ସେନା ଇତିହାସରେ ପ୍ରଥମ ଥର, କ୍ଲାସ୍ ରୁମ୍ରୁ ୱାର ରୁମ୍ ଗଲେ ଦୁଇ ସାଙ୍ଗ
ନୂଆଦିଲ୍ଲୀ ୦୩।୦୭: ଦିନେ କ୍ଲାସରେ ଥିଲେ ସହପାଠୀ । ଏବେ ସାଙ୍ଗ ହୋଇ ଯିବେ ୱାର୍ରୁମ୍ । ଯାହା ଭାରତୀୟ ଇତିହାସରେ ପ୍ରଥମ ଥର। ଭାରତର ଦୁଇ ସେନା ମୁଖ୍ୟ ହେଉଛନ୍ତି ଦୁଇ ସାଙ୍ଗ । ସେମାନେ ହେଲେ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଓ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ । ଏକାଠି ମିଶି ପାଠ ପଢ଼ୁଥିଲେ । ଏକାଠି ସେନାକୁ ଯିବା ସ୍ୱପ୍ନ ମଧ୍ୟ ଦେଖିଥିଲେ । ଦେଶ ସେବା ପାଇଁ ମନୋବଳାଇଥିଲେ । ଆଉ ତା ପରର ଅଦମ୍ୟ ସାହସ, କର୍ତ୍ତବ୍ୟନିଷ୍ଠ ତାଙ୍କ ସ୍ୱପ୍ନକୁ ପୂରଣ କରିଛି । ଆଜି ଦୁଇ ଜଣ ସମ୍ଭାଳିଛନ୍ତି ଦେଶର ଦୁଇ ସେନାର ସବୋର୍ଚ୍ଚ ପଦ । ଦୁହିଁଙ୍କ କାନ୍ଧରେ ଗୁରୁ ଦାୟିତ୍ୱ । ଦୁଇ ସହପାଠୀ ମିଳିତ ଭାବେ ଭାରତୀୟ ସେନା ମୁଖ୍ୟ ପଦରେ ।୧୯୭୦ରେ ମଧ୍ୟପ୍ରଦେଶ ରେୱା ସୈନିକ ସ୍କୁଲରେ ଆରମ୍ଭ ହୋଇଥିଲା ପାଠପଢା । ପୂର୍ବରୁ ପ୍ରଥମରୁ କ୍ଲାସ ସମାନ ଥିଲେ ବି ସେକ୍ସନ ଥିଲା ଅଲଗା । କିନ୍ତୁ ପଞ୍ଚମ ଶ୍ରେଣୀରେ ବଦଳିଗଲା ସବୁକିଛି । ଏକାଠି ହୋଇଗଲେ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଓ ଆଡମିରାଲ୍ ଦିନେଶ ତ୍ରିପାଠୀ । ଗୋଟିଏ ସ୍କୁଲ, ଗୋଟିଏ କ୍ଲାସ ରୁମରେ ଚାଲିଲା ପାଠପଢା । ଦୁଇ ଅଧିକାରୀଙ୍କ ରୋଲ୍ ନମ୍ବର ବି ଥିଲା ପାଖାପଖି । ଦ୍ୱିବେଦୀ ମଧ୍ୟପ୍ରଦେଶ ବାସିନ୍ଦା ହୋଇଥିବାବେଳେ ୧୯୮୧ରେ ସେ ଏନ୍ଡିଏରେ ସାମିଲ ହୋଇଥିଲେ । ୧୯୮୪ରେ ଜମ୍ମୁ-କାଶ୍ମୀର ରାଇଫଲ୍ସର ୧୮ତମ ବାଟାଲିୟନରେ ମିଳିଥିଲା ନିଯୁକ୍ତି । ପରେ କା
ନୂଆଦିଲ୍ଲୀ ୦୩।୦୭: ଦିନେ କ୍ଲାସରେ ଥିଲେ ସହପାଠୀ । ଏବେ ସାଙ୍ଗ ହୋଇ ଯିବେ ୱାର୍ରୁମ୍ । ଯାହା ଭାରତୀୟ ଇତିହାସରେ ପ୍ରଥମ ଥର। ଭାରତର ଦୁଇ ସେନା ମୁଖ୍ୟ ହେଉଛନ୍ତି ଦୁଇ ସାଙ୍ଗ । ସେମାନେ ହେଲେ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଓ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ । ଏକାଠି ମିଶି ପାଠ ପଢ଼ୁଥିଲେ । ଏକାଠି ସେନାକୁ ଯିବା ସ୍ୱପ୍ନ ମଧ୍ୟ ଦେଖିଥିଲେ । ଦେଶ ସେବା ପାଇଁ ମନୋବଳାଇଥିଲେ । ଆଉ ତା ପରର ଅଦମ୍ୟ ସାହସ, କର୍ତ୍ତବ୍ୟନିଷ୍ଠ ତାଙ୍କ ସ୍ୱପ୍ନକୁ ପୂରଣ କରିଛି । ଆଜି ଦୁଇ ଜଣ ସମ୍ଭାଳିଛନ୍ତି ଦେଶର ଦୁଇ ସେନାର ସବୋର୍ଚ୍ଚ ପଦ । ଦୁହିଁଙ୍କ କାନ୍ଧରେ ଗୁରୁ ଦାୟିତ୍ୱ । ଦୁଇ ସହପାଠୀ ମିଳିତ ଭାବେ ଭାରତୀୟ ସେନା ମୁଖ୍ୟ ପଦରେ ।
୧୯୭୦ରେ ମଧ୍ୟପ୍ରଦେଶ ରେୱା ସୈନିକ ସ୍କୁଲରେ ଆରମ୍ଭ ହୋଇଥିଲା ପାଠପଢା । ପୂର୍ବରୁ ପ୍ରଥମରୁ କ୍ଲାସ ସମାନ ଥିଲେ ବି ସେକ୍ସନ ଥିଲା ଅଲଗା । କିନ୍ତୁ ପଞ୍ଚମ ଶ୍ରେଣୀରେ ବଦଳିଗଲା ସବୁକିଛି । ଏକାଠି ହୋଇଗଲେ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଓ ଆଡମିରାଲ୍ ଦିନେଶ ତ୍ରିପାଠୀ । ଗୋଟିଏ ସ୍କୁଲ, ଗୋଟିଏ କ୍ଲାସ ରୁମରେ ଚାଲିଲା ପାଠପଢା । ଦୁଇ ଅଧିକାରୀଙ୍କ ରୋଲ୍ ନମ୍ବର ବି ଥିଲା ପାଖାପଖି । ଦ୍ୱିବେଦୀ ମଧ୍ୟପ୍ରଦେଶ ବାସିନ୍ଦା ହୋଇଥିବାବେଳେ ୧୯୮୧ରେ ସେ ଏନ୍ଡିଏରେ ସାମିଲ ହୋଇଥିଲେ । ୧୯୮୪ରେ ଜମ୍ମୁ-କାଶ୍ମୀର ରାଇଫଲ୍ସର ୧୮ତମ ବାଟାଲିୟନରେ ମିଳିଥିଲା ନିଯୁକ୍ତି । ପରେ କାଶ୍ମୀର ଉପତ୍ୟକା ଏବଂ ରାଜସ୍ଥାନର ସମ୍ଭାଳିଥିଲେ କମାଣ୍ଡ ।
ଫିଜିକାଲ ଟ୍ରେନିଂ କୋର୍ସରେ ଗୋଲ୍ଡ ମେଡାଲରେ ସମ୍ମାନିତ ହୋଇଥିଲେ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ । ସେନା ମୁଖ୍ୟାଳୟରେ ସେନାଉପମୁଖ୍ୟ ରହିବା ସହ ହିମାଚଳ ପ୍ରଦେଶର ୯ମ କର୍ପ୍ସର ନେତୃତ୍ୱ ନେଇଥିଲେ । ନିଜ ୪୦ ବର୍ଷର କ୍ୟାରିୟରରେ ସେ ସେନାର ଅନ୍ୟ ପ୍ରମୁଖ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ସେ । ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟକାଳର ଶେଷ ଦିନରେ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି ।
ମେ ୧୫, ୧୯୬୪ରେ ଆଡମିରାଲ କୁମାର ତ୍ରିପାଠୀଙ୍କ ଜନ୍ମ । ଦୀନେଶ କୁମାର ତ୍ରିପାଠୀ ରେୱାର ସାଇନିକ୍ ବିଦ୍ୟାଳୟର ଛାତ୍ର ଥିଲେ । ସେ ଜୁଲାଇ ୧,୧୯୮୫ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଆଡମିରାଲ ତ୍ରିପାଠୀଙ୍କ ପ୍ରାୟ ୪୦ ବର୍ଷର ଲମ୍ୱା କ୍ୟାରିୟର ରହିଛି । ଆଡମିରାଲ୍ ମଧ୍ୟ INS ବିନାଶ, କିର୍ଚ ଏବଂ ତ୍ରିଶୁଲର କମାଣ୍ଡ ବି ସମ୍ଭାଳିଛନ୍ତି । ସେ ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଭାବରେ ନେଇଥିଲେ ଦାୟିତ୍ୱ । ଏହା ବ୍ୟତୀତ ଆଡମିରାଲ ଦୀନେଶ ତ୍ରିପାଠୀ ନାଭାଲ ଅପରେସନ୍ସର ମହାନିର୍ଦ୍ଦେଶକ, ପର୍ସନାଲ ତଥା ଫ୍ଲାଗ ଅଫିସର କମାଣ୍ଡିଂ-ଚିଫ୍, ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ, ମୁମ୍ବାଇରେ ବି କାର୍ଯ୍ୟ କରିଛନ୍ତି।
୫୦ ବର୍ଷ ପରେ ନିଜ ନିଜ ସେନାର ନେତୃତ୍ଵ ନେଇଛନ୍ତି ଏହି ଦୁଇ ଅଧିକାରୀ । ଦୁଇ ସହପାଠୀଙ୍କ ନିଯୁକ୍ତି ମଧ୍ୟ ସମାନ ସମୟରେ ହୋଇଥିଲା । ଅର୍ଥାତ୍ ଦୁଇ ମାସ ବ୍ୟବଧାନରେ ଭଭୟଙ୍କ ନିଯୁକ୍ତି ହୋଇଛି। ଆଡମିରାଲ ତ୍ରିପାଠୀ ମେ' ୧ରେ ନୌସେନାର ମୁଖ୍ୟ ଭାବେ ଦାୟିତ୍ଵ ନେଇଥିଲେ। ଲେଫ୍ଟନାଣ୍ଟ ଜେନେରାଲ ଦ୍ଵିବେଦୀ ଜୁନ୍ ୩୦ରେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ଵ ନେଇଛନ୍ତି।