ଭୂପେଶ ବଘେଲଙ୍କ ପୁଅଙ୍କୁ ଇଡି ସମନ୍‌

ରାୟପୁର  : ମଦ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲା‌ରେ ତଦନ୍ତ ଚଳାଇଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତକାଲି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଭୂପେଶ ବାଘେଲ ଓ ପୁଅ ଚୈତନ୍ୟ ବାଘେଲଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିବାପରେ ଆଜି ଚୈତନ୍ୟ ବଘେଲଙ୍କୁ ସମନ୍‌ କରିଛି। ମାର୍ଚ୍ଚ ୧୫ ତାରିଖରେ ଇଡି ଚୈତନ୍ୟ ବଘେଲଙ୍କୁ ସମନ୍ କରିଛି । ଜୁନିୟର ବଘେଲଙ୍କୁ ଇଡିର ରାୟପୁର ଅଫିସରେ ହାଜର ହେବାପାଇଁ କୁହାଯାଇଛି। […]

ଭୂପେଶ ବଘେଲଙ୍କ ପୁଅଙ୍କୁ ଇଡି ସମନ୍‌

ରାୟପୁର  : ମଦ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲା‌ରେ ତଦନ୍ତ ଚଳାଇଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତକାଲି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଭୂପେଶ ବାଘେଲ ଓ ପୁଅ ଚୈତନ୍ୟ ବାଘେଲଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିବାପରେ ଆଜି ଚୈତନ୍ୟ ବଘେଲଙ୍କୁ ସମନ୍‌ କରିଛି। ମାର୍ଚ୍ଚ ୧୫ ତାରିଖରେ ଇଡି ଚୈତନ୍ୟ ବଘେଲଙ୍କୁ ସମନ୍ କରିଛି । ଜୁନିୟର ବଘେଲଙ୍କୁ ଇଡିର ରାୟପୁର ଅଫିସରେ ହାଜର ହେବାପାଇଁ କୁହାଯାଇଛି। ଉଲ୍ଲେଖ‌ଯୋଗ୍ୟ ଯେ ଇଡି ଭୂପେଶ ବଘେଲ ଏବଂ ତାଙ୍କ ପୁଅଙ୍କର ୧୪ଟି ଠିକଣାରେ ଚଢ଼ଉ କରିବାର ଦିନକ ପରେ ଏହି ସମନ୍‌ ଜାରି କରିଛି। ଚଢ଼ଉ ସମୟରେ ଇଡି  କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ, ଇଲେକଟ୍ରାନିକ୍‌ ଗେଜେଟ୍‌ ଏବଂ ୩୦ ଲକ୍ଷରୁ ଅଧିକ ଟଙ୍କା ପାଇଥିଲେ।