ବାପାକୁ ମାରି ମାଆ ହତ୍ୟାର ପ୍ରତିଶୋଧ ନେଲା ପୁଅ

ରାଉରକେଲା: ମାଆ ହତ୍ୟାର ପ୍ରତିଶୋଧ ନେଇଛି ପୁଅ। ହତ୍ୟାକାରୀ ବାପାକୁ ନିଜେ ହତ୍ୟା କରିଛି। ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି। ବ୍ରାହ୍ମଣୀ ତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ କିଛି ବର୍ଷ ତେ ଜେଲ ଯାଇଥିଲେ। ଗତ ଡିସେମ୍ବର ମାସରେ ସେ ଗାଁକୁ ଫେରିଥିଲେ। ଜେଲରୁ ଫେରିବା ପରେ ସେ ତାଙ୍କ ପୁଅକୁ ଅତ୍ୟାଚାର କରିଥିଲେ। ବାପା ଅତ୍ୟାଚାରରେ ପୁଅ ଅତିଷ୍ଠ ହୋଇପଡ଼ିଥିଲା। ଏହାସହିତ […]

ବାପାକୁ ମାରି ମାଆ ହତ୍ୟାର ପ୍ରତିଶୋଧ ନେଲା ପୁଅ

ରାଉରକେଲା: ମାଆ ହତ୍ୟାର ପ୍ରତିଶୋଧ ନେଇଛି ପୁଅ। ହତ୍ୟାକାରୀ ବାପାକୁ ନିଜେ ହତ୍ୟା କରିଛି। ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି। ବ୍ରାହ୍ମଣୀ ତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ କିଛି ବର୍ଷ ତେ ଜେଲ ଯାଇଥିଲେ। ଗତ ଡିସେମ୍ବର ମାସରେ ସେ ଗାଁକୁ ଫେରିଥିଲେ। ଜେଲରୁ ଫେରିବା ପରେ ସେ ତାଙ୍କ ପୁଅକୁ ଅତ୍ୟାଚାର କରିଥିଲେ। ବାପା ଅତ୍ୟାଚାରରେ ପୁଅ ଅତିଷ୍ଠ ହୋଇପଡ଼ିଥିଲା। ଏହାସହିତ ମା’ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଶେଷରେ ବାପାକୁ ହତ୍ୟା କରିବା ସହ ମା’ ହତ୍ୟାର ପୁଅ ପ୍ରତିଶୋଧ ନେଇଥିଲା। ବାପାକୁ ହତ୍ୟା କରିବା ପରେ ସାନପତରାପାଲି ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଦେଇଥିଲା।

ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ ସହ ଛାନଭିନ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମୃତକର ପରିଚୟ ଭାଲୁପତ୍ରା ଗାଁର ବୋଲି ଜାଣିବାକୁ ପାଇଥିଲା। ବ୍ରାହ୍ମୁଣୀ ତରଙ୍ଗ ଥାନା ସାନପତରାପାଲି ରାସ୍ତାକଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା। ଖବର ପାଇ ବ୍ରାହ୍ମୁଣୀତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ଏବଂ। ସାଇଣ୍ଟିଫିକ୍‌‌ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।