ବାଦାମ ଏବଂ ପିସ୍ତା ଖାଇବା ଶରୀର ପାଇଁ କେତେ ଲାଭାଦୟକ ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ...
ନୂଆଦିଲ୍ଲୀ ୦୫।୧୨: ଶୀତଦିନେ ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ସମସ୍ତେ ଡ୍ରାଇଫ୍ରୁଟ୍ସ ଖାଇଥାନ୍ତି । ଏଥିରେ ଶରୀର ଗରମ ରହିବା ସହିତ ଶରୀରକୁ ଏନର୍ଜି ମିଳିଥାଏ । ସେହିପରି କିଛି ଲୋକ ଶୀତଦିନେ ବାଦାମ ଏବଂ ପିସ୍ତା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଶରୀର ପାଇଁ କେତେ ଲାଭାଦୟକ ହୋଇଥାଏ ? ଆସନ୍ତୁ ଜାଣିବା...ବିଶେଷଜ୍ଞଙ୍କ ଅନୁଯାୟୀ ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଭିଟାମିନ୍ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯେଉଁମାନେ ପତଳା, ସେମାନେ ପ୍ରତିଦିନ ବାଦାମ ଏବଂ ପିସ୍ତା ଖାଇବା ଉଚିତ୍ । ଉଭୟରେ ଅଧିକ ପରିମାଣର ପ୍ରୋଟିନ୍ ଥାଏ । ଯାହା ମାଂସପେଶୀ ବିକାଶରେ ସାହାଯ୍ୟ କରିଥାଏ । ଖରାପ ହଜମ ପ୍ରକ୍ରିୟା ଯୋଗୁଁ ଅଧିକାଂଶ ଲୋକ ଅସୁବିଧାରେ ପଡିଥାନ୍ତି । ଗ୍ୟାସ୍, କୋଷ୍ଠକାଠିନ୍ୟକୁ ଏଡାଇବା ପାଇଁ ବାଦାମ ଏବଂ ପିସ୍ତା ଖାଇପାରିବେ । ବାଦାମ ଏବଂ ପିସ୍ତାରେ ଅଧିକ ପରିମାଣର କ୍ୟାଲସିୟମ ମିଳିଥାଏ । ଯଦି ପ୍ରତିଦିନ ବାଦାମ ଏବଂ ପିସ୍ତା ଖାଆନ୍ତି, ତେବେ ଏହା ହାଡ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ । ଶରୀରରେ ହେମୋଗ୍ଲୋବିନ୍ ସ୍ତର କମ୍ ରହୁଥିଲେ ଖାଦ୍ୟରେ ବାଦାମ ଏବଂ ପିସ୍ତାକୁ ସାମିଲ କରନ୍ତୁ । ଏଥିରୁ ମିଳିପାରେ ମୁକ୍ତି ।
ନୂଆଦିଲ୍ଲୀ ୦୫।୧୨: ଶୀତଦିନେ ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ସମସ୍ତେ ଡ୍ରାଇଫ୍ରୁଟ୍ସ ଖାଇଥାନ୍ତି । ଏଥିରେ ଶରୀର ଗରମ ରହିବା ସହିତ ଶରୀରକୁ ଏନର୍ଜି ମିଳିଥାଏ । ସେହିପରି କିଛି ଲୋକ ଶୀତଦିନେ ବାଦାମ ଏବଂ ପିସ୍ତା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଶରୀର ପାଇଁ କେତେ ଲାଭାଦୟକ ହୋଇଥାଏ ? ଆସନ୍ତୁ ଜାଣିବା...

ବିଶେଷଜ୍ଞଙ୍କ ଅନୁଯାୟୀ ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଭିଟାମିନ୍ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯେଉଁମାନେ ପତଳା, ସେମାନେ ପ୍ରତିଦିନ ବାଦାମ ଏବଂ ପିସ୍ତା ଖାଇବା ଉଚିତ୍ । ଉଭୟରେ ଅଧିକ ପରିମାଣର ପ୍ରୋଟିନ୍ ଥାଏ । ଯାହା ମାଂସପେଶୀ ବିକାଶରେ ସାହାଯ୍ୟ କରିଥାଏ ।

ଖରାପ ହଜମ ପ୍ରକ୍ରିୟା ଯୋଗୁଁ ଅଧିକାଂଶ ଲୋକ ଅସୁବିଧାରେ ପଡିଥାନ୍ତି । ଗ୍ୟାସ୍, କୋଷ୍ଠକାଠିନ୍ୟକୁ ଏଡାଇବା ପାଇଁ ବାଦାମ ଏବଂ ପିସ୍ତା ଖାଇପାରିବେ । ବାଦାମ ଏବଂ ପିସ୍ତାରେ ଅଧିକ ପରିମାଣର କ୍ୟାଲସିୟମ ମିଳିଥାଏ । ଯଦି ପ୍ରତିଦିନ ବାଦାମ ଏବଂ ପିସ୍ତା ଖାଆନ୍ତି, ତେବେ ଏହା ହାଡ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ । ଶରୀରରେ ହେମୋଗ୍ଲୋବିନ୍ ସ୍ତର କମ୍ ରହୁଥିଲେ ଖାଦ୍ୟରେ ବାଦାମ ଏବଂ ପିସ୍ତାକୁ ସାମିଲ କରନ୍ତୁ । ଏଥିରୁ ମିଳିପାରେ ମୁକ୍ତି ।