତି।
ବେଗୁନିଆ ଅଞ୍ଚଳରେ ନଦୀରୁ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି । ବନ୍ୟାପାଣି ଆସିବା ନେଇ ସୋନନଦୀ ଉପକୂଳ ଅଞ୍ଚଳ ବାଡ଼ିଆ,ଜୁଣକୋଇଲି,ଖସାପଡିଆ,ମଛୁଆ,ସିଙ୍ଗିରୀ, ବେଗୁନିଆ, ତୁଟାପଡା ଗାଁ ପ୍ରଭାଭିତ ହେବ ବୋଲି ଜଣାପଡିଛି ।
ସୂଚନା ଥାଉକି, ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବାତ୍ୟାରୁ ଏହା ଗଭୀର ଅବପାତରେ ପରିଣତ ହୋଇଥିବାରୁ ଲଗାଣ ବର୍ଷା ଜାରି ରହିବ। ସମ୍ଭାବ୍ୟ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏହାକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ।
ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଅତି ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।