ଖରାଦିନେ ନିଅନ୍ତୁ ପେଟର ଯତ୍ନ

ଖରାଦିନେ ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଦିନେ ଲୋକଙ୍କ ନିକଟରେ ଡିହାଇଡ୍ରେସନ, ଡାଇରିଆ, ବଦହଜମି, ବ୍ଲୋଟିଂ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ସେହିଭଳି ଏହି ଦିନେ ଫୁଡ ପଏଜନିଂ ସମସ୍ୟା ବେଶି ଦେଖିବାକୁ ମିଳିଥାଏ । ଖରାଦିନେ ଝାଳରେ ବିଶେଷଭାବେ ଶରୀରରୁ ଅଧିକ ମାତ୍ରାରେ ତରଳ ବୋହି ଯାଇଥାଏ । ଯାହା ଦ୍ୱାରା ଡିହାଇଡ୍ରେସନ ହେବାର ଡର ବଢିଥାଏ । ତେଣୁ ଏହି ଦିନେ କିଛି ଟ୍ରିକ ଆପଣାନ୍ତୁ ଯାହାଫଳରେ […]

ଖରାଦିନେ ନିଅନ୍ତୁ ପେଟର ଯତ୍ନ
ଖରାଦିନେ ନିଅନ୍ତୁ ପେଟର ଯତ୍ନ

ଖରାଦିନେ ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଦିନେ ଲୋକଙ୍କ ନିକଟରେ ଡିହାଇଡ୍ରେସନ, ଡାଇରିଆ, ବଦହଜମି, ବ୍ଲୋଟିଂ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ସେହିଭଳି ଏହି ଦିନେ ଫୁଡ ପଏଜନିଂ ସମସ୍ୟା ବେଶି ଦେଖିବାକୁ ମିଳିଥାଏ । ଖରାଦିନେ ଝାଳରେ ବିଶେଷଭାବେ ଶରୀରରୁ ଅଧିକ ମାତ୍ରାରେ ତରଳ ବୋହି ଯାଇଥାଏ । ଯାହା ଦ୍ୱାରା ଡିହାଇଡ୍ରେସନ ହେବାର ଡର ବଢିଥାଏ । ତେଣୁ ଏହି ଦିନେ କିଛି ଟ୍ରିକ ଆପଣାନ୍ତୁ ଯାହାଫଳରେ ସୁସ୍ଥ ରହିପାରିବେ ।
ହାଇଡ୍ରେଟ ରୁହନ୍ତୁ – ଏହି ଦିନେ ଅଧିକ ପାଣି ପିଅନ୍ତୁ, ଯାହାଫଳରେ ଝାଳ କାରଣରୁ ହେଉଥିବା ଜଳୀୟଅଂଶର ଅଭାବ ଦୂର ହୋଇ ପାରିବ । ସେହିଭଳି ନିଶା ଦ୍ରବ୍ୟଠାରୁ ଦୂରରେ ରୁହନ୍ତୁ ଏହା କ୍ଷତିକାରକ ହୋଇଥାଏ । ଖାଦ୍ୟରେ ବିଭିନ୍ନ ପାନୀୟ ଯେପରି ଫଳ ରସ, ପଇଡ, ଆଖୁ ରସ, ଓଆର୍‌ଏସ୍‌ ଆଦିକୁ ସାମିଲ କରନ୍ତୁ ।
ହାଲୁକା ଖାଦ୍ୟ ଖାଆନ୍ତୁ – ଏହି ଦିନେ ହଜମ ଶକ୍ତି କମ ଥିବାରୁ ମସଲା ଖାଦ୍ୟଠାରୁ ଦୂରରେ ରୁହନ୍ତୁ । ସାଦାସିଧା ପନିପରିବା ବା ଶୀଘ୍ର ହଜମ ହୋଇପାରୁଥିବା ଖାଦ୍ୟ ଖାଆନ୍ତୁ । ଖାଦ୍ୟରେ ବେଶି ଫଳ ସାମିଲ କରନ୍ତୁ ।
ପର୍ଯ୍ୟପ୍ତ ପରିମାଣରେ ଆରାମ କରନ୍ତୁ – ଚେଷ୍ଟା କରନ୍ତୁ ଯେତେ ପାରିବେ ସେତେ ଆରାମ କରିବେ । ଖାଦ୍ୟ କମ ଖାଆନ୍ତୁ ପାଣି ଅଧକ ପିଅନ୍ତୁ । ଯଦି ପାରୁଛନ୍ତି ଖରାକୁ ଖୁବ କମ ଯାଆନ୍ତୁ ।