ବାପା ବିଶ୍ଵାସର ବରଗଛ, ସମ୍ପର୍କର ମେରୁଦଣ୍ଡ ; ପିତୃ ଦିବସରେ ବାପାଙ୍କୁ ଭୂମିଷ୍ଠ ପ୍ରଣାମ

ବାପା, ସମ୍ପର୍କର ମେରୁଦଣ୍ଡ । ଡାକଟିରେ ରହିଛି ଅନେକ ଆତ୍ମୀୟତା । କାରଣ ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ।  ସନ୍ତାନର ଲାଳନ ପାଳନ ସହ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଥାଏ ଅନେକ ଭୂମିକା । ସେଥିପାଇଁ ତ ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ ସ୍ୱତନ୍ତ୍ର । ପିତା, ଏମିତି ଜଣେ ବ୍ୟକ୍ତି, ତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ। ସେ ସ୍ୱର୍ଗଃ ଠାରୁ ବଡ ସେ ପରମ ତପ ଠାରୁ ଅଧିକ। ଆଉ ବାପାମାନଙ୍କର ଏହି ତ୍ୟାଗ ଓ ସମ୍ମାନ ଲାଗି ବିଶ୍ୱର ବିଭିନ୍ନ ସ୍ଥାନରେ ପାଲନ ହେଉଛି ପିତୃ ଦିବସ ବା ଫାଦର୍ସ ଡେ । ଏବେ ଭାରତର ଅନେକ ଜନ ସାଧାରଣ ପାଶ୍ଚ୍ୟାତ ସଂସ୍କୃତିକୁ କିଛି ମାତ୍ରାରେ ଆଦରି ନେଇଛନ୍ତି। ଆଜି ହେଉଛି ଫାଦର୍ସ ଡେ। ଜୁନ ମାସର ତୃତୀୟ ରବିବାର । ପ୍ରତିବର୍ଷ ଫାଦର୍ସ ଡେ ଭାବେ ପାଳନ କରାଯାଏ। ୧୯୦୯ ରେ ‘ସୁନୋରା ସ୍ମାର୍ଟ ଡଡ୍’ ନାମକ ଜଣେ ଯୁବତୀ ପ୍ରଥମ ଥର ପାଇଁ ତାଙ୍କ ବାପାଙ୍କୁ ସମ୍ମାନ ଜଣାଇବା ପାଇଁ କରିଥିଲେ ଫାଦର୍ସ ଡେ ସେଲିବ୍ରେସନ । ଛୋଟବେଳେ ଡଡଙ୍କ ମାଆ ତାଙ୍କୁ ଛାଡି ଚାଲିଯାଇଥିଲେ । ପରେ ତାଙ୍କ ବାପା ବହୁ କଷ୍ଟରେ ସମସ୍ତ ସନ୍ତାନଙ୍କ ଲାଳନପାଳନ କରିଥିଲେ । ପିତା ୱିଲିୟମ୍ ସ୍ମାଟର୍ ଡଡ ଓ ବାକି ଭାଇଭଉଣୀମାନଙ୍କୁ ଉଭୟ ମା’ ଓ ବାପାଙ୍କର ସ୍ନେହ, ମମତା ଦେଇ ପାଳନ କରୁଥିଲେ । ଏକ ସମୟରେ ଡୋଡ ଚର୍ଚ୍ଚରେ ମଦର୍ସ ଡ଼େର ଉପଦେଶ ଶୁଣୁଥିଲେ। ଯେଉଁପରି ଭାବେ ମାତାଙ୍କୁ ସମ୍ମାନ ଓ ପ୍ରଶ

ବାପା ବିଶ୍ଵାସର ବରଗଛ, ସମ୍ପର୍କର ମେରୁଦଣ୍ଡ ; ପିତୃ ଦିବସରେ ବାପାଙ୍କୁ ଭୂମିଷ୍ଠ ପ୍ରଣାମ

ବାପା, ସମ୍ପର୍କର ମେରୁଦଣ୍ଡ । ଡାକଟିରେ ରହିଛି ଅନେକ ଆତ୍ମୀୟତା । କାରଣ ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ।  ସନ୍ତାନର ଲାଳନ ପାଳନ ସହ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଥାଏ ଅନେକ ଭୂମିକା । ସେଥିପାଇଁ ତ ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ ସ୍ୱତନ୍ତ୍ର । ପିତା, ଏମିତି ଜଣେ ବ୍ୟକ୍ତି, ତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ। ସେ ସ୍ୱର୍ଗଃ ଠାରୁ ବଡ ସେ ପରମ ତପ ଠାରୁ ଅଧିକ। ଆଉ ବାପାମାନଙ୍କର ଏହି ତ୍ୟାଗ ଓ ସମ୍ମାନ ଲାଗି ବିଶ୍ୱର ବିଭିନ୍ନ ସ୍ଥାନରେ ପାଲନ ହେଉଛି ପିତୃ ଦିବସ ବା ଫାଦର୍ସ ଡେ । ଏବେ ଭାରତର ଅନେକ ଜନ ସାଧାରଣ ପାଶ୍ଚ୍ୟାତ ସଂସ୍କୃତିକୁ କିଛି ମାତ୍ରାରେ ଆଦରି ନେଇଛନ୍ତି। ଆଜି ହେଉଛି ଫାଦର୍ସ ଡେ। ଜୁନ ମାସର ତୃତୀୟ ରବିବାର । ପ୍ରତିବର୍ଷ ଫାଦର୍ସ ଡେ ଭାବେ ପାଳନ କରାଯାଏ। ୧୯୦୯ ରେ ‘ସୁନୋରା ସ୍ମାର୍ଟ ଡଡ୍’ ନାମକ ଜଣେ ଯୁବତୀ ପ୍ରଥମ ଥର ପାଇଁ ତାଙ୍କ ବାପାଙ୍କୁ ସମ୍ମାନ ଜଣାଇବା ପାଇଁ କରିଥିଲେ ଫାଦର୍ସ ଡେ ସେଲିବ୍ରେସନ । ଛୋଟବେଳେ ଡଡଙ୍କ ମାଆ ତାଙ୍କୁ ଛାଡି ଚାଲିଯାଇଥିଲେ । ପରେ ତାଙ୍କ ବାପା ବହୁ କଷ୍ଟରେ ସମସ୍ତ ସନ୍ତାନଙ୍କ ଲାଳନପାଳନ କରିଥିଲେ । ପିତା ୱିଲିୟମ୍ ସ୍ମାଟର୍ ଡଡ ଓ ବାକି ଭାଇଭଉଣୀମାନଙ୍କୁ ଉଭୟ ମା’ ଓ ବାପାଙ୍କର ସ୍ନେହ, ମମତା ଦେଇ ପାଳନ କରୁଥିଲେ । ଏକ ସମୟରେ ଡୋଡ ଚର୍ଚ୍ଚରେ ମଦର୍ସ ଡ଼େର ଉପଦେଶ ଶୁଣୁଥିଲେ। ଯେଉଁପରି ଭାବେ ମାତାଙ୍କୁ ସମ୍ମାନ ଓ ପ୍ରଶଂସା ମିଳୁଛି, ସେହିପରି ପିତା ମଧ୍ୟ ଏହି ପ୍ରଶଂସା ଓ ସମ୍ମାନର ହକଦାର ଅଟନ୍ତି ବୋଲି ସେତେବେଳେ ଡଡ ଅନୁଭବ କରିଥିଲେ । ସେବେଠୁ ସେ ଆରମ୍ଭ କରିଥିଲେ ଏହି ଟ୍ରାଡିସନ୍ ।

ଶାସ୍ତ୍ର କହୁଛି ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ। ପିତା ହେଉଛନ୍ତି ଅନୁଶାସନ ଓ ଭଲପାଇବାର ପ୍ରତୀକ। ତାଙ୍କର ହାତ ଧରି ପିଲାଟି ବାଟ ଚାଲିବା ଜାଣିଥାଏ। କଥାରେ ଅଛି ମା ଥିଲେ ପୁଅ ସଭାରେ ହାରେନା। ଓ ବାପ ଥିଲେ ପୁଅ କାହାକୁ ଡରେନା। ପୁରାଣରେ ବି ପିତୃ ଭକ୍ତିର ରହିଛି ଅନେକ ଦୃଷ୍ଠାନ୍ତ । ପିତୃସତ୍ୟ ପାଳନ କରି ରାମ ୧୪ ବର୍ଷ ବନ ବାସ ଯାଇଥିଲେ। ଗୋଟେ ସନ୍ତାନ ପାଇଁ  ପିତା ମାତା ହେଉଛନ୍ତି ଚଳନ୍ତି ଦେବତା। ତେଣୁ ସେମାନଙ୍କୁ ଭଲ ପାଇବା, ସ୍ନେହଁ ଓ ଶ୍ରଦ୍ଧା କରିବା ପାଇଁ ଏହି ଫାଦର୍ସ ଡେ ସମସ୍ତ ସନ୍ତାନ ମାନଙ୍କୁ ମେସେଜ ଦେଇଥାଏ। ବାପା, ଶବ୍ଦଟି ଶୁଣିଲେ ମନରେ ଆସେ ସାତ ସମୁଦ୍ରର ଶକ୍ତି। ଆଜି ବାପା ଙ୍କ ପାଇଁ ଦିନ ଟିଏ ଅର୍ଥାତ୍ ଫାଦର୍ସ ଡେ। ବାପା ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖନ୍ତି, ସନ୍ତାନର ସ୍ବପ୍ନ ପାଇଁ ଯିଏ ଦିନ ରାତି ପରିଶ୍ରମ କରନ୍ତି, ଜୀବନରେ ହାରିଗଲେ ଯିଏ ଆଗକୁ ବଢିବା ପାଇଁ ସାହାସ ଦିଅନ୍ତି ବାପା ।