ବାପା ମୁଖ୍ୟମନ୍ତ୍ରୀ, ପୁଅ ଉପମୁଖ୍ୟମନ୍ତ୍ରୀ; ବର୍ଷକ ଭିତରେ ଦୁଇ ଥର ଫେଲ ହେବା ପରେ ତୃତୀୟ ଥର ପାଇଁ ଉଦ୍ୟମ

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍ ନିଜ ମନ୍ତ୍ରୀ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରିବାକୁ ଯାଉଛନ୍ତି । ଗୁରୁବାର ଏହି ଖବର ସାମନାକୁ ଆସିଛି । ଉଦୟନିଧି ବର୍ତ୍ତମାନ ସରକାରରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅଛନ୍ତି । ପାର୍ଟିର ସୂତ୍ର ଅନୁସାରେ ଅଗଷ୍ଟ ୨୨ ପୂର୍ବରୁ ଉଦୟନିଧିଙ୍କ ପଦୋନ୍ନତି ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ଜୁନିୟର ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାର ଏହା ତୃତୀୟ ଉଦ୍ୟମ ।ଏହା ପୂର୍ବରୁ ବି ଉଦୟନିଧି ଷ୍ଟାଲିନଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଦୁଇ ଥର ଉଦ୍ୟମ କରାଯାଇଥିଲା । କିନ୍ତୁ ତାଙ୍କର ବିବାଦୀୟ ବୟାନ ଯୋଗୁଁ ଯୋଜନାକୁ ସ୍ଥଗିତ କରାଯାଇଥିଲା । ଜାନୁଆରୀରେ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଏବଂ ପରେ କଲ୍ଲାକୁରିଚି ମଦ ମୃତ୍ୟୁ ଯୋଗୁଁ ଉପମୁଖ୍ୟମନ୍ତ୍ରୀ କରିବା ଯୋଜନାକୁ ସ୍ଥଗିତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଉଦୟନିଧି ଯଦି ଉପମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେ ନିଜ ବାପାଙ୍କ ପାଦଚିହ୍ନରେ ରାଜନୈତିକ କ୍ୟାରୟରକୁ ବଢାଉଥିବା ଦେଖିବାକୁ ମିଳିବେ ।ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ୨୦୦୯ ଲୋକସଭା ନିର୍ବାଚନ ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଉଦୟନିଧିଙ୍କ ଜେଜେ ବାପା କରୁଣାନିଧି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଥିଲେ । କୁହାଯାଉଛି ଯେ ପାର୍ଟି ଏବଂ ସରକାରରେ ଉଦୟନିଧିଙ୍କ ଗ୍ର

ବାପା ମୁଖ୍ୟମନ୍ତ୍ରୀ, ପୁଅ ଉପମୁଖ୍ୟମନ୍ତ୍ରୀ; ବର୍ଷକ ଭିତରେ ଦୁଇ ଥର ଫେଲ ହେବା ପରେ ତୃତୀୟ ଥର ପାଇଁ ଉଦ୍ୟମ

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍ ନିଜ ମନ୍ତ୍ରୀ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରିବାକୁ ଯାଉଛନ୍ତି । ଗୁରୁବାର ଏହି ଖବର ସାମନାକୁ ଆସିଛି । ଉଦୟନିଧି ବର୍ତ୍ତମାନ ସରକାରରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅଛନ୍ତି । ପାର୍ଟିର ସୂତ୍ର ଅନୁସାରେ ଅଗଷ୍ଟ ୨୨ ପୂର୍ବରୁ ଉଦୟନିଧିଙ୍କ ପଦୋନ୍ନତି ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ଜୁନିୟର ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାର ଏହା ତୃତୀୟ ଉଦ୍ୟମ ।

ଏହା ପୂର୍ବରୁ ବି ଉଦୟନିଧି ଷ୍ଟାଲିନଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଦୁଇ ଥର ଉଦ୍ୟମ କରାଯାଇଥିଲା । କିନ୍ତୁ ତାଙ୍କର ବିବାଦୀୟ ବୟାନ ଯୋଗୁଁ ଯୋଜନାକୁ ସ୍ଥଗିତ କରାଯାଇଥିଲା । ଜାନୁଆରୀରେ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଏବଂ ପରେ କଲ୍ଲାକୁରିଚି ମଦ ମୃତ୍ୟୁ ଯୋଗୁଁ ଉପମୁଖ୍ୟମନ୍ତ୍ରୀ କରିବା ଯୋଜନାକୁ ସ୍ଥଗିତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଉଦୟନିଧି ଯଦି ଉପମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେ ନିଜ ବାପାଙ୍କ ପାଦଚିହ୍ନରେ ରାଜନୈତିକ କ୍ୟାରୟରକୁ ବଢାଉଥିବା ଦେଖିବାକୁ ମିଳିବେ ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ୨୦୦୯ ଲୋକସଭା ନିର୍ବାଚନ ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଉଦୟନିଧିଙ୍କ ଜେଜେ ବାପା କରୁଣାନିଧି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଥିଲେ । କୁହାଯାଉଛି ଯେ ପାର୍ଟି ଏବଂ ସରକାରରେ ଉଦୟନିଧିଙ୍କ ଗ୍ରହଣୀୟତା ଏବଂ ମୁଖ୍ୟମନ୍ତ୍ରୀ ବାପାଙ୍କ ବୋଝ ହାଲୁକା କରିବା ପାଇଁ ତାଙ୍କୁ ଏହି ପଦୋନ୍ନତି ଦିଆଯିବ । ପାର୍ଟିର ସୂତ୍ର ଅନୁସାରେ ଉଦୟନିଧିଙ୍କ ପଦୋନ୍ନତି ନିଶ୍ଚିତ ଏବଂ ଅଗଷ୍ଟ ୨୨ରେ ସିଏମ୍ ଷ୍ଟାଲିନଙ୍କ ଆମେରିକା ଯାତ୍ରା ପୂର୍ବରୁ ହୋଇପାରେ ।