ବାପାଙ୍କୁ ଟାଙ୍ଗିଆରେ ହାଣି ମାରିଦେଲେ ପୁଅ
ପାଇକମାଳ,୧୧ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ନିଜ ଘରେ ବାପା, ପୁଅ ଝଗଡ଼ା ହୋଇଥିଲେ। ଝଗଡ଼ା ବଢ଼ି ଯିବାରୁ ପୁଅ ବିଦ୍ୟାଧର ଅଜଗର ରାଗରେ ବାପା ଧନୁର୍ଜୟ ଅଜଗର(୫୪)ଙ୍କୁ ଏକ ଟାଙ୍ଗିଆରେ ତିନି ଥର ଚୋଟ ମାରି ଲହୁଲୁହାଣ କରି ଦେଇ ଘରେ ପକାଇ ଦେଇଥିଲେ। ପରିବାର ଲୋକେ ତଥା ଗ୍ରାମବାସୀ ଖବର ପାଇ ଚେତାଶୂନ୍ୟ ହୋଇ ପଡ଼ିଥିବା ଧନୁର୍ଜୟଙ୍କୁ ବୁର୍ଲା […] The post ବାପାଙ୍କୁ ଟାଙ୍ଗିଆରେ ହାଣି ମାରିଦେଲେ ପୁଅ appeared first on Dharitri Odia News.
ପାଇକମାଳ,୧୧ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ନିଜ ଘରେ ବାପା, ପୁଅ ଝଗଡ଼ା ହୋଇଥିଲେ। ଝଗଡ଼ା ବଢ଼ି ଯିବାରୁ ପୁଅ ବିଦ୍ୟାଧର ଅଜଗର ରାଗରେ ବାପା ଧନୁର୍ଜୟ ଅଜଗର(୫୪)ଙ୍କୁ ଏକ ଟାଙ୍ଗିଆରେ ତିନି ଥର ଚୋଟ ମାରି ଲହୁଲୁହାଣ କରି ଦେଇ ଘରେ ପକାଇ ଦେଇଥିଲେ। ପରିବାର ଲୋକେ ତଥା ଗ୍ରାମବାସୀ ଖବର ପାଇ ଚେତାଶୂନ୍ୟ ହୋଇ ପଡ଼ିଥିବା ଧନୁର୍ଜୟଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାଇକମାଳ ଥାନାରେ ଏଯାଏ କେହି ରିପୋର୍ଟ କରି ନ ଥିବା ଜଣାପଡ଼ିଛି। ପୋଲିସ ମୃତକଙ୍କ ଘରେ ଜଗିଥିବା ବେଳେ ମୃତକଙ୍କ ଶବ ବୁର୍ଲା ଡାକ୍ତରଖାନା ରେ ପଡ଼ିଥିବା ଜଣାପଡ଼ିଛି।
The post ବାପାଙ୍କୁ ଟାଙ୍ଗିଆରେ ହାଣି ମାରିଦେଲେ ପୁଅ appeared first on Dharitri Odia News.