ବାପା,ମାଙ୍କୁ ପୋଷିଲା ବେଳକୁ ଦଇବ ଦାଉ ସାଧିଲା ; ଭାରାରୁ ଖସିପଡି ଦେହ ଅଚଳ ହୋଇଗଲା, ଅସହ୍ୟ କଷ୍ଟରେ ନିରଞ୍ଜନ
କନକ ବ୍ୟୁରୋ: ଦିଅଁ ଦେବତାଙ୍କୁ ପୂଜା କରି ପୁଅଟିଏ ପାଇଥିଲା କେତେ କଷ୍ଟରେ ତାକୁ ପାଳିପୋଡି ବଡ କଲା। ହେଲେ ବାପା, ମା’ଙ୍କୁ ପୋଷିବା ବେଳକୁ ତା ଦେହଟା ଅଚଳ ହୋଇଗଲା । ଏବେ ଖାଲି ଯାହା ନିସ୍ତେଜ ହୋଇ ଖଟିଆଟା ଉପରେ ପଡିଛି। ଯନ୍ତ୍ରଣା ହେଲେ ଚିତ୍କାର କରୁଛି। ଏ ଦୁଃଖ ଏ ବୁଢି ମା’ ନା ସହିପାରୁଛି ନା ନିଜେ ନେଇପାରୁଛି। କାନ୍ଦି କାନ୍ଦି ତା’ ଆଖରୁ ବି ପାଣି ମରିଗଲାଣି । ଏ ଆଖିକୁ ଆଉ ଭଲ ଦେଖା ବି ଯାଉନି। ଆମେ କହୁଛୁ ଯାଜପୁର ଦାନଗଦି ବ୍ଲକ ବିଣାପାଟିଆ ଗାଁର ନିରଞ୍ଜନ ନାୟକଙ୍କ ବୁଢି ମା’ଙ୍କ କଥା। । ଭାରି ଅଭାବୀ ପରିବାର। ବାପା, ମା’ଦିନ ମଜୁରୀ ଲାଗି ପୁଅ ନିରଂଜନଙ୍କୁ ବଡ କଲେ । ହେଲେ ବାପା, ମା’ଙ୍କୁ ପୋଷିବା ବେଳକୁ ତାଙ୍କ ଉପରେ ଦଇବ ଦାଉ ସାଧିଲା । ତାଙ୍କ ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ, ବୁଢା ବାପା, ମା’। ରାଜମିସ୍ତ୍ରୀ କାମ କରି ଘର ଚଳାଉଥିଲେ ନିରଞ୍ଜନ । ଅଭାବ ଭିତରେ ବି ପରିବାର ଚକା ଗଡିଚାଲିଥିଲା। ହେଲେ ୨୦୨୪ ମକର ସଂକ୍ରାନ୍ତି ଦିନ କାମ କରିବା ବେଳେ ଭାରା ଉପରୁ ତଳକୁ ଖସିପଡିଲେ ନିରଞ୍ଜନ । ଫଳରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଉ ଶରୀର ଅଚଳ ହୋଇଗଲା। ଜିଲ୍ଲା ହସ୍ପିଟାଲଠାରୁ ଆରମ୍ଭ କରି ଟାଟା ମେଡିକାଲ ହସ୍ପିଟାଲ , କଟକର ରିଜିଓନାଲ ସ୍ପାଇନାଲ ଇନଜ୍ୟରି ସେଣ୍ଟର ସବୁଠିକି ଗଲେ। ହେଲେ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଥିବା ନିର୍ଦ୍ଧାରିତ ଟଙ୍କା ଶେଷ ହୋଇଯିବା ପରେ ଘରକୁ ଫେରିଆ

କନକ ବ୍ୟୁରୋ: ଦିଅଁ ଦେବତାଙ୍କୁ ପୂଜା କରି ପୁଅଟିଏ ପାଇଥିଲା କେତେ କଷ୍ଟରେ ତାକୁ ପାଳିପୋଡି ବଡ କଲା। ହେଲେ ବାପା, ମା’ଙ୍କୁ ପୋଷିବା ବେଳକୁ ତା ଦେହଟା ଅଚଳ ହୋଇଗଲା । ଏବେ ଖାଲି ଯାହା ନିସ୍ତେଜ ହୋଇ ଖଟିଆଟା ଉପରେ ପଡିଛି। ଯନ୍ତ୍ରଣା ହେଲେ ଚିତ୍କାର କରୁଛି। ଏ ଦୁଃଖ ଏ ବୁଢି ମା’ ନା ସହିପାରୁଛି ନା ନିଜେ ନେଇପାରୁଛି। କାନ୍ଦି କାନ୍ଦି ତା’ ଆଖରୁ ବି ପାଣି ମରିଗଲାଣି । ଏ ଆଖିକୁ ଆଉ ଭଲ ଦେଖା ବି ଯାଉନି।
ଆମେ କହୁଛୁ ଯାଜପୁର ଦାନଗଦି ବ୍ଲକ ବିଣାପାଟିଆ ଗାଁର ନିରଞ୍ଜନ ନାୟକଙ୍କ ବୁଢି ମା’ଙ୍କ କଥା। । ଭାରି ଅଭାବୀ ପରିବାର। ବାପା, ମା’ଦିନ ମଜୁରୀ ଲାଗି ପୁଅ ନିରଂଜନଙ୍କୁ ବଡ କଲେ । ହେଲେ ବାପା, ମା’ଙ୍କୁ ପୋଷିବା ବେଳକୁ ତାଙ୍କ ଉପରେ ଦଇବ ଦାଉ ସାଧିଲା । ତାଙ୍କ ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ, ବୁଢା ବାପା, ମା’। ରାଜମିସ୍ତ୍ରୀ କାମ କରି ଘର ଚଳାଉଥିଲେ ନିରଞ୍ଜନ । ଅଭାବ ଭିତରେ ବି ପରିବାର ଚକା ଗଡିଚାଲିଥିଲା। ହେଲେ ୨୦୨୪ ମକର ସଂକ୍ରାନ୍ତି ଦିନ କାମ କରିବା ବେଳେ ଭାରା ଉପରୁ ତଳକୁ ଖସିପଡିଲେ ନିରଞ୍ଜନ । ଫଳରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଉ ଶରୀର ଅଚଳ ହୋଇଗଲା। ଜିଲ୍ଲା ହସ୍ପିଟାଲଠାରୁ ଆରମ୍ଭ କରି ଟାଟା ମେଡିକାଲ ହସ୍ପିଟାଲ , କଟକର ରିଜିଓନାଲ ସ୍ପାଇନାଲ ଇନଜ୍ୟରି ସେଣ୍ଟର ସବୁଠିକି ଗଲେ। ହେଲେ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଥିବା ନିର୍ଦ୍ଧାରିତ ଟଙ୍କା ଶେଷ ହୋଇଯିବା ପରେ ଘରକୁ ଫେରିଆସିଲେ। ଏବେ ଚିକିତ୍ସାରେ ଖର୍ଚ୍ଚ; କରିବାକୁ ଟଙ୍କାଟେ ବି ନାହିଁ। ଏବେ ଯାହା ସରକାରୀ ସାହାଯ୍ୟକୁ ଭରସା କରିଛନ୍ତି ନିରଞ୍ଜନ ।
ସ୍ବାମୀ ଖଟିଆରେ ପଡି ଯନ୍ତ୍ରଣା ଭୋଗୁଥିବାବେଳେ ତାଙ୍କ ସ୍ତ୍ରୀ ଦିନ ମଜୁରୀ ଲାଗି ଯାହା ଦି ପଇସା ଆଣନ୍ତି ସେଥିରେ ୬ ପ୍ରାଣୀଙ୍କ ପେଟରେ ଦାନା ପଡେ। ବୁଢି ମା’ଟା ଘର ଘର ବୁଲି ଭିକ ମାଗି ଆଣୁଥିଲେ ଯେଟ୍ଟହେଲେ ଆଖିକୁ ଆଉ ଭଲ ଦେଖାଯାଉନି ବୋଲି ସେ ବି ଘରୁ ଗୋଡ କାଢିବା ମୁସ୍କିଲ। ଘରର ବୋହୂ ଅସମୟରେ ପଡି ମୂଲ ଲାଗିବାକୁ ଯାଉଥିବାବେଳେ ବୁଢା ବାପା ଥର ଥର ହାତରେ ଯାହା ଦିଟା ଫୁଟାଇ ଦିଅନ୍ତି ଆଉ ସମସ୍ତଙ୍କୁ ଖାଇବାକୁ ଦେବା ସହ ଶେଯରେ ପଡିଥିବା ପୁଅକୁ ଖୁଆଇଦିଅନ୍ତି । ଟିକେ ଚିନ୍ତା କଲେ ଏ ବୟସରେ , ଘର ପୋଷିଲା ପୁଅ ରୋଗରେ ପଡିଥିବ, ବୁଢା ବାପା, ମା’ ଛାତିକୁ ପଥର କରି ତା’ର ସେବା କରୁଥିବେଟ୍ଟ ଓଃ ଭଗବାନ୍ କାହାରିକୁ ଏ କଷ୍ଟ ନଦିଅନ୍ତୁ।
ଆମର ବିଶ୍ବାସ ନିରଞ୍ଜନଙ୍କ ଏ ଦୁଃଖ ଦେଖିବା ପରେ ପ୍ରଶାସନ ତାଙ୍କୁ ସହଯୋଗର ହାତ ନିଶ୍ଚୟ ବଢାଇବେ, ଅନ୍ତତଃ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ବ୍ୟବସ୍ଥା କରିବେ। ଏହାପରେ ବି ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଠିକଣା ହେଲା ;
ନିରଞ୍ଜନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା:
ନିରଞ୍ଜନ ନାୟକ
ଗ୍ରାମ: ବୀଣାପାଟିଆ
ପୋ: ଶାଳିଜଙ୍ଗା
ବ୍ଲକ : ଦାନଗଦି, ଯାଜପୁର ,୭୫୫୦୨୬
ଫୋନ ନଂ: ୯୧୭୮୬୯୨୭୨୩