ବାତ୍ୟା ରେମାଲ ପ୍ରଭାବରେ ୪ ଉତ୍ତରପୂର୍ବ ରାଜ୍ୟରେ ୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବାତ୍ୟା ରେମାଲ ଯୋଗୁଁ ୪ ଉତ୍ତର ପୂର୍ବ ରାଜ୍ୟ ମିଜୋରାମ, ଆସାମ, ମେଘାଳୟ ଏବଂ ନାଗା ଲାଣ୍ଡରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ଆଇଜଲରେ ଏକ ପଥର ଖାଦାନ ଭୁଶୁଡ଼ି ପଡ଼ିବାରୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଓ ୬ ବର୍ଷର ଦୁଇ ଜଣ ଶିଶୁ ଏବଂ ମହିଳା ମଧ୍ୟ ଅଛନ୍ତି। ମିଜୋରାମ ଡିଜିପି ଅନୀଲ ଶୁକ୍ଳା କହିଛନ୍ତି, ଆଜି […]

ବାତ୍ୟା ରେମାଲ ପ୍ରଭାବରେ ୪ ଉତ୍ତରପୂର୍ବ ରାଜ୍ୟରେ ୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବାତ୍ୟା ରେମାଲ ଯୋଗୁଁ ୪ ଉତ୍ତର ପୂର୍ବ ରାଜ୍ୟ ମିଜୋରାମ, ଆସାମ, ମେଘାଳୟ ଏବଂ ନାଗା ଲାଣ୍ଡରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ଆଇଜଲରେ ଏକ ପଥର ଖାଦାନ ଭୁଶୁଡ଼ି ପଡ଼ିବାରୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଓ ୬ ବର୍ଷର ଦୁଇ ଜଣ ଶିଶୁ ଏବଂ ମହିଳା ମଧ୍ୟ ଅଛନ୍ତି। ମିଜୋରାମ ଡିଜିପି ଅନୀଲ ଶୁକ୍ଳା କହିଛନ୍ତି, ଆଜି ଅପରାହ୍ନ ୪ଟା ସୁଦ୍ଧା ୧୭ଟି ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ବାସିନ୍ଦା ଥିବା ବେଳେ ୪ ଜଣ ବହାର ରାଜ୍ୟରୁ ଆସିଛନ୍ତି। ଅନ୍ୟମାନଙ୍କ ମୃତଦେହ ଚିହ୍ନଟ ହୋଇପାରିନାହିଁ। ଉତ୍ତର-ପୂର୍ବ ରାଜ୍ୟ ଆସାମରେ ମଧ୍ୟ ଆଜି ପ୍ରବଳ ପବନ ସହ ବର୍ଷା ହୋଇଛି। ମୋରିଗାଓଁ ଜିଲ୍ଲାରେ ଏକ ଅଟୋ ରିକ୍ସା ଉପରେ ଗଛ ପଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆସାମରେ ମୋଟ୍ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମେଘାଳୟ ଏବଂ ନାଗାଲାଣ୍ଡରେ ବାତ୍ୟା ରେମାଲ ଯୋଗୁଁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁଁ ମିଜୋରାମର ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆଜି ବନ୍ଦ ରହିଛି। ଘରୋଇ କଂପାନିଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଜୋରାମ ଅନ୍ୟ ସ୍ଥାନରେ ମଧ୍ୟ ଭୂସ୍ଖଳନ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଇଜଲର ସାଲେମ ଭେଙ୍ଗଠାରେ ଭୂସ୍ଖଳନ ପରେ ୩ ଜଣ ନିଖୋଜ ଅଛନ୍ତି। ୬ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ଆଇଜଲ ଦେଶର ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଇଛି। ରାଜ୍ୟ ଭିତରେ ଅନେକ ରାଜ୍ୟ ରାଜପଥ ମଧ୍ୟ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ନଦୀ ତଟ ଅଞ୍ଚଳରେ ରହୁଥିବା ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।