ପ୍ରଧାନ ବିଚାରପତି ଅସୁସ୍ଥ , ହସ୍ପିଟାଲ୍ରେ ଭର୍ତ୍ତି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବିଆର୍ ଗୱାଇ ଅସୁସ୍ଥ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତ ୧୨ ତାରିଖରେ ସେ ହାଇଦ୍ରାବାଦ ଗସ୍ତରେ ଯାଇ ଏନ୍ଏଏଲ୍ଏସ୍ଏଆର୍ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ସେଠାରୁ ଫେରିବା ପରେ ସେ ସଂକ୍ରମଣରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁପ୍ରିମକୋର୍ଟ ସୂତ୍ରରୁ ଜଣାଯାଇଛି ଯେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସୋମବାର […]

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବିଆର୍ ଗୱାଇ ଅସୁସ୍ଥ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତ ୧୨ ତାରିଖରେ ସେ ହାଇଦ୍ରାବାଦ ଗସ୍ତରେ ଯାଇ ଏନ୍ଏଏଲ୍ଏସ୍ଏଆର୍ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ସେଠାରୁ ଫେରିବା ପରେ ସେ ସଂକ୍ରମଣରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁପ୍ରିମକୋର୍ଟ ସୂତ୍ରରୁ ଜଣାଯାଇଛି ଯେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସୋମବାର ସେ କୋର୍ଟ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଦିନେ କିମ୍ବା ଦୁଇଦିନ ମଧ୍ୟରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି ଆଶା କରାଯାଉଛି। ଚଳିତବର୍ଷ ମେ ୧୪ ତାରିଖରେ ୫୨ତମ ପ୍ରଧାନବିଚାରପତି ଭାବେ ସେ ଶପଥ ନେଇଥିଲେ। ଆସନ୍ତା ନଭେମ୍ବର ୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ