ବାପା-ମାଆଙ୍କ ଉପରେ ଅଶ୍ଲୀଳ କମେଣ୍ଟ କରି ଫସିଲେ ରଣବୀର ଆଲାହାବାଦିଆ, ବିବାଦ ବଢ଼ିବା ପରେ ମାଗିଲେ କ୍ଷମା

ନୂଆଦିଲ୍ଲୀ: ବାପା-ମାଆଙ୍କ ଉପରେ ଅଶ୍ଲୀଳ କମେଣ୍ଟ କରି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆଲହାବାଦିଆ । ଇଣ୍ଡିଆସ୍ ଗଟ ଲେଟେଣ୍ଟରେ ଦେଇଥିବା କମେଣ୍ଟକୁ ନେଇ ଏବେ ଚାରିଆଡ଼ୁ ତାଙ୍କୁ ସମାଲୋଚନା ସାମ୍‌ନା । ଅବଶ୍ୟ ବିବାଦ ବଢ଼ିବା ପରେ ରଣବୀର ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି।ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ରଣବୀର କହିଛନ୍ତି, ‘‘ଯାହାବି ହୋଇଛି ତାହା ମଜାଦାର ନଥିଲା। ମୁଁ ଏଥିପାଇଁ ଦୁଃଖିତ। ଏଭଳି କହି ମୁଁ ଖୁବ୍‌ ଲଜ୍ଜିତ ମନେ କରୁଛି। ମୋ ଏହି କମେଣ୍ଟ ଭୁଲ। ମୋ ନିର୍ଣ୍ଣୟ ଭୁଲ୍‌ ଥିଲା। ଏଭଳି କରିବା ଠିକ୍‌ ନଥିଲା। ମୁଁ କ୍ଷମା ମାଗୁଛି। ଶପଥ କରୁଛି ଭଲ ମଣିଷ ହେବି। ମୁଁ ଭିଡିଓର ମେକର୍ସଙ୍କୁ ଏହାକୁ ହଟାଇବାକୁ କହିଛି। ଆଶା କରୁଛି ଆପଣମାନେ ମତେ କ୍ଷମା କରିବେ।’’କ’ଣ କହିଥିଲେ ରଣବୀରପ୍ରକୃତରେ ରଣବୀର ଆଲାହାବାଦିଆ ସମୟ ରୈନାଙ୍କ କମେଡି ଶୋ ‘ଇଣ୍ଡିଆଜ୍‌ ଗଟ ଲେଟେଣ୍ଟ’ରେ ଅତିଥି ଭାବରେ ପହଞ୍ଚିଥିଲେ। ସେଠାରେ ସେ ଜଣେ ପ୍ରତିଯୋଗୀଙ୍କୁ ବାପା-ମାଆଙ୍କୁ ନେଇ ଅଶ୍ଲୀଳ ପ୍ରଶ୍ନ କରିଥିଲେ। ରଣବୀର କହିଥିଲ, କ’ଣ ଆପଣ ନିଜ ବାପା-ମାଙ୍କୁ ପ୍ରତିଦିନ ସମ୍ଭୋଗ କରୁଥିବା ଦେଖିବେ ? ନା’ ଦିନେ ତାଙ୍କ ସହ ସାମିଲ୍‌ ହୋଇଯିବେ ଯେମିତି ଏହା ସବୁଦିନ ପାଇଁ ବନ୍ଦ ହୋଇଯିବ ? ବଡ଼ କଥା ହେଲେ ସେଠାରେ ଥିବା ଅନ୍ୟ ୟୁଟ୍ୟୁବର ଜଜ୍‌ମାନେ ମଧ୍ୟ ତାଙ୍କ କଥାରେ ହସିବା ସହ ତାଳି ମାରିଥିଲ

ବାପା-ମାଆଙ୍କ ଉପରେ ଅଶ୍ଲୀଳ କମେଣ୍ଟ କରି ଫସିଲେ ରଣବୀର ଆଲାହାବାଦିଆ, ବିବାଦ ବଢ଼ିବା ପରେ ମାଗିଲେ କ୍ଷମା

ନୂଆଦିଲ୍ଲୀ: ବାପା-ମାଆଙ୍କ ଉପରେ ଅଶ୍ଲୀଳ କମେଣ୍ଟ କରି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆଲହାବାଦିଆ । ଇଣ୍ଡିଆସ୍ ଗଟ ଲେଟେଣ୍ଟରେ ଦେଇଥିବା କମେଣ୍ଟକୁ ନେଇ ଏବେ ଚାରିଆଡ଼ୁ ତାଙ୍କୁ ସମାଲୋଚନା ସାମ୍‌ନା । ଅବଶ୍ୟ ବିବାଦ ବଢ଼ିବା ପରେ ରଣବୀର ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି।

ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ରଣବୀର କହିଛନ୍ତି, ‘‘ଯାହାବି ହୋଇଛି ତାହା ମଜାଦାର ନଥିଲା। ମୁଁ ଏଥିପାଇଁ ଦୁଃଖିତ। ଏଭଳି କହି ମୁଁ ଖୁବ୍‌ ଲଜ୍ଜିତ ମନେ କରୁଛି। ମୋ ଏହି କମେଣ୍ଟ ଭୁଲ। ମୋ ନିର୍ଣ୍ଣୟ ଭୁଲ୍‌ ଥିଲା। ଏଭଳି କରିବା ଠିକ୍‌ ନଥିଲା। ମୁଁ କ୍ଷମା ମାଗୁଛି। ଶପଥ କରୁଛି ଭଲ ମଣିଷ ହେବି। ମୁଁ ଭିଡିଓର ମେକର୍ସଙ୍କୁ ଏହାକୁ ହଟାଇବାକୁ କହିଛି। ଆଶା କରୁଛି ଆପଣମାନେ ମତେ କ୍ଷମା କରିବେ।’’

କ’ଣ କହିଥିଲେ ରଣବୀର

ପ୍ରକୃତରେ ରଣବୀର ଆଲାହାବାଦିଆ ସମୟ ରୈନାଙ୍କ କମେଡି ଶୋ ‘ଇଣ୍ଡିଆଜ୍‌ ଗଟ ଲେଟେଣ୍ଟ’ରେ ଅତିଥି ଭାବରେ ପହଞ୍ଚିଥିଲେ। ସେଠାରେ ସେ ଜଣେ ପ୍ରତିଯୋଗୀଙ୍କୁ ବାପା-ମାଆଙ୍କୁ ନେଇ ଅଶ୍ଲୀଳ ପ୍ରଶ୍ନ କରିଥିଲେ। ରଣବୀର କହିଥିଲ, କ’ଣ ଆପଣ ନିଜ ବାପା-ମାଙ୍କୁ ପ୍ରତିଦିନ ସମ୍ଭୋଗ କରୁଥିବା ଦେଖିବେ ? ନା’ ଦିନେ ତାଙ୍କ ସହ ସାମିଲ୍‌ ହୋଇଯିବେ ଯେମିତି ଏହା ସବୁଦିନ ପାଇଁ ବନ୍ଦ ହୋଇଯିବ ? ବଡ଼ କଥା ହେଲେ ସେଠାରେ ଥିବା ଅନ୍ୟ ୟୁଟ୍ୟୁବର ଜଜ୍‌ମାନେ ମଧ୍ୟ ତାଙ୍କ କଥାରେ ହସିବା ସହ ତାଳି ମାରିଥିଲେ। ଆଉ ରଣବୀରଙ୍କ ଏଭଳି କଥାକୁ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଲୋକେ ରଣବୀରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ।