ବାବା ସିଦ୍ଦିକି ହତ୍ୟା ମାମଲା: ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାର ଫେରାର୍‌ ମୁଖ୍ୟ ଅଭିଯୁକ୍ତ ଶିବ କୁମାରକୁ ପୁଲିସ ଉତ୍ତରପ୍ରଦେଶର ବହରାଇଚ୍‌ରୁ ଗିରଫ କରିଛି। ଜେରାବେଳେ ସେ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ଓ ଲରେନ୍ସର ଭାଇ ଅନମୋଲର ନିର୍ଦ୍ଦେଶରେ ଏଭଳି କାଣ୍ଡ କରିଥିଲା ବୋଲି ସ୍ବୀକାର କରିଛି। ସୂଚନାନୁସାରେ, ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌, ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ର ମିଳିତ ଚଢ଼ଉରେ ଶିବ କୁମାରକୁ ଉତ୍ତରପ୍ରଦେଶର ବହରାଇଚ୍‌ରୁ ଗିରଫ କରାଯାଇଛି। ଶିବ କୁମାର ନେପାଳ ପଳାୟନ କରିବାକୁ […]

ବାବା ସିଦ୍ଦିକି ହତ୍ୟା ମାମଲା: ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାର ଫେରାର୍‌ ମୁଖ୍ୟ ଅଭିଯୁକ୍ତ ଶିବ କୁମାରକୁ ପୁଲିସ ଉତ୍ତରପ୍ରଦେଶର ବହରାଇଚ୍‌ରୁ ଗିରଫ କରିଛି। ଜେରାବେଳେ ସେ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ଓ ଲରେନ୍ସର ଭାଇ ଅନମୋଲର ନିର୍ଦ୍ଦେଶରେ ଏଭଳି କାଣ୍ଡ କରିଥିଲା ବୋଲି ସ୍ବୀକାର କରିଛି। ସୂଚନାନୁସାରେ, ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌, ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ର ମିଳିତ ଚଢ଼ଉରେ ଶିବ କୁମାରକୁ ଉତ୍ତରପ୍ରଦେଶର ବହରାଇଚ୍‌ରୁ ଗିରଫ କରାଯାଇଛି। ଶିବ କୁମାର ନେପାଳ ପଳାୟନ କରିବାକୁ ଉଦ୍ୟମ କରୁଥିଲା। ଶିବ ସହ ତାକୁ ଆଶ୍ରୟ ଦେଇଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ପଚରାଉଚରାରେ ଶିବ ନିଜର ଅପରାଧ ସ୍ବୀକାର କରିଛି। ଅକ୍ଟୋବର ୧୨ରେ ସେ ଓ ଅନ୍ୟ ତିନିଜଣ ମିଶି ହତ୍ୟା କରିବାକୁ ପୂର୍ବ ବାନ୍ଦ୍ରା ସ୍ଥିତ ବାବା ସିଦ୍ଦିକିଙ୍କ ବାସଭବନକୁ ଯାଇଥିଲେ। ସେ ୯.୯ ଏମ୍‌ଏମ୍‌ ବନ୍ଧୁକରୁ ୬ ରାଉଣ୍ଡ ଗୁଳି ଚଳାଇଥିଲା। ସେ ଏହି ସମସ୍ତ କାମ ଲରେନ୍ସର ଭାଇ ଅନ୍‌ମୋଲର ନିର୍ଦ୍ଦେଶରେ କରିଥିଲା। ସୂଚନାଯୋଗ୍ୟ, ବାବା ସିଦ୍ଦିକି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୩ଜଣଙ୍କୁ ଗିରଫ କରାଯାଇଛି।