ବାଦୁଡ଼ି ଓଲଟା ଝୁଲେ କାହିଁକି? ଜାଣନ୍ତୁ ସେ ସମ୍ପର୍କରେ…
ବାଦୁଡି ହେଉଛି ଏକମାତ୍ର ଉଡନ୍ତା ସ୍ତନ୍ୟପାୟୀ ପ୍ରାଣୀ। କୁହାଯାଏ ଏହାର ଅସ୍ତିତ୍ୱ ବହୁ ପୁରୁଣା। ଏମିତିକି ଡାଇନୋସର ଯୁଗରେ ବି ଏହାର ଅସ୍ତିତ୍ୱ ଥିବା କିଛି ତଥ୍ୟ କହେ। କାରଣ ଆଜି ପର୍ଯ୍ୟନ୍ତ ମିଳିଥିବା ବାଦୁଡ଼ିର ସବୁଠାରୁ ପୁରୁଣା ଜୀବାଶ୍ମ ୫୨ ମିଲିୟନ ବର୍ଷ ତଳର ବୋଲି କୁହାଯାଉଛି। ଏହା ଏମିତି ଏକ ପ୍ରାଣୀ ଯେକି ମରୁଭୂମି ପରି ଚରମ ତାପମାତ୍ରା ଥିବା ସ୍ଥାନରେ ଦେଖାଯାଆନ୍ତି, ସବୁଠୁ ଥଣ୍ଡା ଧ୍ରୁବୀୟ ଅଞ୍ଚଳରେ ବି ଦେଖାଯାଆନ୍ତି। ଆଉ ସବୁ […] The post ବାଦୁଡ଼ି ଓଲଟା ଝୁଲେ କାହିଁକି? ଜାଣନ୍ତୁ ସେ ସମ୍ପର୍କରେ… appeared first on Dharitri Odia News.
ବାଦୁଡି ହେଉଛି ଏକମାତ୍ର ଉଡନ୍ତା ସ୍ତନ୍ୟପାୟୀ ପ୍ରାଣୀ। କୁହାଯାଏ ଏହାର ଅସ୍ତିତ୍ୱ ବହୁ ପୁରୁଣା। ଏମିତିକି ଡାଇନୋସର ଯୁଗରେ ବି ଏହାର ଅସ୍ତିତ୍ୱ ଥିବା କିଛି ତଥ୍ୟ କହେ। କାରଣ ଆଜି ପର୍ଯ୍ୟନ୍ତ ମିଳିଥିବା ବାଦୁଡ଼ିର ସବୁଠାରୁ ପୁରୁଣା ଜୀବାଶ୍ମ ୫୨ ମିଲିୟନ ବର୍ଷ ତଳର ବୋଲି କୁହାଯାଉଛି। ଏହା ଏମିତି ଏକ ପ୍ରାଣୀ ଯେକି ମରୁଭୂମି ପରି ଚରମ ତାପମାତ୍ରା ଥିବା ସ୍ଥାନରେ ଦେଖାଯାଆନ୍ତି, ସବୁଠୁ ଥଣ୍ଡା ଧ୍ରୁବୀୟ ଅଞ୍ଚଳରେ ବି ଦେଖାଯାଆନ୍ତି। ଆଉ ସବୁ ବାଦୁଡି ଓଲଟା ଝୁଲି ରହନ୍ତି। ଆଉ ଏମାନେ ଭୂମିରୁ ଉଡାଣ ଭରି ପାରନ୍ତି ନାହିଁ। କାରଣ ଏମାନଙ୍କ ଆଗଗୋଡ ଯାହାକି ଡେଣାର କାମ କରେ ତା’ର ଗଠନ ଭିନ୍ନ। ଯାହାକି ଭୂମିରୁ ଉଡିବା ଲାଗି ଆବଶ୍ୟକୀୟ ଲିଫ୍ଟ ସୃଷ୍ଟି କରିପାରେ ନାହିଁ। ଏମିତି କ୍ଷେତ୍ରରେ କିଛିଟା ଦୌଡିବାପରେ ସେମାନେ ହୁଏତ ଉଡାଣ ଭରିପାରିଥାନ୍ତେ। ହେଲେ ସେମାନଙ୍କ ପଛ ଗୋଡ ବହୁତ ଛୋଟ ଏବଂ ଅବିକଶୀତ। ତେଣୁ ଏମାନେ ଦୌଡିକି ଗତି ଧରି ପାରନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ପଛଗୋଡର ପଞ୍ଝା ସାହାଯ୍ୟରେ ଉଚ୍ଚ ସ୍ଥାନକୁ ଚଢି ପରେ ପଞ୍ଝା ଛାଡି ତଳକୁ ପଡ଼ିବା ଭଳି ଅବସ୍ଥାରେ ଉଡିଥାନ୍ତି। ବାଦୁଡିଙ୍କ ଧମନୀର ଓ୍ବାନ ଓ୍ବେ ଭାଲ୍ଭ ଥାଏ। ତେଣୁ ଓଲଟା ଝୁଲିବାବେଳେ ରକ୍ତ ଓଲଟା ପ୍ରବାହିତ ହୁଏ ନାହିଁ। ଏମାନେ ସାଧାରଣତଃ ଅନ୍ଧାରିଆ ଗୁମ୍ଫାରେ ଦିନସାରା ଆରାମ କରନ୍ତି। ରାତିରେ ବାହାରନ୍ତି। ଶୋଇବାବେଳେ ବି ଏମାନେ ପଡ଼ନ୍ତି ନାହିଁ। କାରଣ ସେମାନଙ୍କ ଗୋଡର ଶିରା ଏଭଳିଭାବେ ବ୍ୟବସ୍ଥିତ ଯେ, ସେମାନଙ୍କ ଓଜନ ହିଁ ସେମାନଙ୍କ ପଞ୍ଝାକୁ ମଜଭୁତର ସହ ଧରି ରଖିବାରେ ସାହାଯ୍ୟ କରେ। ଉଚ୍ଚ ସ୍ଥାନରେ ଝୁଲି ରହିବାଦ୍ୱାରା ପରଭକ୍ଷୀଙ୍କଠାରୁ ବି ଏମାନେ ସୁରକ୍ଷିତ ରୁହନ୍ତି। ମାସ ମାସ ଏମିତିକି ବର୍ଷ ବର୍ଷ ବି ଏମାନେ ଏଭଳି ଓଲଟା ଝୁଲି ରହିପାରନ୍ତି। କିଛି ବାଦୁଡି ୫-୬ ମାସ ପର୍ଯ୍ୟନ୍ତ ଶୀତସୁପ୍ତୀକୁ ଚାଲିଯାଆନ୍ତି। ଏହି ସମୟରେ ସେମାନେ ଶରୀରରେ ସଞ୍ଚତ୍ତ ରଖିଥିବା ଫ୍ୟାଟ ଦ୍ୱାରା ଜୀବନଧାରଣ କରନ୍ତି। ସାରା ପୃଥିବୀରେ ୧୪୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର ବାଦୁଡ଼ି ଅଛନ୍ତି।
The post ବାଦୁଡ଼ି ଓଲଟା ଝୁଲେ କାହିଁକି? ଜାଣନ୍ତୁ ସେ ସମ୍ପର୍କରେ… appeared first on Dharitri Odia News.