ବାତ୍ୟା ପାଇଁ ସବୁ କାର୍ଯ୍ୟକ୍ରମ ବାତିଲ କଲା ବିଜେପି, ଜାରି କଲା ଟୋଲ ଫ୍ରି ନମ୍ୱର
ଭୁବନେଶ୍ୱର ୨୩/୧୦: ବାତ୍ୟା ପାଇଁ ବିଜେପି ଜାରି କଲା ଟୋଲ୍ ଫ୍ରି ନମ୍ୱର । କର୍ମକର୍ତ୍ତା ପ୍ରଶାସନ ସହିତ ଜୀବନ୍ତ ସମ୍ପର୍କ ରଖିବାକୁ ଆହ୍ୱାନ ଦେଲେ ବିଜେପି ରାଜ୍ୟସଭାପତି ମନମୋହନ । ସେ କହିଛନ୍ତି ଜଣେ ଲୋକ ଯେମିତି ଓଳିଏ ଖାଇବାରୁ ବଞ୍ଚିତ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପାଇଁ ସବୁ କାର୍ଯ୍ୟକ୍ରମକୁ ବାତିଲ କରିଛି ବିଜେପି । ସମସ୍ତ ବିଧାୟକ, କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ୟା ସମ୍ପର୍କରେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭାପତି ମନ ମୋହନ ସାମଲ । ସୂଚନା ଥାଉକି, ଆସୁଛି ବାତ୍ୟା ‘ଦାନା’। ଓଡ଼ିଶା ଆଡକୁ ଏକମୁହାଁ ହୋଇ ମାଡି ଆସୁଛି ବାତ୍ୟା। ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ପ୍ରଳୟ ରଚିବ ବାତ୍ୟା । ତେବେ ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଲ୍ୟାଣ୍ଡଫଲ ପୂବର୍ରୁ ବାତ୍ୟାର ସମ୍ଭାବ୍ୟ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ଭୁବନେଶ୍ୱର ୨୩/୧୦: ବାତ୍ୟା ପାଇଁ ବିଜେପି ଜାରି କଲା ଟୋଲ୍ ଫ୍ରି ନମ୍ୱର । କର୍ମକର୍ତ୍ତା ପ୍ରଶାସନ ସହିତ ଜୀବନ୍ତ ସମ୍ପର୍କ ରଖିବାକୁ ଆହ୍ୱାନ ଦେଲେ ବିଜେପି ରାଜ୍ୟସଭାପତି ମନମୋହନ । ସେ କହିଛନ୍ତି ଜଣେ ଲୋକ ଯେମିତି ଓଳିଏ ଖାଇବାରୁ ବଞ୍ଚିତ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପାଇଁ ସବୁ କାର୍ଯ୍ୟକ୍ରମକୁ ବାତିଲ କରିଛି ବିଜେପି ।
ସମସ୍ତ ବିଧାୟକ, କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ୟା ସମ୍ପର୍କରେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭାପତି ମନ ମୋହନ ସାମଲ ।
ସୂଚନା ଥାଉକି, ଆସୁଛି ବାତ୍ୟା ‘ଦାନା’। ଓଡ଼ିଶା ଆଡକୁ ଏକମୁହାଁ ହୋଇ ମାଡି ଆସୁଛି ବାତ୍ୟା। ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ପ୍ରଳୟ ରଚିବ ବାତ୍ୟା । ତେବେ ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଲ୍ୟାଣ୍ଡଫଲ ପୂବର୍ରୁ ବାତ୍ୟାର ସମ୍ଭାବ୍ୟ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।