ବାବରି ମସଜିଦ ଧ୍ୱଂସକୁ ସମର୍ଥନ କରିଥିବାରୁ ଏମ୍‌ଭିଏରୁ ଓହରିବାକୁ ଚେତାବନୀ ଦେଲେ ଏସ୍‌ପି

ନୂଆଦିଲ୍ଲୀ: ବାବରି ମସଜିଦ୍‌ ଧ୍ୱଂସକୁ ସମର୍ଥନ କରୁଥିବାରୁ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି(ଏମ୍‌ଭିଏ)ରୁ ଓହରିବାକୁ ଚେତାବନୀ ଦେଇଛି ସମାଜବାଦୀ ପାର୍ଟି। ମହାରାଷ୍ଟ୍ର ସପା ମୁଖ୍ୟ ଅବୁ ଆଜମୀ ଏହି ଚେତାବନୀ ଦେଇଛନ୍ତି। ଏମ୍‌ଭିଏର ନେତା ସୋସିଆଲ୍ ମିଡିଆରେ ବାବରି ମସ୍‌ଜିଦ୍ ଧ୍ୱଂସକୁ ସମର୍ଥନ କରି ପୋଷ୍ଟ କରିଥିଲେ। ଯାହା ଉପରେ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଆବୁ ଆଜମୀ। ମହାରାଷ୍ଟ୍ର ବିଧାନସଭାରେ ସପାର ଦୁଇ ଜଣ ବିଧାୟକ ରହିଛନ୍ତି।ଶିବସେନା ୟୁବିଟିର ମହାରାଷ୍ଟ୍ର ବିଧାନ ପରିଷଦ ମିଲିନ୍ଦ ନାରଭେକର ଖବରକାଗଜରେ ବିଜ୍ଞାପନ ଦେଇ ବାବରି ମସଜିଦର ୩୨ ତମ ଦିବସକୁ ମନେ ପକାଇଥିଲେ। ଡିସେମ୍ବର ୬ ତାରିଖରେ ଘଟିଥିବା ଏହି ଘଟଣାକୁ ସେ ତାରିଫ କରିଥିଲେ। ଏବାରୁ ନେଇ ଅବୁ ଆଜମୀ କହିଛନ୍ତି “ଶିବସେନା ୟୁବିଟି ଦ୍ୱାରା ଏକ ବିଜ୍ଞାପନ ଦେଇ ବାବରିଂ ମସଜିଦ ଭାଙ୍ଗିଥିବା ଲୋକଙ୍କୁ ବଧେଇ ଜଣାଯାଇଛି। ତାଙ୍କର ଜଣେ ସହଯୋଗୀ ମଧ୍ୟ ବାବରି ମସଜିଦ୍ ଘଟଣାକୁ ତାରିଫ କରି ଏକ୍ସରେ ପୋଷ୍ଟ କରିଛନ୍ତି। ଆମେ ଏମ୍‌ଭିଏ ଛାଡ଼ୁଛୁ।”ସେ ଆହୁରି କହିଛନ୍ତି “ମେଣ୍ଟରେ ଯଦି କୌଣସି ନେତା ଏଭଳି ଭାଷାର ପ୍ରୟୋଗ କରୁଛନ୍ତି ତେବେ ବିଜେପି ଓ ସେମାନଙ୍କ ମଧ୍ୟରେ କଣ ଫରକ ରହୁଛି ?” ଆମେ ତାଙ୍କ ସହ କାହିଁକି ରହିବୁ ?ଡିସେମ୍ବର ୬ ତାରିଖରେ ନାରଭେକର ଏକ୍ସରେ ବାବରି ମସଜିଦ ଡିମୋଲିସ୍‌ର ଏକ ଫଟୋ ପୋଷ୍ଟ କରି ଶିବସେନା ସଂସ୍ଥାପକ ବାଲ ଠାକ୍‌

ବାବରି ମସଜିଦ ଧ୍ୱଂସକୁ ସମର୍ଥନ କରିଥିବାରୁ ଏମ୍‌ଭିଏରୁ ଓହରିବାକୁ ଚେତାବନୀ ଦେଲେ ଏସ୍‌ପି

ନୂଆଦିଲ୍ଲୀ: ବାବରି ମସଜିଦ୍‌ ଧ୍ୱଂସକୁ ସମର୍ଥନ କରୁଥିବାରୁ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି(ଏମ୍‌ଭିଏ)ରୁ ଓହରିବାକୁ ଚେତାବନୀ ଦେଇଛି ସମାଜବାଦୀ ପାର୍ଟି। ମହାରାଷ୍ଟ୍ର ସପା ମୁଖ୍ୟ ଅବୁ ଆଜମୀ ଏହି ଚେତାବନୀ ଦେଇଛନ୍ତି। ଏମ୍‌ଭିଏର ନେତା ସୋସିଆଲ୍ ମିଡିଆରେ ବାବରି ମସ୍‌ଜିଦ୍ ଧ୍ୱଂସକୁ ସମର୍ଥନ କରି ପୋଷ୍ଟ କରିଥିଲେ। ଯାହା ଉପରେ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଆବୁ ଆଜମୀ। ମହାରାଷ୍ଟ୍ର ବିଧାନସଭାରେ ସପାର ଦୁଇ ଜଣ ବିଧାୟକ ରହିଛନ୍ତି।

ଶିବସେନା ୟୁବିଟିର ମହାରାଷ୍ଟ୍ର ବିଧାନ ପରିଷଦ ମିଲିନ୍ଦ ନାରଭେକର ଖବରକାଗଜରେ ବିଜ୍ଞାପନ ଦେଇ ବାବରି ମସଜିଦର ୩୨ ତମ ଦିବସକୁ ମନେ ପକାଇଥିଲେ। ଡିସେମ୍ବର ୬ ତାରିଖରେ ଘଟିଥିବା ଏହି ଘଟଣାକୁ ସେ ତାରିଫ କରିଥିଲେ। ଏବାରୁ ନେଇ ଅବୁ ଆଜମୀ କହିଛନ୍ତି “ଶିବସେନା ୟୁବିଟି ଦ୍ୱାରା ଏକ ବିଜ୍ଞାପନ ଦେଇ ବାବରିଂ ମସଜିଦ ଭାଙ୍ଗିଥିବା ଲୋକଙ୍କୁ ବଧେଇ ଜଣାଯାଇଛି। ତାଙ୍କର ଜଣେ ସହଯୋଗୀ ମଧ୍ୟ ବାବରି ମସଜିଦ୍ ଘଟଣାକୁ ତାରିଫ କରି ଏକ୍ସରେ ପୋଷ୍ଟ କରିଛନ୍ତି। ଆମେ ଏମ୍‌ଭିଏ ଛାଡ଼ୁଛୁ।”

ସେ ଆହୁରି କହିଛନ୍ତି “ମେଣ୍ଟରେ ଯଦି କୌଣସି ନେତା ଏଭଳି ଭାଷାର ପ୍ରୟୋଗ କରୁଛନ୍ତି ତେବେ ବିଜେପି ଓ ସେମାନଙ୍କ ମଧ୍ୟରେ କଣ ଫରକ ରହୁଛି ?” ଆମେ ତାଙ୍କ ସହ କାହିଁକି ରହିବୁ ?

ଡିସେମ୍ବର ୬ ତାରିଖରେ ନାରଭେକର ଏକ୍ସରେ ବାବରି ମସଜିଦ ଡିମୋଲିସ୍‌ର ଏକ ଫଟୋ ପୋଷ୍ଟ କରି ଶିବସେନା ସଂସ୍ଥାପକ ବାଲ ଠାକ୍‌ରେଙ୍କ ଏକ କୋଟ୍ ଲେଖିଥିଲେ। ଏବଂ ଲେଖିଥିଲେ “ଯେଉଁମାନେ ଏହା କରିଛନ୍ତି ଆମେ ସେମାନଙ୍କ ପାଇଁ ଗର୍ବିତ। ” ନାରଭେକରଙ୍କ ଏହି ଫଟୋରେ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେଙ୍କ ସହ ତାଙ୍କ ଫଟୋ ବି ରହିଥିଲା।  

ମହାରାଷ୍ଟ୍ରରେ ଏମ୍‌ଭିଏ ଓ ଏସ୍‌ପି ମଧ୍ୟରେ ହୋଇଥିବା ଫାଟ ପୂର୍ବରୁ ଜଣାପଡ଼ିଥିଲା। କାରଣ ନୂଆ ସରକାର ଶପଥ ଉତ୍ସାବରେ ଏସ୍‌ପି ବିଧାୟକ ଯୋଗ ଦେଇଥିବା ବେଳେ ଏମ୍‌ଭିଏ ମେଣ୍ଟ ଏଥିରୁ ଦୂରେଇ ରହିଥିଲା। ମନଖୁର୍ଦ ନଗର ବିଧାୟକ ଭାବେ ଅବୁ ଆଜମୀ ଚତୁର୍ଥ ପାଇଁ ଶପଥ ନେବା ବେଳେ ସେ ଏମ୍‌ଭିଏ ମେଣ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ନିର୍ବାଚନରେ ଟିକେଟ ବାଣ୍ଟିବା ହେଉ କିମ୍ବା କୌଣସି ପ୍ରକାର କୋର୍ଡିନେସନରେ ଏସ୍‌ପି ସହିତ ଆଲୋଚନା କରାଯାଇ ନଥଲା ବୋଲି ଆଜମୀ କହିଥିଲେ।