ବାପର କାଠ ଫାଳିଆ ମାଡରେ ପୁଅ ମୃତ

ରେଙ୍ଗାଲି: ମଦ ନିଶାରେ ହିତାହିତ ଜ୍ଞାନ ହରାଇ ଜଣେ ବାପ ନିଜ ପୁଅକୁ କାଠ ଫାଳିଆରେ ନିସ୍ତୁକ ମାଡ ଦେଇ ଜୀବନରେ ମାରିଦେଇଛି। ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଥାନା ଅନ୍ତର୍ଗତ ଡେର୍ବା ଗ୍ରାମରେ ୧୪ ତାରିଖ ସୋମବାର ବିଳମ୍ବିତ ରାତିରେ ଏଭଳି ଘଟିଛି। ସୂଚନା ପାଇ ଠେଲକୋଲୋଇ ଆଇଆଇସି ବୁଲୁ ସ୍ବାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇ  ପୁତ୍ର ହନ୍ତା ଉଦ୍ଧବ କିସାନକୁ ଗିରଫ କରି ଥାନାରେ ଅଟକ […]

ବାପର କାଠ ଫାଳିଆ ମାଡରେ ପୁଅ ମୃତ
ରେଙ୍ଗାଲି: ମଦ ନିଶାରେ ହିତାହିତ ଜ୍ଞାନ ହରାଇ ଜଣେ ବାପ ନିଜ ପୁଅକୁ କାଠ ଫାଳିଆରେ ନିସ୍ତୁକ ମାଡ ଦେଇ ଜୀବନରେ ମାରିଦେଇଛି। ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଥାନା ଅନ୍ତର୍ଗତ ଡେର୍ବା ଗ୍ରାମରେ ୧୪ ତାରିଖ ସୋମବାର ବିଳମ୍ବିତ ରାତିରେ ଏଭଳି ଘଟିଛି। ସୂଚନା ପାଇ ଠେଲକୋଲୋଇ ଆଇଆଇସି ବୁଲୁ ସ୍ବାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇ  ପୁତ୍ର ହନ୍ତା ଉଦ୍ଧବ କିସାନକୁ ଗିରଫ କରି ଥାନାରେ ଅଟକ ରଖି ଏକ ହତ୍ୟା ମାମଲା ଋଜୁ କରି ତଦନ୍ତ ଜାରି ରଖିଛନ୍ତି।