ବାନ୍ଧବଗଡ଼ରେ ବିଷାକ୍ତ ଫସଲ ଖାଇ ୭ ହାତୀଙ୍କ ମୃତ୍ୟୁ, ନାଗ-ନାଗୁଣୀ ସହ ଯୋଡ଼ିଲେ ଚାଷୀ !
ଇନ୍ଦୋର: ମଧ୍ୟପ୍ରଦେଶର ଉପରିଆ ଜିଲ୍ଲାରେ ୭ ହାତୀଙ୍କ ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଛି । ବନ ବିଭାଗର ଜଣେ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି ଯେ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ଏବେ ସୁଦ୍ଧା ୭ ହାତୀଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ଜଙ୍ଗଲ ମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ମିଲେଟ୍ ଜାତୀୟ ଏକ ଶସ୍ୟ ଖାଇବା ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି ।ବିଟିଆର ଉପନିର୍ଦ୍ଦେଶକ କହିଛନ୍ତି ଯେ ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବାଜରା ଖାଇବା ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ମଙ୍ଗଳବାର ବିଟିଆର (ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ)ରେ ୪ ହାତୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ୭ ହୋଇଛି । ସମସ୍ତେ ୧୩ ଜଣିଆ ହାତୀ ପଲର ସଦସ୍ୟ ଥିଲେ । ଅନ୍ୟ ୩ ହାତୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ଚାଲିଛି । ବିଟିଆର ଟିମ୍ ଅନ୍ୟ ହାତୀଙ୍କ ଉପରେ ନଜର ରଖିଛନ୍ତି । ହାତୀଙ୍କ ମୃତ୍ୟୁ ଉପରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ମଙ୍ଗଳବାର ରାତିରେ କହିଥିଲେ ଯେ ଅଭୟାରଣ୍ୟରେ ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ ଦୁଃଖଦ ଏବଂ ହୃଦୟ ବିଦାରକ ଅଟେ । ମାମଲାର ଗମ୍ଭୀରତାକୁ ଦେଖି ଏସଆଇଟି ଗଠନ ଏବଂ କଠୋର କାର୍ଯ୍ୟାନୁଷ୍
ଇନ୍ଦୋର: ମଧ୍ୟପ୍ରଦେଶର ଉପରିଆ ଜିଲ୍ଲାରେ ୭ ହାତୀଙ୍କ ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଛି । ବନ ବିଭାଗର ଜଣେ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି ଯେ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ଏବେ ସୁଦ୍ଧା ୭ ହାତୀଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ଜଙ୍ଗଲ ମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ମିଲେଟ୍ ଜାତୀୟ ଏକ ଶସ୍ୟ ଖାଇବା ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି ।
ବିଟିଆର ଉପନିର୍ଦ୍ଦେଶକ କହିଛନ୍ତି ଯେ ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବାଜରା ଖାଇବା ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ମଙ୍ଗଳବାର ବିଟିଆର (ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ)ରେ ୪ ହାତୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ୭ ହୋଇଛି । ସମସ୍ତେ ୧୩ ଜଣିଆ ହାତୀ ପଲର ସଦସ୍ୟ ଥିଲେ । ଅନ୍ୟ ୩ ହାତୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ଚାଲିଛି । ବିଟିଆର ଟିମ୍ ଅନ୍ୟ ହାତୀଙ୍କ ଉପରେ ନଜର ରଖିଛନ୍ତି ।
ହାତୀଙ୍କ ମୃତ୍ୟୁ ଉପରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ମଙ୍ଗଳବାର ରାତିରେ କହିଥିଲେ ଯେ ଅଭୟାରଣ୍ୟରେ ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ ଦୁଃଖଦ ଏବଂ ହୃଦୟ ବିଦାରକ ଅଟେ । ମାମଲାର ଗମ୍ଭୀରତାକୁ ଦେଖି ଏସଆଇଟି ଗଠନ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
बांधवगढ़ टाइगर रिजर्व में चार अनमोल हाथियों की असमय मृत्यु अत्यंत दुखद और हृदय विदारक है। इन अद्भुत प्राणियों का जाना हमारे पर्यावरण और वन्यजीवन के संतुलन पर गहरा आघात है। इस कठिन समय में हमारी संवेदनाएं इन निर्दोष जीवों के प्रति हैं, जिन्होंने प्रकृति की रक्षा में अनगिनत योगदान…— Ramniwas Rawat (@rawat_ramniwas) October 29, 2024
ବାଜରା ଚାଷ କରୁଥିବା ବୟସ୍କ ଚାଷୀଙ୍କ ମତରେ ଜମିରେ ନାଗ-ନାଗୁଣୀ ଯୋଡ଼ି ଦ୍ୱାରା ସମ୍ପର୍କ ସ୍ଥାପନ ଯୋଗୁଁ ଫସଲ ବିଷାକ୍ତ ହୋଇଥାଏ । ଯେଉଁ ହାତୀଙ୍କ ମୃତ୍ୟୁ ହୋଇଛି, ସମ୍ଭବତଃ ସେମାନେ ଏହିପରି କୌଣସି ସଫଲ ଖାଇ ଥାଇପାରନ୍ତି । ଏହା ଚାଷୀଙ୍କ ବିଶ୍ୱାସ ହୋଇଥିବା ବେଳେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ । ତେବେ ଏହି ମାମଲାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି ।
କଂଗ୍ରେସ ନେତା ଜୟରାମ ରମେଶ ଏହି ମାମଲାର ତଦନ୍ତ ଦାବି କରିଛନ୍ତି । ଏକ୍ସରେ ପୋଷ୍ଟ କରି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ୭ ହାତୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏହାଦ୍ୱାରା ବାନ୍ଧବଗଡ଼ରେ ଗୋଟିଏ ଝଟକାରେ ହାତୀଙ୍କ ସଂଖ୍ୟା ୧୦ ପ୍ରତିଶତ କମ ହୋଇଛି । ତୁରନ୍ତ ଏହାର ଯାଞ୍ଚ ହେବା ଦରକାର ଏବଂ ସୁରକ୍ଷା ଉପାୟ ଗ୍ରହଣ କରାଯିବା ଦରକାର ।
मध्य प्रदेश के बांधवगढ़ टाइगर रिजर्व में 7 हाथियों की मौत और 2 या 3 की हालत गंभीर होने की ख़बर बेहद चौंकाने वाली है। इससे बांधवगढ़ में एक ही झटके में हाथियों की आबादी 10% कम हो गई है। इसकी तुरंत पूरी जांच होनी चाहिए और सुरक्षात्मक उपाय किए जाने चाहिए @byadavbjp— Jairam Ramesh (@Jairam_Ramesh) October 30, 2024