ବାବା ଭେଙ୍ଗାଙ୍କ ଭବିଷ୍ଯବାଣୀ, କିଏ କରେ ଡିକୋଡ୍‌ ? କେଉଁଠି ଲେଖା ଯାଇଛି ଏହି ତଥ୍ୟ…

ନୂଆଦିଲ୍ଲୀ ୨୫।୦୧: ବୁଲଗେରିଆର ବୃଦ୍ଧା ମହିଳା । ଯାହାଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ଭବିଷ୍ୟତବକ୍ତା ବାବା ଭେଙ୍ଗା । ୧୨ ବର୍ଷ ଯାଏଁ କରିଥିଲେ ସାଧାରଣ ଜୀବନଯାପନ । ଏହାପରେ ପାଇଥିଲେ ଏକ ବିଶେଷ ଉପାଧି । ଯାହା ତାଙ୍କୁ ଭବିଷ୍ୟତବକ୍ତା ବାବା ଭେଙ୍ଗା ନାମରେ ଦେଇଥିଲା ପରିଚୟ । ବୁଲଗେରିଆନ୍ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ  ଅଧିକାଂଶ ଭବିଷ୍ୟବାଣୀ ହୋଇଛି ସତ ପ୍ରମାଣିତ । ସେ ଆମେରିକାର ୯/୧୧ ହେଉ କିମ୍ବା ISIS ଭଳି ଆତଙ୍କବାଦୀ ସଂଗଠନର ଆବିର୍ଭାବ । ବାବା ଭେଙ୍ଗାଙ୍କ ସବୁ ଭବିଷ୍ୟବାଣୀ ହୋଇଛି ସତ । କିନ୍ତୁ କେବେ ଭାବିଛନ୍ତି କି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀଗୁଡ଼ିକୁ କିଏ କରେ ଡିକୋଡ୍ ? ବାବା ଭେଙ୍ଗା ହେଉଛନ୍ତି ବୁଲଗେରିଆର ଜଣେ ପ୍ରସିଦ୍ଧ ଦିବ୍ୟଦୃଷ୍ଟି ସମ୍ପର୍ଣ୍ଣ ମହିଳା । ତାଙ୍କର ଜନ୍ମ ୧୯୧୧ ମସିହାରେ ହୋଇଥିଲା । ସେ ୧୨ ବର୍ଷ ଧରି ଜଣେ ସାଧାରଣ ଲୋକଙ୍କ ଜୀବନଯାପନ କରିଥିଲେ । ଏହାପରେ ସେ ହୋଇଥିଲେ ଜଣେ ଭବିଷ୍ୟବକ୍ତା । ତାଙ୍କର ମୃତ୍ୟୁ ୧୯୯୬ ମସିହାରେ ହୋଇଥିଲା । କିନ୍ତୁ ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀଗୁଡ଼ିକୁ ଲୋକମାନେ ଏବେ ନିଜ ଆଖିରେ ସତ ହେଉଥିବାର ଦେଖୁଛନ୍ତି । ଏବେ ପ୍ରଶ୍ନ ଆସୁଛି କିଏ କରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର ଡିକୋଡ୍‌ ? କହିବାକୁ ଗଲେ ଭବିଷ୍ୟବାଣୀର ଡିକୋଡ୍‌ ଭିନ୍ନ ଭିନ୍ନ ଟିମ୍‌ କରିଥାନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦାୟୀ ନୁହଁନ୍ତି ।

ବାବା ଭେଙ୍ଗାଙ୍କ ଭବିଷ୍ଯବାଣୀ, କିଏ କରେ ଡିକୋଡ୍‌ ? କେଉଁଠି ଲେଖା ଯାଇଛି ଏହି ତଥ୍ୟ…

ନୂଆଦିଲ୍ଲୀ ୨୫।୦୧: ବୁଲଗେରିଆର ବୃଦ୍ଧା ମହିଳା । ଯାହାଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ଭବିଷ୍ୟତବକ୍ତା ବାବା ଭେଙ୍ଗା । ୧୨ ବର୍ଷ ଯାଏଁ କରିଥିଲେ ସାଧାରଣ ଜୀବନଯାପନ । ଏହାପରେ ପାଇଥିଲେ ଏକ ବିଶେଷ ଉପାଧି । ଯାହା ତାଙ୍କୁ ଭବିଷ୍ୟତବକ୍ତା ବାବା ଭେଙ୍ଗା ନାମରେ ଦେଇଥିଲା ପରିଚୟ । ବୁଲଗେରିଆନ୍ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ  ଅଧିକାଂଶ ଭବିଷ୍ୟବାଣୀ ହୋଇଛି ସତ ପ୍ରମାଣିତ । ସେ ଆମେରିକାର ୯/୧୧ ହେଉ କିମ୍ବା ISIS ଭଳି ଆତଙ୍କବାଦୀ ସଂଗଠନର ଆବିର୍ଭାବ । ବାବା ଭେଙ୍ଗାଙ୍କ ସବୁ ଭବିଷ୍ୟବାଣୀ ହୋଇଛି ସତ । 

କିନ୍ତୁ କେବେ ଭାବିଛନ୍ତି କି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀଗୁଡ଼ିକୁ କିଏ କରେ ଡିକୋଡ୍ ? ବାବା ଭେଙ୍ଗା ହେଉଛନ୍ତି ବୁଲଗେରିଆର ଜଣେ ପ୍ରସିଦ୍ଧ ଦିବ୍ୟଦୃଷ୍ଟି ସମ୍ପର୍ଣ୍ଣ ମହିଳା । ତାଙ୍କର ଜନ୍ମ ୧୯୧୧ ମସିହାରେ ହୋଇଥିଲା । ସେ ୧୨ ବର୍ଷ ଧରି ଜଣେ ସାଧାରଣ ଲୋକଙ୍କ ଜୀବନଯାପନ କରିଥିଲେ । ଏହାପରେ ସେ ହୋଇଥିଲେ ଜଣେ ଭବିଷ୍ୟବକ୍ତା । ତାଙ୍କର ମୃତ୍ୟୁ ୧୯୯୬ ମସିହାରେ ହୋଇଥିଲା । କିନ୍ତୁ ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀଗୁଡ଼ିକୁ ଲୋକମାନେ ଏବେ ନିଜ ଆଖିରେ ସତ ହେଉଥିବାର ଦେଖୁଛନ୍ତି । 

ଏବେ ପ୍ରଶ୍ନ ଆସୁଛି କିଏ କରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀର ଡିକୋଡ୍‌ ? କହିବାକୁ ଗଲେ ଭବିଷ୍ୟବାଣୀର ଡିକୋଡ୍‌ ଭିନ୍ନ ଭିନ୍ନ ଟିମ୍‌ କରିଥାନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦାୟୀ ନୁହଁନ୍ତି । ସାଧାରଣତଃ ଏହି ଭବିଷ୍ୟବାଣୀଗୁଡ଼ିକ ବହୁତ ଅସ୍ପଷ୍ଟ ଏବଂ ପ୍ରତୀକାତ୍ମକ ହୋଇଥାଏ । ଯାହାକୁ ବୁଝିବା ବହୁତ କଷ୍ଟକର ହୋଇଥାଏ ।  ତେଣୁ  ସେଗୁଡ଼ିକୁ ବୁଝିବା ଏବଂ ବୁଝାଇବା କିମ୍ବା ଡିକୋଡ୍‌ କରିବାର କାମ ଜ୍ୟୋତିଷ, ଇତିହାସକାର ଏବଂ ବିଶେଷଜ୍ଞମାନେ କରନ୍ତି । 

ଏହାବ୍ୟତୀତ ବୈଜ୍ଞାନିକ ବୁଝାମଣା ଏବଂ ଆଭିମୁଖ୍ୟ ମଧ୍ୟ ଏଥିରେ ଏକ ବଡ଼ କାରଣ । ଏହି କାରଣ ଆଧାରରେ ଭବିଷ୍ୟବାଣୀକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯାଏ । ଏହାପରେ ହିଁ ହୋଇଥାଏ ଭବିଷ୍ୟବାଣୀର ଖୁଲାସା । ବାବା ଭେଙ୍ଗା ୨୦୨୫ ପାଇଁ ମଧ୍ୟ କରିଛନ୍ତି ଭବିଷ୍ୟବାଣୀ । ୨୦୨୫ ଅକ୍ଟୋବରରେ ଏଲିଏନ୍ ପୃଥିବୀକୁ ଆସିପାରନ୍ତି । ଯିଏକି ପୃଥିବୀରୁ ହଜାର ହଜାର କିଲୋମିଟର ଦୂରରେ ରହୁଛନ୍ତି । ବିଶ୍ୱାସ କରାଯାଏ ଯେ କିଛିବର୍ଷରେ ଥରେ ଏଲିଅନ୍ ନିଶ୍ଚିତ ଭାବରେ ପୃଥିବୀକୁ ଆସନ୍ତି, ଆଉ ସେମାନଙ୍କର ପ୍ରଭାବ ଦେଖାନ୍ତି । 

ବୈଜ୍ଞାନିକମାନେ ପୂର୍ବରୁ କହିସାରିଛନ୍ତି ଯେ ସମଗ୍ର ବ୍ରହ୍ମାଣ୍ଡରେ ମଣିଷ ବ୍ୟତୀତ ଆହୁରି ଅନେକ ପ୍ରକାରର ପ୍ରାଣୀ ବାସ କରନ୍ତି । ସେମାନେ ପୃଥିବୀରେ ମଣିଷ ଦ୍ୱାରା ବିକଶିତ ସମସ୍ତ ଆଧୁନିକ କାର୍ଯ୍ୟକଳାପର ଆଗରେ ଅଛନ୍ତି। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ ଆହୁରି ମଧ୍ୟ କହିଥିଲେ ଯେ ଏଲିଅନ୍ ସାରା ମହାଦେଶରେ ତାଣ୍ଡବ ସୃଷ୍ଟି କରିବେ । ଯାହା ଫଳରେ ୨୦୨୫ରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ । ବାବା ଭେଙ୍ଗା ଦାବି କରିଥିଲେ କି ଆସୁଥିବା ବର୍ଷ ବିନାଶର ହୋଇପାରେ ଆରମ୍ଭ । ଏହାବ୍ୟତୀତ ସେ ସମଗ୍ର ୟୁରୋପରେ ଏକ ଭୟଙ୍କର ଯୁଦ୍ଧ ଏବଂ ରାଜନୈତିକ ଅସ୍ଥିରତା ବିଷୟରେ ମଧ୍ୟ କହିଛନ୍ତି ।